Jump to content

ଅନନ୍ତ ହେଗଡ଼େ ଅଶିସରା

ଉଇକିପିଡ଼ିଆ‌ରୁ
ଅନନ୍ତ ହେଗଡ଼େ ଅଶିସରା
ଜାତୀୟତାଭାରତୀୟ
ବୃତ୍ତିପରିବେଶବିତ୍

ଅନନ୍ତ ହେଗଡ଼େ ଅଶିସରା ଜଣେ ଭାରତୀୟ ପରିବେଶବିତ୍ । ତାଙ୍କ ଘର କର୍ଣ୍ଣାଟକର ଉତ୍ତର କନ୍ନଡ଼ା ଜିଲ୍ଲାରେ । ସେ କର୍ଣ୍ଣାଟକ ସରକାରଙ୍କ କର୍ଣ୍ଣାଟକ ବାଇଓଡାଇଭର୍ସିଟି ବୋର୍ଡ଼ର ଚେୟାର୍‌ମ୍ୟାନ୍ ଭାବରେ କାମ କରୁଛନ୍ତି ।

ପଶ୍ଚିମ ଘାଟ ପାଇଁ ଲଢ଼େଇ

[ସମ୍ପାଦନା]

ବିଶ୍ୱ ଐତିହ୍ୟ ସ୍ଥଳ ପଶ୍ଚିମ ଘାଟ ତଥା ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ପଶ୍ଚିମ ଘାଟ ଟାସ୍କ ଫୋର୍ସର ପୂର୍ବତନ ଅଧ୍ୟକ୍ଷ ସେ କାମ କରୁଥିଲେ ।[] ସେ ପରିବେଶ ସୁରକ୍ଷା ପାଇଁ ସମର୍ପିତ ମାଲେନାଡୁର ଏକ ଗୋଷ୍ଠୀ ବୃକ୍ଷ ରକ୍ଷା ଆନ୍ଦୋଳନର ଆବାହକ ମଧ୍ୟ ଅଟନ୍ତି । ସେ କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ଅବସ୍ଥିତ ପଶ୍ଚିମ ଘାଟର ଅମ୍ବରାଗୁଡା ପାହାଡ଼ ରେଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳରେ ଖଣି କାର୍ଯ୍ୟକଳାପ ବିରୋଧରେ ଜନ ଆନ୍ଦୋଳନରେ ସମ୍ପୃକ୍ତ ଅଛନ୍ତି ।[]

କର୍ଣ୍ଣାଟକର ୧୦ଟି ପୁରୁଣା ଗଛକୁ ଆର୍ବୋରିଆଲ ଐତିହ୍ୟ ମାନ୍ୟତା ପାଇବା ପାଇଁ ସେ ପ୍ରୟାସ କରିଛନ୍ତି, ଯେଉଁଥିରେ ବଡ଼ ବରଗଛ, ବାଙ୍ଗାଲୋର (୪୦୦ ବର୍ଷ ପୁରୁଣା), ଆଡାନସୋନିଆ ଡିଜିଟାଟା - ମାଲଭାସି, ବିଜାପୁର ତାଲୁକ (୬୦୦ ବର୍ଷ ପୁରୁଣା), "ପିଲାଲି" ଗଛ ଫିକାସ ମାଇକ୍ରୋ କର୍ପସ, ବନବାସୀ, ଉତ୍ତର କନ୍ନଡ଼ା ଇତ୍ୟାଦି ଅନ୍ତର୍ଭୁକ୍ତ ।[] ଜାପାନ ସୁନାମିରେ (୨୦୧୦) ଆଣବିକ ଶକ୍ତି ପ୍ରକଳ୍ପଗୁଡ଼ିକ ଦ୍ୱାରା ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଆଣବିକ ଶକ୍ତିର ନିରାପତ୍ତାକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ ।[]

  1. ୧.୦ ୧.୧ "10 ancient trees named arboreal heritage". Deccan Herald (Bangalore). 4 August 2010. Retrieved 12 January 2015.
  2. "Andolan seeks restoration of ban on mining at Ambargudda". The Hindu. 17 August 2005. Archived from the original on 17 January 2015. Retrieved 12 January 2015.
  3. Pinto, Stanley. "Task force concerned". The Times of India. Retrieved 5 October 2012.