ମେହଦି ହାସନ
ଉସ୍ତାଦ ମେହଦି ହାସନ | |
---|---|
Also known as | ଖାନ ସାହେବ କିଙ୍ଗ ଅଫ ଗଜଲ (ଗଜଲ ଜଗତର ରାଜା) |
ଜନ୍ମ | ଲୁଣା, ଝୁନଝୁନୁ ଜିଲ୍ଲା,ରାଜସ୍ଥାନ-ଭାରତ | ଜୁଲାଇ ୧୮, ୧୯୨୭
ମୃତ୍ୟୁ | ୧୩ ଜୁନ ୨୦୧୨ କରାଚୀ, ସିନ୍ଧ, ପାକିସ୍ତାନ | (ବୟସ ୮୪)
ଶୈଳୀ | ଶାସ୍ତ୍ରୀୟ ସଙ୍ଗୀତ, ଗଜଲ, |
ପେଷା | ଗାୟକ, ସଙ୍ଗୀତ ସଂଯୋଜକ |
ବାଦ୍ୟଯନ୍ତ୍ର | ହାରମୋନିୟମ |
କାର୍ଯ୍ୟକାଳ | ୧୯୫୭-୧୯୯୯ (ଅବସର ପ୍ରାପ୍ତି) |
ମେହଦି ହାସନ ଖାନ (ଜୁଲାଇ ୧୮, ୧୯୨୭ - ଜୁନ ୧୩, ୨୦୧୨) ଜଣେ ପାକିସ୍ତାନୀ ଗଜଲ ଗାୟକ ଥିଲେ । ସେ "କିଙ୍ଗ ଅଫ ଗଜଲ" (ଗଜଲ ଜଗତର ରାଜା) ତଥା ଏକ ଜଣାଶୁଣା ପାକିସ୍ତାନୀ ପ୍ରଚ୍ଛଦପଟ୍ଟ ଗାୟକ ହିସାବରେ ସାରା ପୃଥିବୀରେ ସୁପ୍ରସିଦ୍ଧ ଥିଲେ। ତାଙ୍କୁ ପାକିସ୍ତାନ ସରକାରଙ୍କଦ୍ୱାରା "ତମଘା-ଏ-ଇମତିୟାଜ" ଏବଂ " ହିଲାଲ-ଏ-ଇମତିୟାଜ" ସମ୍ମାନରେ ସମ୍ମାନିତ କରାଯାଇଛି । ମେହଦି ହାସନଙ୍କ ମୃତ୍ୟୁ ଜୁନ ୧୩, ୨୦୧୨ରେ ପାକିସ୍ତାନର କରାଚୀସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ହେଇଥିଲା । [୧] [୨]ଦୀର୍ଘ ୫ ଦଶନ୍ଧି ଧରି ସେ ଗଜଲ ଦୁନିଆରେ ପ୍ରଭାବ ବିସ୍ତାର କରିଆସିଥିଲେ l ବିଶ୍ୱ ଉର୍ଦ୍ଦୁ କବିତା ଜଗତରେ ସେ ଏକ ନୂଆ ଜାଗରଣ ସୃଷ୍ଟି କରିଥିଲେ l "ଗୁଲୋ ମେଲୋ ରଙ୍ଗ ଭରେ"ଠାରୁ ଆରମ୍ଭକରି "ଜିନ୍ଦଗି ମେ ତୋ ସଭି ପ୍ୟାର କିୟା କରତେ ହେଁ" ଏବଂ "ଅବକେ ବିଛଡେ ଖ୍ୱାବ ମେ ମିଲେ" ଭଳି ଗଜଲ ଗାଇ ସେ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇ ପାରିଥିଲେ l ଦୀର୍ଘ ୫୦ ବର୍ଷର ସଙ୍ଗୀତ ଜୀବନ ମଧ୍ୟରେ ସେ ଉର୍ଦ୍ଦୁ, ପଞ୍ଜାବୀ ଏବଂ ବଙ୍ଗଳା ଭାଷାରେ ୨୦ ହଜାରରୁ ଅଧିକ ଗଜଲ ଓ ନାନାଦି ସଙ୍ଗୀତ ଗାଇଛନ୍ତି l
