ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଆମନ୍ତ୍ରଣ
ଅତିଥି ମାନଙ୍କ ପାଇଁ
ମହାଶୟ/ମହଶୟା,
ନମସ୍କାର। ପ୍ରଥମେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଆପଣଙ୍କୁ ଓଡ଼ିଆ ଭାବେ ହାର୍ଦ୍ଦିକ ଅଭିନନ୍ଦନ, ଏହି ଶାସ୍ତ୍ରୀୟ ମାନ୍ୟତା ଓଡ଼ିଆ ସାହିତ୍ୟ ସହ ଓଡ଼ିଶାର ପ୍ରତି ଲୋକ ଭାଷାକୁ ସମୃଦ୍ଧ କରିବ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ବର୍ତ୍ତମାନର ବୈଶ୍ଵୀକରଣ ଯୁଗରେ ଆମ ଭାଷାକୁ ଆହୁରି ଲୋକାଭିମୁଖୀ କରିବା ଆଉ ଆଗାମୀ ପୀଢି ପାଇଁ ସୁରକ୍ଷିତ ରଖିବାପାଇଁ ହେଲେ ଓଡ଼ିଆ ଭାଷାର ଡିଜିଟାଲାଇଜେସନ ନିତାନ୍ତ ଜରୁରୀ । ଏଥିପାଇଁ ଯୁବକମାନଙ୍କ ଆଜିର ଶିକ୍ଷା ଓ ବରିଷ୍ଠମାନଙ୍କର ଅଭିଜ୍ଞତାର ସମ୍ମିଶ୍ରଣ ନିତାନ୍ତ ଆବଶ୍ୟକ ।
ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ, ବିଶ୍ଵର ପ୍ରତି ଛୋଟ ବଡ଼ କଥାର ବିବରଣୀ ଏଥିରେ ଥାଏ । ଆଜିର ପୀଢି କିଛି ବିଷୟରେ ଜାଣିବାକୁ ଚାହିଁଲେ ପ୍ରଥମେ ଉଇକିପିଡ଼ିଆରେ ଖୋଜନ୍ତି। ଇଂରାଜୀ ଭାଷାରେ ଏହା ସବୁଠୁ ବଡ଼ ଜ୍ଞାନକୋଷ । ଇଂରାଜୀଭାଷାରେ ଏହା ୨୦୦୧ରେ ଆରମ୍ଭ ହେଇଥିବା ବେଳେ, ଓଡ଼ିଆ ଓ ଅନ୍ୟ କିଛି ଭାରତୀୟ ଭାଷାରେ ଏହା ୨୦୦୨ରେ ଆରମ୍ଭ କରାଯାଇଥିଲା । ହେଲେ ଆଇ.ଟି ସାକ୍ଷରତାର ଅଭାବ ଯୋଗୁ, ଏହା ବିଶେଷ ଅଗ୍ରଗତି କରିପାରିନଥିଲା । ମାତ୍ର ୨୦୧୧ ପରେ ଏହା ପୁନର୍ଜନ୍ମ ଲାଭ କରିଥିଲା, ବର୍ତ୍ତମାନ ଏହା ୬୦୦୦ରୁ ଉର୍ଦ୍ଧ ପ୍ରସଙ୍ଗ ସହ ଓଡ଼ିଆ ଭାଷାର ସବୁଠୁ ବଡ଼ ୱେବସାଇଟର ମାନ୍ୟତା ଲାଭ କରିଛି। ତଥାପି, ଅନ୍ୟ ଭାଷା ତୁଳନାରେ ଏହା ବହୁତ ପଛରେ ପଡ଼ିଛି। ଏହାକୁ ଆହୁରି ସମୃଦ୍ଧ କରିବା ପାଇଁ ଆଜିର ଛାତ୍ରସମାଜର ପ୍ରଯୁକ୍ତି ଜ୍ଞାନ ସହ ରାଜ୍ୟ ଅଭିଜ୍ଞ ଭାଷାପ୍ରେମୀ ମାନଙ୍କ ଦାଖଲ ଲୋଡା।
