Jump to content

କୋଲା କାଣ୍ଡା

ଉଇକିପିଡ଼ିଆ‌ରୁ
କୋଲା କାଣ୍ଡା
ଏକ କପ କୋଲା କାଣ୍ଡା
ଅନ୍ୟ ନାମକୋଲା କାନ୍ଧା, କୋଲା କେଣ୍ଡା, କୋଲା କାଞ୍ଜେ, ଭଲ୍ଲାରୀ କାଞ୍ଜି ଏବଂ କରୁଭେପ୍ପୀଲାଇ କାଞ୍ଜି
ପ୍ରକାରକାଞ୍ଜି
ପରଷାଜଳଖିଆ
ଅଞ୍ଚଳ ବା ରାଜ୍ୟଶ୍ରୀଲଙ୍କା
ଆରମ୍ଭସାଂସ୍କୃତିକ
ପରଷିବା ଉତ୍ତାପଗରମ
ମୁଖ୍ୟ ଉପାଦାନଗୋଟୁକୋଲା, ନାଲି ଚାଉଳ କିମ୍ବା ମାଟିଆ ଚାଉଳ, ନଡ଼ିଆ କୋରା କିମ୍ବା ନଡ଼ିଆ କ୍ଷୀର, ଅଦା, ରସୁଣ ଏବଂ ଲୁଣ
ପ୍ରକାର ଭେଦଲେମ୍ବୁ ରସ ଏବଂ ଗୁଡ଼

କୋଲା କାଣ୍ଡା (କୋଲା କାନ୍ଧା, କୋଲା କେଣ୍ଡା) (ସିଂହଳ: කොළ කැඳ) ଏକ ପାରମ୍ପାରିକ ହର୍ବାଲ୍ କାଞ୍ଜି କିମ୍ବା ଦଲିଆ ଅଟେ ଯାହା ମୁଖ୍ୟତଃ, କଞ୍ଚା ଚାଉଳ, ନଡିଆ କ୍ଷୀର ଏବଂ ଔଷଧୀୟ ଗୁଣ ଥିବା ମୂଲ୍ୟବାନ ପତ୍ରର ସବୁଜ ରସରୁ ପ୍ରସ୍ତୁତ ହୋଇଥାଏ ।[][][] କେଉଁ ପ୍ରକାରର ରୋଗକୁ ରୋକିବା କିମ୍ବା ଆରୋଗ୍ୟ କରିବାକୁ ଚେଷ୍ଟା କରାଯାଉଛି ତାକୁ ମୁଖ୍ୟତଃ ଧ୍ୟାନରେ ରଖି ପତ୍ରମାନଙ୍କ ମଧ୍ୟରୁ ଗୋଟୁକୋଲା, କରପିଞ୍ଚା, ଭେଲ୍ପେନେଲା, ଇରାମୁସୁ, ହଟାବରିୟା, ପୋଲପାଲା କିମ୍ବା ରାଣାୱାରା ଅନ୍ତର୍ଭୁକ୍ତ କରାଯାଇପାରେ ।[][] ହର୍ବାଲ ପତ୍ରର ତିକ୍ତତାକୁ ହ୍ରାସ କରିବା ପାଇଁ ଏଥିରେ ସାଧାରଣତଃ ଗୁଡ଼ କିମ୍ବା ଲେମ୍ବୁ ରସ ମିଶାଇ ବ୍ୟବହାର କରାଯାଏ । ଏହା ସାଧାରଣତଃ ଜଳଖିଆ ଖାଇବା ସମୟରେ ଗରମ ପରିବେଷଣ କରାଯାଏ ।

ଦିପବଂଶ ଏବଂ ମହାବଂଶ ସମେତ ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ କୋଲା କାଣ୍ଡା ଖାଇବାର ଅଭ୍ୟାସ ବୌଦ୍ଧ ସଂସ୍କୃତିରୁ ଉତ୍ପନ୍ନ ହୋଇଥିଲା । ବୌଦ୍ଧ ଭିକ୍ଷୁକମାନେ ଏହାକୁ ସକାଳେ ଖାଦ୍ୟ ଭାବରେ ଖାଇଥାନ୍ତି । ବୋୖଦ୍ଧ ଧର୍ମାବଲମ୍ବୀ ସଂକେତର ଏକ ଅଂଶ ଭାବରେ, ଭିକ୍ଷୁକମାନଙ୍କୁ ଦିନକୁ କେବଳ ଦୁଇଟି ଭୋଜନ (ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ) ଅନୁମତି ଦିଆଯାଏ ଏବଂ ପୂର୍ବ ଦିନ ମଧ୍ୟାହ୍ନ ଭୋଜନ ପରଠାରୁ କୌଣସି ଅଧିକ ଭାରି ଭଜନ ଗ୍ରହଣ ନକରିବା ପାଇଁ ଅନୁମତି ଦିଆଯାଏ । ସେଥିପାଇଁ କୋଲା କାଣ୍ଡା ଭିକ୍ଷୁମାନଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ପୁନରୁଦ୍ଧାର ଏବଂ ନବୀକରଣ ଯୋଗାଇଥାଏ ।

ଆବଶ୍ୟକୀୟ ଉପାଦାନ

[ସମ୍ପାଦନା]

କୋଲା କାଣ୍ଡା ପାଇଁ ସର୍ବ ପୁରାତନ ରେକର୍ଡ ହୋଇଥିବା ବ୍ୟଞ୍ଜନଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ଉପାଦାନ ଏବଂ ସେମାନଙ୍କର ପରିମାଣ ଉଲ୍ଲେଖ କରାଯାଇଛି ।

