ଚନ୍ଦନ କୁମାର ବେହେରା

ଉଇକିପିଡ଼ିଆ‌ରୁ
ଚନ୍ଦନ କୁମାର ବେହେରା
ଜନ୍ମ


କଟକର ବାଖରାବାଦଠାରେ ରହୁଥିବା ଚନ୍ଦନ କୁମାର ବେହେରା ୫ଥର ସର୍ବ ଭାରତୀୟ ବାହୁକୁସ୍ତି ପ୍ରତିଯେଗୀତାରେ ସ୍ୱର୍ଣ୍ଣ ପଦକ ବିଜେତା। ୨୦୧୪ରେ ଦିଲ୍ଲୀରେ ଅନୁଷ୍ଠିତ ହେଇଥିବା ଡକ୍ଟର ଅାମ୍ବେଦକର ନ୍ୟାସନାଲ୍‍ ଅାର୍ମ ରେସଲିଙ୍ଗ୍‍ ପ୍ରତିଯେଗୀତାରେ ଭିନ୍ନକ୍ଷମ ବର୍ଗରେ ସ୍ୱର୍ଣ୍ଣ ଓ ସାଧାରଣ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ। ଏହା ପୂର୍ବରୁ ୨୦୦୮ରେ ଓଡ଼ିଶାରେ ହେଇଥିବା ନ୍ୟାସନାଲ୍‍ ଜୁନିୟର ଚାମ୍ପିୟନସିପ୍‍ରେ ସ୍ୱର୍ଣ୍ଣ,୨୦୧୦ରେ ଅାସାମରେ,୨୦୧୧ରେ ପଞ୍ଜାବରେ,୨୦୧୩ରେ କେରଳଠାରେ ଅନୁଷ୍ଟିତ ନ୍ୟାସନାଲ୍‍ ଅାର୍ମ ରେସଲିଙ୍ଗ୍‍ ପ୍ରତିଯେଗୀତାରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ୧୫ ବର୍ଷ ବୟସରୁ କଳିଙ୍ଗ ଜିମ୍ନାସିଅମ୍‍ରେ ଅାର୍ମ ରେସଲିଙ୍ଗ ଶିଖୁଥିବା ଚନ୍ଦନ ଭିନ୍ନକ୍ଷମ ଓ ସାଧାରଣ ବର୍ଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଏହାଛଡା ୨୦୧୩ରେ ଓଡ଼ିଶା ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟନସିପରେ ୧୬୦ କେଜି ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଆଧାର[ସମ୍ପାଦନା]

http://sambadepaper.com/epapermain.aspx?edcode=14&eddate=11/4/2014&querypage=13