ଆପଣ, ଓଡ଼ିଶାର ଜଣେ ସୁନାମଧନ୍ୟ ବ୍ୟକ୍ତି, ଓ ସାରା ଓଡ଼ିଶା ଆପଣଙ୍କୁ ସମ୍ମାନ ଜଣାଏ । ଆପଣଙ୍କ ଅବଦାନ ଓଡ଼ିଶା ଆଉ ଓଡ଼ିଆ ପାଇଁ ଅନସ୍ଵୀକାର୍ଯ୍ୟ । ଓଡ଼ିଆ ଉଇକିପିଡିଆର ଓଡ଼ିଶା ଦିବସ ପାଳନ ଓ ଓଡ଼ିଆ ଭାଷାର ଡିଜିଟାଲାଇଜେସନ ସମ୍ପର୍କିତ କର୍ମଶାଳାରେ ଆପଣଙ୍କୁ ଅତିଥି ଭାବେ ସାଦର ଆମନ୍ତ୍ରଣ ଜଣାଉଛୁ । ଓଡ଼ିଆ ଭାଷାର ବିକାଶ ରେ ଆଜିର ପ୍ରଯୁକ୍ତି ବିଦ୍ୟା କିପରି ସହାୟକ ହେଇପାରିବ, ସେ ବିଷୟରେ ଆପଣଙ୍କ ମତାମତ ଜାଣିବା ପାଇଁ ଆମେ ଉତ୍ସୁକ ରହିବୁ। ଆମର ଗୌରବୋଜ୍ଜ୍ଵଳ ଇତିହାସ ଓ ପରମ୍ପରା ଆଗାମୀ ପୀଢି ପାଇଁ କିପରି ସୁରକ୍ଷିତ ରହିବା ସେଥିରେ ଆପଣଙ୍କ ମୁଲ୍ୟବାନ ପରାମର୍ଶ ନିତାନ୍ତ ଆବଶ୍ୟକ ।
ଜୟ ଓଡ଼ିଆ! ଜୟ ଓଡ଼ିଶା!
ସାମ୍ବାଦିକ ମାନଙ୍କ(ପ୍ରେସ)ପାଇଁ
ମହାଶୟ/ ମହଶୟା,
ନମସ୍କାର । ପ୍ରଥମେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଆପଣଙ୍କୁ ଓଡ଼ିଆ ଭାବେ ହାର୍ଦ୍ଦିକ ଅଭିନନ୍ଦନ, ଏହି ଶାସ୍ତ୍ରୀୟ ମାନ୍ୟତା ଓଡ଼ିଆ ସାହିତ୍ୟ ସହ ଓଡ଼ିଶାର ପ୍ରତି ଲୋକଭାଷାକୁ ସମୃଦ୍ଧ କରିବ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ବର୍ତ୍ତମାନର ବୈଶ୍ଵୀକରଣ ଯୁଗରେ ଆମ ଭାଷାକୁ ଆହୁରି ଲୋକାଭିମୁଖୀ କରିବା ଆଉ ଆଗାମୀ ପୀଢ଼ି ପାଇଁ ସୁରକ୍ଷିତ ରଖିବାପାଇଁ ହେଲେ ଓଡ଼ିଆ ଭାଷାର ଡିଜିଟାଲାଇଜେସନ ନିତାନ୍ତ ଜରୁରୀ। ଏଥିପାଇଁ ଯୁବକମାନଙ୍କ ଆଜିର ଶିକ୍ଷା ଓ ବରିଷ୍ଠ ମାନଙ୍କର ଅଭିଜ୍ଞତାର ସମ୍ମିଶ୍ରଣ ସହ ଏହାର ତ୍ଵରିତ ପ୍ରଚାର ଓ ପ୍ରସାର ପାଇଁ ମୁଦ୍ରକ ଗଣମାଧ୍ୟମର ସାହାଯ୍ୟ ଓ ସହଯୋଗ ନିତାନ୍ତ ଆବଶ୍ୟକ ।
ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ, ବିଶ୍ଵର ପ୍ରତି ଛୋଟ ବଡ଼ କଥାର ବିବରଣୀ ଏଥିରେ ଥାଏ। ଆଜିର ପୀଢ଼ି କିଛି ବିଷୟରେ ଜାଣିବାକୁ ଚାହିଁଲେ ପ୍ରଥମେ ଉଇକିପିଡ଼ିଆରେ ଖୋଜନ୍ତି। ଇଂରାଜୀ ଭାଷାରେ ଏହା ସବୁଠୁ ବଡ଼ ଜ୍ଞାନକୋଷ । ଇଂରାଜୀଭାଷାରେ ଏହା ୨୦୦୧ରେ ଆରମ୍ଭ ହେଇଥିବା ବେଳେ, ଓଡ଼ିଆ ଓ ଅନ୍ୟ କିଛି ଭାରତୀୟ ଭାଷାରେ ଏହା ୨୦୦୨ରେ ଆରମ୍ଭ କରାଯାଇଥିଲା । ହେଲେ ଆଇ.ଟି ସାକ୍ଷରତାର ଅଭାବ ଯୋଗୁ, ଏହା ବିଶେଷ ଅଗ୍ରଗତି କରିପାରିନଥିଲା । ମାତ୍ର ୨୦୧୧ ପରେ ଏହା ପୁନର୍ଜନ୍ମ ଲାଭ କରିଥିଲା, ବର୍ତ୍ତମାନ ଏହା ୬୦୦୦ରୁ ଉର୍ଦ୍ଧ ପ୍ରସଙ୍ଗ ସହ ଓଡ଼ିଆ ଭାଷାର ସବୁଠୁ ବଡ଼ ୱେବସାଇଟର ମାନ୍ୟତା ଲାଭ କରିଛି। ତଥାପି, ଅନ୍ୟ ଭାଷା ତୁଳନାରେ ଏହା ବହୁତ ପଛରେ ପଡିଛି। ଏହାକୁ ଆହୁରି ସମୃଦ୍ଧ କରିବା ପାଇଁ ଆଜିର ଛାତ୍ରସମାଜର ପ୍ରଯୁକ୍ତି ଜ୍ଞାନ, ରାଜ୍ୟର ଅଭିଜ୍ଞ ଭାଷାପ୍ରେମୀ ମାନଙ୍କ ଦଖଲ ସହ ଗଣମାଧ୍ୟମ ର ବାରମ୍ବାର ପ୍ରଚାର ଓ ପ୍ରସାର ବହୁତ ଲୋଡା ।
ଆପଣଙ୍କ ଖବରକାଗଜ/ଚାନେଲ ଓଡ଼ିଶାର ଏକ ପ୍ରବଳ ପ୍ରସାରିତ ଗଣମାଧ୍ୟମ । ଓଡ଼ିଶାର ଘରେ ଘରେ ଏହା ସୁପରିଚିତ । ଓଡ଼ିଶାର କୋଣ ଅନୁକୋଣରୁ ଖବର ସଂଗ୍ରହ କରି ଆପଣ ଘରେ ଘରେ ପହଞ୍ଚାଇଥାନ୍ତି, ଓଡ଼ିଆ ସୁଖରେ ସୁଖୀ ହୁଅନ୍ତି ଓ ଦୁଃଖରେ ଦୁଃଖୀ ହୁଅନ୍ତି। ଓଡ଼ିଆ ଉଇକିପିଡ଼ିଆର ଓଡ଼ିଶା ଦିବସ ପାଳନ ଓ ଓଡ଼ିଆ ଭାଷାର ଡିଜିଟାଲାଇଜେସନ ସମ୍ପର୍କିତ କର୍ମଶାଳା ଉପରେ ଆପଣଙ୍କ ଖବରକାଗଜ/ ଚାନେଲକୁ ସାଦର ଆମନ୍ତ୍ରଣ ଜଣାଉଛୁ। ଓଡ଼ିଆ ଭାଷାର ବିକାଶରେ ଆଜିର ପ୍ରଯୁକ୍ତି ବିଦ୍ୟା କିପରି ସହାୟକ ହେଇପାରିବ ସେଥିରେ ଆପଣଙ୍କ ବହୁଳ ପ୍ରଚାର ଓ ପ୍ରସାରଣ ବହୁତ ଆବଶ୍ୟକ । ଆମର ଗୌରବୋଜ୍ଜ୍ଵଳ ଇତିହାସ ଓ ପରମ୍ପରା ଆଗାମୀ ପୀଢି ପାଇଁ କିପରି ସୁରକ୍ଷିତ ରହିବ, ସେଥିରେ ଆପଣଙ୍କ ମୁଲ୍ୟବାନ ପରାମର୍ଶ ନିତାନ୍ତ ଆବଶ୍ୟକ।
ଜୟ ଓଡ଼ିଆ! ଜୟ ଓଡ଼ିଶା!
