ଅପେରା (ଯାତ୍ରା)

ଉଇକିପିଡ଼ିଆ‌ରୁ

ଅପେରା ବା ଯାତ୍ରା ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ଏକ ଲୋକ କଳା । ଏହା ଏକ ଭ୍ରମଣ କାରି ନାଟକ ପ୍ରଦର୍ଶନ କରୁଥିବା ଦଳକୁ ବୁଝାଏ । ଯାତ୍ରାରେ ପ୍ରଦର୍ଶିତ ହେଉଥିବା ନାଟକଗୁଡ଼ିକ ଜନ ଜୀବନର କାହାଣୀଦ୍ୱାରା ପ୍ରଭାବିତ ହୋଇଥାଏ । ଯାତ୍ରାର ମୁଖ୍ୟ ଆକର୍ଷଣ ଏହାର ସଂଳାପ ଏବଂ ନୃତ୍ୟ ଗୀତ । ଓଡ଼ିଶାର ସବୁ ମେଳା ମହୋତ୍ସବରେ ଯାତ୍ରା ଦଳଗୁଡିକ ନିଜର ନାଟକ ପ୍ରଦର୍ଶନ କରିଥାନ୍ତି । ରଙ୍ଗୀନ, ଜକମକ ବେଶଭୁଷା, ଆକର୍ଷଣୀୟ ନୃତ୍ୟ ତଥା ସଙ୍ଗୀତର ସମାରୋହ ଯାତ୍ରାକୁ ଲୋକପ୍ରିୟ କରିବାରେ ସାହାଯ୍ୟ କରିଛି ।

ଓଡ଼ିଶାର ଯାତ୍ରା ଜଗତର କେତୋଟି ଲୋକ ପ୍ରିୟ ଦଳ ହେଲା:

  1. ଶିବାନୀ ଗଣନାଟ୍ୟ
  2. ଜନତା ଗଣନାଟ୍ୟ
  3. ଅଷ୍ଟଶମ୍ଭୁ ଗଣନାଟ୍ୟ
  4. ନିୟତି ଗଣନାଟ୍ୟ