କୋଚିଲା
କୋଚିଲା | |
---|---|
Illustration from Köhler's Medizinal-Pflanzen | |
Habitus | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Gentianales |
କୁଳ: | Loganiaceae |
ପ୍ରଜାତି: | Strychnos |
ଜାତି: | S. nux-vomica |
ବାଇନୋମିଆଲ ନାମ | |
Strychnos nux-vomica |
କୋଚିଲା ବା କୋଚିଲା କେନ୍ଦୁ ଜାତୀୟ ଅରଣ୍ୟ ତରୁ । ପାହଡ଼ିଆ ସ୍ଥାନରେ ଏହି ବୃକ୍ଷ ପ୍ରଚୁର ପରିମାଣରେ ଜନ୍ମେ । ଏଥିରେ ବସନ୍ତ ଋତୁରେ ଫୁଲ ଫୁଟେ । ଫଳ ପାଚିଲେ ଲେମ୍ବୁ ପରି ହଳଦିଆ ଓ ଗୋଲ ଦିଶେ । ପାଚିଲା ଫଳକୁ ମାଙ୍କଡ଼ ଓ କେତେକ ଚଢ଼େଇ ଖଆନ୍ତି । ଏଥିରେ ଏକାଧିକ ଗୋଲ ଓ ଚେପଟା ମଞ୍ଜି ଥାଏ । ଫଳ ଓ ପତ୍ର ଭାରି ପିତା । ଗାଈ ଏହାର ପତ୍ର ଖାଇଲେ ପିତା ଖିର ଦିଏ । କୋଚିଲା କାଠ ଖୁବ ଟାଣୁଆ ଓ ଚେମଡ଼ା ହୋଇଥିବାରୁ ଏଥିରେ ସହଜରେ ପୋକ ଲାଗେନାହିଁ । ଏଣୁ ଖୁଣ୍ଟ ପାଇଁ ଏହି କାଠ ଉପଯୁକ୍ତ ।[୧]
ଔଷଧୀୟ ଗୁଣ
[ସମ୍ପାଦନା]ଏହା ବିଭିନ୍ନ ଔଷଧ ତିଆରିରେ ଲାଗେ । କୋଚିଲା ଗଛର ପବନ ସ୍ୱାସ୍ଥ୍ୟପକ୍ଷେ ଲାଭକାରୀ । ବୈଦ୍ୟ ଶାସ୍ତ୍ର ମତରେ ଏହାର ଫଳ ବଳ ବର୍ଦ୍ଧକ, ବେଦନା ନାଶକ ଏବଂ ମୂତ୍ରପ୍ରବର୍ତ୍ତକ । ଅପସ୍ମାର ଓ ଏକାଙ୍ଗ ବାତ ବିରୋଧରେ ଏହା କାମକରେ । କଫ ଓ ପିତ୍ତ ନାଶକାରୀ ଗୁଣ ଏଥିରେ ଅଛି ।[୧]
କୋଚିଲା ଗୁଡ଼
[ସମ୍ପାଦନା]ଏହାର ମଞ୍ଜିରେ ଗୁଡ଼ ମିଶେଇଲ ପ୍ରାଣହାରକ ବିଷ ଉତ୍ପନ ହୁଏ । ଏହି ବିଷକୁ କୋଚିଲା ଗୁଡ଼ କୁହନ୍ତି ।
କୋଚିଲା ଖାଇ
[ସମ୍ପାଦନା]କୋଚିଲା ଫଳ ଖାଉଥିବା ଏକ ନିର୍ଦ୍ଦିଷ୍ଟ ପକ୍ଷୀକୁ କୋଚିଲାଖାଇ କୁହନ୍ତି ।
ଢଗ ଢମାଳିରେ କୋଚିଲା
[ସମ୍ପାଦନା]ଝାଇଁକି ଝୁମ୍ପା, ବେଲ ଖୋଳପା ବେଲ ଗଛମୂଳେ ଦାଣ୍ଡି
କୋଚିଲା ଚାଉଳ କାଣ୍ଡି
କୋଚିଲା ଚାଉଳ ପିତା
ପଧାନ ମୁଣ଼୍ଡରେ ଚିତା
ପଧାନ ଯାଇଚି ଧାନ ବିଲକୁ
ଧରିଆଣିଦବ ଶଙ୍ଖଚିଲକୁ
ଶଙ୍ଖଚିଲକଲା ବସା
ପାଇକାଣୀଙ୍କର ଏଡ଼େ ଭରସା
ସମ୍ବଲପୁରିଆ ଖୋସା
ଉଦ୍ଧୃତି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- M. Grieve. "Nux Vomica". Botanical.com, A Modern Herbal.
- "Strychnos nux-vomica". American Cancer Society. Archived from the original on 2010-03-13. Retrieved 2015-05-14.