ସାଧାରଣ ଲୋକଙ୍କ ପାଇଁ
ପ୍ରିୟ ବନ୍ଧୁ,
ନମସ୍କାର । ଆଶା କରୁଛୁ ଭଲରେ ଥିବେ। ପ୍ରଥମେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଆପଣଙ୍କୁ ଓଡ଼ିଆ ଭାବେ ହାର୍ଦ୍ଦିକ ଅଭିନନ୍ଦନ । ଏହି ଶାସ୍ତ୍ରୀୟ ମାନ୍ୟତା ଓଡ଼ିଆ ସାହିତ୍ୟ ସହ ଓଡ଼ିଶାର ପ୍ରତି ଲୋକଭାଷାକୁ ସମୃଦ୍ଧ କରିବ ଏଥିରେ ସନ୍ଦେହ ନାହିଁ । କିନ୍ତୁ, ଆଜିର ବୈଶ୍ଵୀକରଣ ଯୁଗରେ ଆମ ଭାଷାକୁ ମଧ୍ୟ ସେତିକି ଉନ୍ନତ କରିବାକୁ ପଡିବ ଯେପରିକି ଆମ ଉତ୍ତର ପୀଢି ଏହାକୁ ଆହୁରି ଆଗକୁ ବଢେଇପାରିବେ। ଆଜିର ଯୁଗ କମ୍ପ୍ୟୁଟରର ଯୁଗ। ଖବରକାଗଜ, ବହି, ଶିକ୍ଷା, ସାହିତ୍ୟଠୁ ଆରମ୍ଭ କରି ମନୋରଞ୍ଜନ, ଭ୍ରମଣ ସବୁ କମ୍ପୁଟରରେ ଉପଲବ୍ଧ । ହେଲେ ଆଜିର ପୀଢ଼ି ଏସବୁ ମୁଖ୍ୟତଃ ଇଂରାଜୀ ଭାଷାରେ ଦେଖୁଛନ୍ତି ବା ପଢୁଛନ୍ତି । ଭାରତୀୟ ଭାଷା ଭିତରେ ତାମିଲ, ତେଲୁଗୁ, ବଙ୍ଗାଳୀ, ଗୁଜୁରାଟୀ, ମରାଠୀ, ମାଲାୟଲମ ଭାଷାର ପିଲା ମାନେ ଇଂରାଜୀ ସହ ନିଜ ମାତୃଭାଷା ପ୍ରତି ଯେଉଁ ମମତା ରଖୁଛନ୍ତି ସେ ଭଲପାଇବା ଓଡ଼ିଶା ରେ ଧୀରେ ଧୀରେ କମିବାରେ ଲାଗିଛି । ସମୟ ଆସିଛି, ଦ୍ଵିତୀୟ ଭାଷା ଆନ୍ଦୋଳନର । କମ୍ପୁଟର ଭଳି ଅନ୍ୟ ଡିଜିଟାଲ ମାଧ୍ୟମରେ ଓଡ଼ିଆ ଭାଷାର କାୟା ବିସ୍ତାର କରିବାର ସମୟ । ଆଜିର ପୀଢି ଆଉ ଆଗାମୀ ପୀଢ଼ିକୁ ଓଡ଼ିଆ ଭାଷାର ପରିବେଶରେ,ତାଙ୍କରି ପସନ୍ଦର ମାଧ୍ୟମଙ୍କୁ ନେଇ ବଞ୍ଚିବା ଶିଖାଇବାର ସମୟ ।
