ଚନ୍ଦ୍ରଶେଖର ବେହେରା

ଉଇକିପିଡ଼ିଆ‌ରୁ
ଚନ୍ଦ୍ରଶେଖର ବେହେରା
ଜନ୍ମ ଓ ଜନ୍ମସ୍ଥାନସମ୍ବଲପୁର ଜିଲ୍ଲା
ମୃତ୍ୟୁ୨୩ ଜାନୁଆରୀ ୧୯୩୬(୧୯୩୬-୦୧-୨୩)
ଜାତୀୟତାଭାରତୀୟ

ଚନ୍ଦ୍ରଶେଖର ବେହେରା (୧୮୭୩-୧୯୩୬) ଓଡ଼ିଶା ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଜନ୍ମିତ ସ୍ୱାଧୀନତା ସଂଗ୍ରାମୀ ତଥା ଅସହଯୋଗ ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ । ପଶ୍ଚିମ ଓଡ଼ିଶାର ପ୍ରଥମ ଓକିଲ, ସମ୍ବଲପୁରର ଭାଷା ଆନ୍ଦୋଳନର ମୁଖ୍ୟ ସୂତ୍ରଧର, ସମ୍ବଲପୁର ମୁନିସିପାଲିଟିର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜଣେ ସମାଜ ସଂସ୍କାରକ ଥିଲେ । [୧]

ଗାନ୍ଧୀଜୀଙ୍କର ଆଗମନ ଓ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ[ସମ୍ପାଦନା]

ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନର ଅନ୍ୟତମ ପ୍ରଧାନ ପରିଚୟ ଥିଲେ ଚନ୍ଦ୍ରଶେଖର । ସେ ମହାତ୍ମା ଗାନ୍ଧୀଙ୍କ ଆଗରୁ ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ । ଅସ୍ପୃଶ୍ୟତା ବିରୋଧରେ ଗଣଆନ୍ଦୋଳନ ଡାକରା ଦେଇଥିଲେ । ଏକ ହରିଜନ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ । ସେ ବ୍ରାହ୍ମଣବାଦର ବିରୋଧୀ ଥିଲେ ଓ ସେଥିପାଇଁ ତାଙ୍କୁ ଏକଦା ଦଣ୍ଡିତ ହେବାକୁ ମଧ୍ୟ ପଡ଼ିଥିଲା ।କିନ୍ତୁ ତାଙ୍କ ଚିନ୍ତାଧାରା ନିଜ ସମୟଠାରୁ ବହୁ ଆଗରେ ଥିଲା । ନିର୍ଭୀକତା ସ୍ପଷ୍ଟବାଦିତା, ସଚ୍ଚୋଟତା ଚନ୍ଦ୍ରଶେଖରଙ୍କ ଆଦର୍ଶ ଥିଲା ।

କଂଗ୍ରେସ ପ୍ରତିଷ୍ଠା[ସମ୍ପାଦନା]

ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠା ତାଙ୍କ ଦିଗଦର୍ଶନରେ ହୋଇଥିଲା । ସମ୍ବଲପୁରରେ ଆଞ୍ଚଳିକ ସ୍ତରର ସ୍ୱାଧୀନତା ସଂଗ୍ରାମ କାର୍ଯ୍ୟକଳାପକୁ ସେ ଜାତୀୟ କଂଗ୍ରେସ ସହ ମିଶ୍ରଣ କରିଥିଲେ । ୧୯୨୮ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପ୍ରଥମ ଗସ୍ତ ଅବସରରେ ଚନ୍ଦ୍ରଶେଖର ବେହେରାଙ୍କ ଘରେ ଅବସ୍ଥାନ କରିଥିଲେ ।

ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ[ସମ୍ପାଦନା]

ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ଓଡ଼ିଶାରେ ସମ୍ବଲପୁରର ମିଶ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ଉତ୍କଳ ସମ୍ମିଳନୀର ଜଣେ ନେତା ଥିଲେ । ସମ୍ବଲପୁରରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ ହୋଇଥିବା ଉଦ୍ୟମ ବିରୋଧରେ ସେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ । ବିଭିନ୍ନ ପ୍ରଦେଶରେ ମିଶିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ସଂଗ୍ରାମରେ ସେ ଜଣେ ଆଗ ଧାଡ଼ିର ସଦସ୍ୟ ଥିଲେ ।

ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ପ୍ରତିଷ୍ଠା[ସମ୍ପାଦନା]

ସମ୍ବଲପୁରର ମୁନିସିପାଲିଟିର ନଗରପାଳ (ଚେୟାରମ୍ୟାନ) ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ । ସେ ଜଣେ ଦକ୍ଷ ଓକିଲ ଥିଲେ । ସମ୍ବଲପୁର ଅଞ୍ଚଳର ପ୍ରଥମ ଓକିଲ ଭାବେ ୧୯୦୧ ମସିହା ସେପ୍ଟେମ୍ବର ୨୩ ତାରିଖରେ କାର୍ଯାରମ୍ଭ କରିଥିଲେ ।୧୯୦୮ ଡିସେମ୍ବର ୨୩ ତାରିଖରେ ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଗଠିତ ହୋଇଥିଲା ।

ଶିକ୍ଷା ପ୍ରସାର[ସମ୍ପାଦନା]

ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା ସମସାମୟିକ ସେ ସମ୍ବଲପୁରରେ ନାସନାଲ ସ୍କୁଲ ଅଫ ସମ୍ବଲପୁର ପ୍ରତିଷ୍ଠା କରିଥିଲେ ।

ଅଧିକ ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]