ଉଇକିପିଡ଼ିଆ:ଓଡ଼ିଆ ଉଇକିପାଠାଗାର ସଭା ୨୦୧୪/ପରିଚାଳନା

ଉଇକିପିଡ଼ିଆ‌ରୁ




ଓଡ଼ିଆ ଉଇକିପାଠାଗାର ସଭା
ଓଡ଼ିଆ ଭାଷାରେ ଏକ ଇ-ପାଠାଗାରର ଉତ୍ତରଣ
୨୮ ନଭେମ୍ବର ୨୦୧୪, ଜୟଦେବ ଭବନ, ଭୁବନେଶ୍ୱର
ଅପରାହ୍‌ଣ ୩-୫ ଘଟିକା

ଆଲୋଚନାଚକ୍ର: ଓଡ଼ିଆ ବହିର ଇ-ଅଭିଲେଖ
ସନ୍ଧ୍ୟା ୫-୮ ଘଟିକା
ସାଧାରଣ ସଭା
#Odiaws2014

ପ୍ରେସବିବରଣୀଫଟୋପରିଚାଳନା

ଦାୟିତ୍ୱ

  • ଅର୍ଥ:
  • ଖାଦ୍ୟ:
  • ହଲ ବୁକିଙ୍ଗ: ସୁଭାସିସ ପାଣିଗାହି

ମିଡ଼ିଆ

  • ସୋସିଆଲ ମିଡ଼ିଆ: ଦୀପ୍ତିମାନ ପାଣିଗ୍ରାହୀ

ନିମନ୍ତ୍ରଣ

ମହାଶୟ/ମହଶୟା,

ନମସ୍କାର। ଆପଣ ଉଇକିପିଡ଼ିଆ ବିଷୟରେ ନିଶ୍ଚୟ ଶୁଣିଥିବେ, ନିଜ ଜାଣତ ବା ଅଜାଣତରେ ବ୍ୟବହାର ବି କରିଥିବେ । ଉଇକିପିଡ଼ିଆ ଇଣ୍ଟରନେଟରେ ଉପଲବ୍ଧ ଏକ ମୁକ୍ତ ଜ୍ଞାନକୋଷ, ଯାହା ସାଧାରଣ ଲୋକଙ୍କ ଦ୍ଵାରା ନିତ୍ୟସମ୍ପାଦିତ ହେଉଥାଏ । ଉଇକିପିଡ଼ିଆରେ ୟୁନିକୋଡ଼ ଫଣ୍ଟ ବ୍ୟବହାରା କରାଯାଉଥିବାରୁ, ଏହାର ସମସ୍ତ ପ୍ରସଙ୍ଗକୁ ଗୁଗୁଲ ଭଳି ସର୍ଚ୍ଚ ଇଂଜିନ ସାହାଯ୍ୟରେ ସହଜରେ ଖୋଜିହୁଏ ଓ ଆବଶ୍ୟକତା ଅନୁସାରେ ବ୍ୟବହାର କରିହୁଏ । ଓଡ଼ିଆ ସମେତ ଦୁନିଆର ବହୁ ଭାଷାରେ ଉଇକିପିଡ଼ିଆ ଉପଲବ୍ଧ । ୮,୦୦୦ରୁ ଉର୍ଦ୍ଧ ପ୍ରସଙ୍ଗରେ ସମୃଦ୍ଧ ଓଡ଼ିଆ ଉଇକିପିଡ଼ିଆ, ଇତିମଧ୍ୟରେ ୧୨ବର୍ଷ ଅତିକ୍ରମ କରିସାରିଛି ।

ଓଡ଼ିଆ ଉଇକିପିଡ଼ିଆର ନୂତନତମ ସହଯୋଗୀ ପ୍ରକଳ୍ପ ଉଇକିପାଠାଗାର ଏବେ ଇଣ୍ଟରନେଟରେ ଉପଲବ୍ଧ । ଓଡ଼ିଆ ପୋଥିପୁସ୍ତକ ଓ ସାହିତ୍ୟକୁ ଇଣ୍ଟରନେଟରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉପଲବ୍ଧ କରାଇବା ଉଇକିପାଠାଗାରର ଲକ୍ଷ୍ୟ । ସେହି ଲକ୍ଷ୍ୟ ହାସଲ ଦିଗରେ ବହୁ ବିଶିଷ୍ଟ ସାହିତ୍ୟିକ ନିଜନିଜର ଲେଖାକୁ ଉଇକିପାଠାଗାରରେ ସଂଶ୍ଳିଷ୍ଟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ସବୁ ଲେଖାଗୁଡ଼ିକ ଆଗ୍ରହି ଉଇକିଆଳିମାନଙ୍କଦ୍ଵାରା ୟୁନିକୋଡ଼ ଫଣ୍ଟକୁ ରୂପାନ୍ତରିତ କରାଯାଉଛି । ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଫକୀର ମୋହନ ସେନାପତିଙ୍କ ଛମାଣ ଆଠଗୁଣ୍ଠ ଅବା ଗୋପବନ୍ଧୁ ଦାସଙ୍କ ଧର୍ମପଦ ହେଉ ଏ ସବୁ ଏବେ ଉଇକିପାଠାଗାରରେ ସହଜରେ ଉପଲବ୍ଧ ।

୨୮/୨୯ ନଭେମ୍ବର ୨୦୧୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ଉଇକିପାଠାଗାର ସଭା, ଓଡ଼ିଆ ଉଇକିପାଠାଗାର ଓ ସର୍ବୋପରି ଓଡ଼ିଆ ଉଇକିପ୍ରକଳ୍ପଗୁଡ଼ିକୁ ଆଗେଇ ନେବାପାଇଁ ଏକ ଛୋଟ ପ୍ରୟାସ । ଏ ଦିଗରେ ଆପଣଙ୍କ ସହଯୋଗ ଓ ଦିଗଦର୍ଶନ ଆମର ନିତାନ୍ତ କାମ୍ୟ । ଏହି ଉତ୍ସବରେ ଯୋଗଦାନ କରି ଆପଣ ଏ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବେ ।

ଜୟ ଓଡ଼ିଆ! ଜୟ ଓଡ଼ିଶା!

ଓଡ଼ିଆ ଉଇକିପିଡ଼ିଆ ପରିବାର ।