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୯୨୭ ମସିହାରେ ଭାରତର ରାଜସ୍ଥାନ ରାଜ୍ୟର ଲୁନାଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ l୧୯୪୭ ମସିହା ଭାରତ-ପାକିସ୍ଥାନ ବିଭାଜନ ସମୟରେ ଏହି ପରିବାର ପାକିସ୍ଥାନ ଚାଲିଯାଇଥିଲେ l ହେଲେ ପାକିସ୍ଥାନ ଯିବା ପୂର୍ବରୁ ସେ ଭାରତରେ ନିଜର ପଟ୍ଟଶିଷ୍ୟ ଜଗଜିତ ସିଂହଙ୍କୁ ନିଜ ଶୈଳୀରେ ସୁପ୍ରଶିକ୍ଷିତ କରିଦେଇଥିଲେ l ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହେଇଥିବାରୁ ଜୀବନଯାପନ ପାଇଁ ତାଙ୍କୁ ତରୁଣ ବୟସରେ ବହୁତ କୋଠର ପରିଶ୍ରମ କରିବାକୁ ପଡ଼ିଥିଲା l ୨୦ବର୍ଷ ବୟସରେ ସେ ଏକ ସାଇକେଲ ଦୋକାନରେ କାମ କରିଥିଲେ ଏବଂ ପରେ ଟ୍ରାକ୍ଟର ତଥା କାର ମିସ୍ତ୍ରୀ ହିସାବରେ ମଧ୍ୟ କାମ କରିଥିଲେ l ପାକିସ୍ଥାନ ଯିବାର ଦଶ ବର୍ଷ ପରେ ଅର୍ଥାତ ୧୯୫୭ ମସିହାରେ ସେ ପ୍ରଥମଥର ପାଇଁ ପାକିସ୍ଥାନ ଆକାଶବାଣୀରେ ଏକ "ଠୁମକି" ଗାଇଥିଲେ l ତା' ପରେ ଗୋଟିଏ ପରେ ଗୋଟିଏ ଗଜଲ ଗାଇ ଚହଳ ପକେଇଦେଇଥିଲେ l ପାକିସ୍ଥାନ ଚଳଚ୍ଚିତ୍ର ଜଗତରେ ସେ ଏକଦା ରାଜ କରିଥିଲେ l
୨୦୦୦ ମସିହାରେ ସେ ଶେଷଥର ପାଇଁ ଭାରତରେ ସଂଗୀତ କାର୍ଯ୍ୟକ୍ରମ କରିଥିଲେ lତାଙ୍କୁ ଭାରତରେ "ସେହଗଲ ପୁରସ୍କାର" ପ୍ରଦାନ କରାଯାଇଥିଲା l ଭାରତର ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ସହିତ ସେ "ତେରା ମିଲନ" ନାମରେ ଏକ ଯୁଗଳ ଗୀତ ଗାଇଥିଲେ l
ଖ୍ୟାତିପ୍ରାପ୍ତ ଗଜଲ ସମୂହ
[ସମ୍ପାଦନା]- ରଞ୍ଜିସ୍ ହି ସହି ଦିଲ୍ ହି ଦୁଖାନେ କେ ଲିଏ...
- ଆଜ ତକ ୟାଦ ହେ ଓ ପ୍ୟାର...
- ଦେଖ ତୋ ଦିଲ କେ ଜାନ ସେ ଉଠାହେ....
- ଦୁନିଆ କିସିକେ ପ୍ୟାର ମେ.....
- ଏକ ବାର ଚଲେ ଆଓ....
- ଅବ କେ ହମ ବିଛଡେ ତୋ ସାୟଦ କଭି...
- ଜବ ଭି ଆତି ହେ ତେରି ୟାଦ....
- ଜବ କୋଇ ପ୍ୟାରସେ ବୁଲାଏଗା....
ଆଧାର
[ସମ୍ପାଦନା]- ↑ "Ghazal maestro Mehdi Hassan is dead". Archived from the original on 2012-06-16. Retrieved 2012-06-13.
- ↑ "Mehdi Hassan passes away in Karachi". 13 June 2012.