  • ନାଲି ଚାଉଳ- ଜଣେ ବ୍ୟକ୍ତି ପାଇଁ ଗୋଟିଏ ମୁଠା
  • ଗୋଟୁକୋଲା- ମୋଟା କଟା ହେଇଥିବା, ଗୋଟିଏ ମୁଠା
  • ନଡ଼ିଆ କୋରା- ଗୋଟିଏ ମୁଠା
  • ପାଣି- ଆବଶ୍ୟକ ମୁତାବକ
  • ଅଦା- ୧-୨ ଖଣ୍ଡ, ପୁରା ଗୁଣ୍ଡ କଟା ହେଇଥିବା
  • ରସୁଣ- ୬ ଖଣ୍ଡ, ପୁରା ଗୁଣ୍ଡ କଟା ହେଇଥିବା
  • ଲୁଣ- ସ୍ୱାଦ ଅନୁସାରେ

ପ୍ରସ୍ତୁତ ପ୍ରଣାଳୀ

[ସମ୍ପାଦନା]

ନାଲି ଚାଉଳକୁ ଛୋଟ ଛୋଟ ଖଣ୍ଡରେ ଗୁଣ୍ଡ ହେବା ପର୍ଯ୍ୟନ୍ତ ଚକିରେ ଭଲ ଭାବରେ ପେଶାଯାଏ । ପରେ ମନୋନୀତ ଔଷଧୀୟ ପତ୍ର ଏବଂ ଜଡ଼ିବୁଟି ଗୁଡ଼ିକୁ ମଧ୍ୟ ରସ ବାହାର ନହେବା ପର୍ଯ୍ୟନ୍ତ ସମାନ ଢ଼ଙ୍ଗରେ ଶୀଳରେ ବଟାଯାଏ । ଗୁଣ୍ଡ ହୋଇଥିବା ଚାଉଳ ଶସ୍ୟକୁ ପ୍ରାୟ ତିନି କପ୍ ପାଣି ମିଶାଇ ଫୁଟାଯାଏ, ତା’ପରେ କୋରା ହୋଇଥିବା ନଡ଼ିଆରୁ ବାହାରିଥିବା କ୍ଷୀର ଏବଂ ରସୁଣକୁ ଏଥିରେ ମିଶାଯାଏ । ଚାଉଳ ନରମ ହେବା ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଘାଣ୍ଟାଯାଏ । ଔଷଧୀୟ ପତ୍ର ଏବଂ ଜଡ଼ିବୁଟିର ରସକୁ ଲୁଣ ସହିତ ଶେଷରେ ମିଶାଯାଏ ଏବଂ ଏହାର ଔଷଧୀୟ ପୋଷକ ତତ୍ତ୍ୱ ନଷ୍ଟ ନହେବା ପାଇଁ ଏହାକୁ ନିଆଁର ଉତ୍ତାପରୁ ଓଲ୍ହେଇ ଦିଆଯାଏ ।

ଶ୍ରୀଲଙ୍କାର ଅନେକ ପରିବାରରେ ଏହା ଏକ ଲୋକପ୍ରିୟ ଜଳଖିଆ ଅଟେ । ଏହା ପୁଷ୍ଟିକର ଏବଂ ଏହାକୁ ସହଜରେ ପ୍ରସ୍ତୁତ କରାଯାଇପାରିବ - ଯେଉଁଥିପାଇଁ ଅନେକ ଲୋକ ଘରେ କୋଲା କାଣ୍ଡା ତିଆରି କରିବାକୁ ପସନ୍ଦ କରନ୍ତି । କୋଲା କାଣ୍ଡା ତିଆରିରେ ବ୍ୟବହୃତ ସବୁଜ ପତ୍ରଗୁଡିକର ରସ ପତ୍ରରେ ଉପସ୍ଥିତ ଥିବା ସମସ୍ତ ଜଳ ଦ୍ରବଣୀୟ ଏବଂ ଚର୍ବିରେ ଦ୍ରବୀଭୂତ ଭିଟାମିନ୍ ରୂପରେ ପରିଣତ ହୁଏ ଯାହା ଶରୀର ଦ୍ୱାରା ସହଜରେ ଗ୍ରହଣ ଯୋଗ୍ୟ ହୋଇଥାଏ । ପୋଷଣ ବିଶେଷଜ୍ଞ ରୋଶନ ଡେଲା ବାନ୍ଦାରାଙ୍କ ଅନୁଯାୟୀ, "କୋଲା କାଣ୍ଡାକୁ ଏକ ଉତ୍ତମ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଇଛି ।"

  1. Fernando, Seela (1982). Traditional Herbal Food and Medicines in Sri Lanka. National NGO Council of Sri Lanka. pp. 110–113.
  2. Daniel, Shannine (18 February 2018). "Kola Kenda—That Green Gruel Everyone Sort Of Loves". Roar Media. Retrieved 18 August 2020.
  3. Nichter, M. (1989). Anthropology and International Health: South Asian Case Studies. Springer Science & Business Media. p. 174. ISBN 9780792300052.
  4. Waisundara, Viduranga Y., ed. (2019). Traditional Herbal Remedies of Sri Lanka. CRC Press. pp. 2027–2040. ISBN 9781351723398.
  5. de Silva, Omalka (26 August 2018). "Let's have a glass of kola kenda!". Sunday Observer. Retrieved 18 August 2020.