ଓଡ଼ିଆ ଭାଷାର ଡିଜିଟାଇଜେସନ ୨୧ ଶତାବ୍ଦୀର ଆରମ୍ଭରୁ ହୋଇଯାଇଥିଲେ ମଧ୍ୟ ଆଇ.ଟି ସାକ୍ଷରତା ହାର ଅଭାବ ଓ ଓଡ଼ିଶାର ବୈଷୟିକ ଛାତ୍ରମାନେ କର୍ମ ସନ୍ଧାନରେ ବାହାରକୁ ଯାଉଥିବାରୁ ଏହାର ବେଶୀ ବ୍ୟବହାର ହେଇ ପାରୁନଥିଲା । ହେଲେ ବର୍ତ୍ତମାନ କିଛି ଭାଷା ପ୍ରେମୀ ଯନ୍ତ୍ରୀମାନଙ୍କ ଯୋଗୁଁ ଡିଜିଟାଲ ମାଧ୍ୟମରେ ଓଡ଼ିଆ ଲେଖିବା ଧୀରେ ଧୀରେ ସହଜ ଓ ଲୋକପ୍ରିୟ ହେବାକୁ ଲାଗିଛି। ହେଲେ, ଅନ୍ୟ ଭାଷା ତୁଳନାରେ ଏହାର ବ୍ୟବହାର ସେତେ ଆଖିଦୃଶିଆ ହୋଇପାରିନାହିଁ। ଏହାର ବ୍ୟବହାର କିଛି ଗୋଷ୍ଠୀ ମଧ୍ୟରେ ସୀମିତ ରହୁଛି।
ଓଡ଼ିଆ ଉଇକିପିଡ଼ିଆ ଏ ଦିଗରେ ଗୋଟିଏ ଛୋଟିଆ ପ୍ରୟାସ କରୁଛି। ଓଡ଼ିଆ ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ ଯାହାଦ୍ୱାରା ଆପଣ ବିଭିନ୍ନ ବିଷୟରେ କିଛି ଜାଣିପାରିବେ ଏବଂ ଆପଣ ଚାହିଁଲେ କିଛି ବିଷୟରେ ଲେଖି ବି ପାରିବେ। ଏ ବିଷୟରେ ସବିଶେଷ ଭାବେ ଲୋକମାନଙ୍କୁ ଜଣେଇବା ପାଇଁ ବିଭିନ୍ନ ସମୟରେ ରାଜ୍ୟରେ ତଥା ରାଜ୍ୟ ବାହାରେ କର୍ମଶାଳାମାନ ଆୟୋଜନ କରାଯାଏ । ଓଡ଼ିଆରେ ଲେଖିବା ସହ ଆଗାମୀ ପୀଢ଼ି ପାଇଁ ଭାଷାକୁ ବଞ୍ଚେଇ ରଖିବା ପାଇଁ ଏହା ସମୁଦ୍ରକୁ ଶଙ୍ଖେ ଭଳିଆ ଏକ ଚେଷ୍ଟା ମାତ୍ର । ହେଲେ ଏଥର ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ତଥା ଆଗାମୀ ଓଡ଼ିଶା ଦିବସ ପାଳନ ଅବସରରେ ଏକ ଛୋଟ ଉତ୍ସବ ଓ କର୍ମଶାଳାର ଆୟୋଜନ କରୁଛୁ। ଏଥିରେ ଆପଣଙ୍କ ଉପସ୍ଥିତି କାମନା କରୁଛୁ ଓ ତା ସହ ଆପଣଙ୍କ ସହଯୋଗ ବି ଆଶା କରୁଛୁ । ଆସନ୍ତୁ, ଆମ ଭାଷାକୁ ଆଗକୁ ବଢ଼ାଇବା ଓ ଆମ ପର ପୀଢ଼ିକୁ ମାତୃଭାଷାଛଡ଼ା ହେବାକୁ ଦେବାନି।
ଜୟ ଓଡ଼ିଆ! ଜୟ ଓଡ଼ିଶା!