ନୃତତ୍ତ୍ୱ ବିଜ୍ଞାନ

ଉଇକିପିଡ଼ିଆ‌ରୁ
ମଣିଷ ବିଜ୍ଞାନ ସଂଗ୍ରାହଳୟ

ନୃତତ୍ତ୍ୱ ବିଜ୍ଞାନ ଅତୀତ ଓ ବର୍ତ୍ତମାନର ମଣିଷମାନଙ୍କର ବୈଜ୍ଞାନିକ ଅଧ୍ୟୟନର ବିଦ୍ୟା ଅଟେ । ଏହି ଶାସ୍ତ୍ର ସମାଜଶାସ୍ତ୍ର, ମାନବିକୀ ଶାସ୍ତ୍ର, ତଥା ବିଜ୍ଞାନୱର ନାନା ବିଦ୍ୟାଲୋଚନାର ପରମ୍ପରାର ଭିତ୍ତିରେ ଜ୍ଞାନନିର୍ମାଣ କରେ । ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରୁ, ଅର୍ଥାତ୍, ଫ୍ରାଞ୍ଜ୍ ବୋଆସ୍ ଓ ବ୍ରୋନିସ୍ଲ୍ ମାଲିନସ୍କି ଙ୍କର ସମୟରୁ ଯୁକ୍ତରାଜ୍ୟ ଆମେରିକାରେ ସାଂସ୍କୃତିକ ନୃତତ୍ତ୍ୱ ବିଜ୍ଞାନ ଓ ବିଲାତରେ ସାମାଜିକ ନୃତତ୍ତ୍ୱ ବିଜ୍ଞାନ ନିଜକୁ ଏଥ୍ନୋଲୋଜି [୧] ଓ ଅନ୍ୟ ସମାଜଶାସ୍ତ୍ରଠାରୁ ପଦ୍ଧତିରେ ଆନ୍ତର୍ସାଂସ୍କୃତିକ ତୁଳନା, ସନ୍ଦର୍ଭର ଦୀର୍ଘମିଆଦୀ ଓ ଗଭୀର ପରୀକ୍ଷା, ଓ ଗବେଷଣାର କ୍ଷେତ୍ରରେ ସହଭାଗୀ ନୀରିକ୍ଷଣର ବ୍ୟବହାର ଯୋଗୁ ଭିନ୍ନ ବୋଲି ପ୍ରତିପାଦିତ କରି ଆସିଛି ।

ଅଧିକ ବର୍ଣ୍ଣନା[ସମ୍ପାଦନା]

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚି ରହିବା ସହିତ ତା'ର ଦୈନଦିନ ଜୀବନର ଆବଶ୍ୟକତାଗୁଡ଼ିକ ପୂରଣ କରିବା ପାଇ ସେ ସମାଜରେ ବାସ କରୁଥିବା ଅନ୍ୟାନ୍ୟ ବ୍ୟତ୍କି ଏବଂ ପ୍ରାକ୍ରୁତିକ ପରିବେଶ ଉପରେ ନିର୍ଭର କରିଥାଏ । ଜୀବନକୁ ସରଶ ସୁନ୍ଦର କରିବା ପାଇ ସେ ସମୂହର ସହଯୋଗ ମଧ୍ୟ ଆବଶ୍ୟକ କରିଥାଏ । ମାନବ ସମ୍ବନ୍ଧରେ ପ୍ରଚଳିତ ଅନ୍ୟାନ୍ୟ ବିଜ୍ଞାନ ମଧ୍ୟରେ ନୃତତ୍ତ୍ୱ ଏକ ସ୍ୱତନ୍ର ସ୍ଥାନ ଅଧିକାର କରିଅଛି । ଏହା ମାନବର ଶାରୀରିକ, ସାମାଜିକ ଓ ସାଂସ୍କ୍ରୁତିକ ବିକାଶ ସଂପର୍କରେ ଅଧ୍ୟୟନ କରିଥାଏ । ଇଂରାଜୀ ଭାଷାରେ ଆନ୍ଥ୍ରୋପୋଲୋଜି (Anthropology)‌ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ 'ଆନ୍ଥ୍ରୋପସ୍' (Anthropos) ଅର୍ଥ 'ମାନବ' ଏବଂ "ଲୋଗସ୍" (Logos) ଅର୍ଥ 'ବିଜ୍ଞାନ' ଶବ୍ଦଦ୍ୱୟର ସମ୍ମିଶଣରେ ଗଠିତ । ସୁତରାଂ ଆନ୍ଥ୍ରୋପୋଲୋଜିର ପ୍ରକୃତ ଅର୍ଥ ହେଲା ମାନବ ବିଜ୍ଞାନ ବା Science of Humanbeing or Study of man, ଏବଂ ଓଡ଼ିଆ ଭାଷାରେ ଏହାକୁ ନୃତତ୍ତ୍ୱ କୁହାଯାଏ । ପୁନଶ୍ଚ ଏଠାରେ 'ନୃ"ର ଅର୍ଥ ହେଲା ନର ବା ମାନବ ଏବଂ 'ତତ୍ତ୍ୱ'ର ଅର୍ଥ ହେଲା ଜ୍ଞାନ ବା ଗବେଶଣା । ତେଣୁ ନୃତତ୍ତ୍ୱର ଅର୍ଥ ହେଉଛି ମାନବ ସମ୍ବନ୍ଧରେ ଅଧ୍ୟଯନ କରୁଥିବା ବିଜ୍ଞାନ ।

ଆଧାର[ସମ୍ପାଦନା]

  1. Han F. Vermeulen, "The German Invention of Völkerkunde: Ethnological Discourse in Europe and Asia, 1740–1798." In: Sara Eigen and Mark Larrimore, eds. The German Invention of Race. 2006.