ଉତ୍ପଳ ଦତ୍ତ
ଉତ୍ପଳ ଦତ୍ତ (୨୯ ମାର୍ଚ୍ଚ ୧୯୨୯–୧୯ ଅଗଷ୍ଟ ୧୯୯୩) ଜଣେ ଭାରତୀୟ ବଙ୍ଗଳା-ଭାଷୀ ଅଭିନେତା, ଲେଖକ, ନିର୍ଦ୍ଦେଶକ, ଥିଏଟର ବ୍ଯକ୍ତିତ୍ବ ଏବଂ ନାଟ୍ୟକାର ଥିଲେ । ସେ ଉଭୟ ହିନ୍ଦୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ।[୧] ସେ ହୃଷୀକେଶ ମୁଖାର୍ଜୀଙ୍କ ବ୍ୟଙ୍ଗ କ୍ଲାସିକ୍ ଗୋଲମାଲରେ ଅଭିନୟ ପାଇଁ ଜଣାଶୁଣା । ତା ସହିତ ସେ ଚୁପକେ ଚୁପକେ, ରଙ୍ଗ ବିରଙ୍ଗୀ, ଶୌକିନ ଏବଂ ଅଙ୍ଗୁର ଆଦି ଚଳଚ୍ଚିତ୍ରରେ ବ୍ୟଙ୍ଗ ଚରିତ୍ରରେ ଅଭିନୟ କରିଥିଲେ । ହିନ୍ଦୀ ସିନେମା ପୂର୍ବରୁ ସେ ବଙ୍ଗଳା ମଞ୍ଚ ଏବଂ ବଙ୍ଗଳା ସିନେମାର ଜଣେ ଜଣାଶୁଣା ଅଭିନେତା ତଥା ମଞ୍ଚ କଳାକାର ଥିଲେ । ଅମିତାଭ ବଚ୍ଚନଙ୍କ ପ୍ରଥମ ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀରେ ସେ ଅଭିନୟ କରିଥିଲେ । ସତୁରି ଦଶକରେ ଭାରତୀୟ ସମାନ୍ତରାଳ ସିନେମାର ମୂଳଦୁଆ ପକାଇଥିବା ଭୁବନ ଶୋମ ତାଙ୍କର ଅନ୍ୟତମ ପ୍ରମୁଖ ଚଳଚ୍ଚିତ୍ର ଥିଲା ଓ ସେ ସେଥିରେ ନାୟକ ଥିଲେ । ଏଥିରେ ଅଭିନୟ ପାଇଁ ସେ ୧୯୭୦ ମସିହାରେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ପାଇଥିଲେ । ସେ ସତ୍ୟଜିତ୍ ରାୟ, ହୃଷୀକେଶ ମୁଖାର୍ଜୀ ଆଦି ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ କାର୍ଯ୍ୟ କରିଥିଲେ ।[୨]
ସଂକ୍ଷିପ୍ତ ଜୀବନ
[ସମ୍ପାଦନା]ଉତ୍ପଳ ଦତ୍ତ ୧୯୨୯ ମାର୍ଚ୍ଚ ୨୯ରେ ଜନ୍ମ ହୋଇଥିଲେ । ସେ ୧୯୪୦ରେ ଅଭିନୟ ଆରମ୍ଭ କରିଥିଲେ । ପ୍ରଥମେ ଇଂରାଜୀ ମଞ୍ଚରେ ଅଭିନୟ ଆରମ୍ଭ କରି ସେ ସେକ୍ସପିୟର ସାହିତ୍ୟର ନାଟ୍ୟ ରୂପାନ୍ତରରେ ଅଭିନୟ କରିଥିଲେ । ଏହି ସମୟ ମଧ୍ୟରେ ସେ ଭାରତ ଏବଂ ପାକିସ୍ଥାନର ମଞ୍ଚ କମ୍ପାନୀ ସହିତ ଅନେକ ନାଟକ ମଞ୍ଚସ୍ଥ କରିଥିଲେ । ତାଙ୍କ ଅଭିନୀତ ଓଥେଲୋର ନାଟ୍ୟ ରୂପାନ୍ତର ପାଇଁ ସେ ଜଣାଶୁଣା । ପରେ ସେ ଇଂରାଜୀରୁ ବଙ୍ଗଳା ନାଟକ ଅଭିନୟକୁ ଯାଇଥିଲେ । ୧୯୫୦ ପରେ ସେ ଏକ ପ୍ରଡକ୍ସନ କମ୍ପାନୀରେ ଯୋଗ ଦେଇ ବଙ୍ଗଳା ଚଳଚ୍ଚିତ୍ରରେ ନିଜର କର୍ମଜୀବନ ଆରମ୍ଭ କରିଥିଲେ । ତେବେ ଚଳଚ୍ଚିତ୍ର ସହ ସେ ମଞ୍ଚ ଅଭିନୟ ମଧ୍ୟ ଜାରୀ ରଖିଥିଲେ । ଏହି ଅବଧିରେ ସେ ନିର୍ଦ୍ଦେଶନା ସହ ନାଟକ ରଚନା କରିଥିଲେ । ବଙ୍ଗଳା ରାଜନୀତି ବାବଦ ଲେଖା ତାଙ୍କ ନାଟକ ଅନେକ ଥର ବିବାଦ ସୃଷ୍ଟି କରିଥିଲା । ଏଥି ସହ ସେ ପଥପ୍ରାନ୍ତ ନାଟକ, ପାରମ୍ପାରିକ ଲୋକନାଟକ ଆଦିରେ ଅଭିନୟ କରିଥିଲେ । ତାଙ୍କଦ୍ୱାରା ରଚିତ ଏବଂ ନିର୍ଦ୍ଦେଶିତ ଅନେକ ବଙ୍ଗଳା ନାଟକ ତାଙ୍କୁ ବହୁତ ପ୍ରଭାବିତ କରିଥିଲା । ତାଙ୍କ ନାଟକଗୁଡ଼ିକ ମଧ୍ୟରେ ଅଙ୍ଗାର, କଲ୍ଲୋଳ ଏବଂ ବ୍ୟାରିକେଡ୍ ଆଦି ଜନପ୍ରିୟ ହୋଇଥିଲା । ତାଙ୍କ ବ୍ୟାରିକେଡ୍ ନାଟକ ଜର୍ମାନୀର ନାଜିବାଦ ସହ ଦେଶର ଜରୁରୀକାଳୀନ ପରିସ୍ଥିତି ଘଟାଇଥିବା ଘଟଣାଗୁଡ଼ିକୁ ସୂଚାଇଥାଏ ।[୩]
୧୯୫୦ ମସିହାରେ ଚଳଚ୍ଚିତ୍ର ନିର୍ମାତା ମଧୁ ବୋଷ ତାଙ୍କ ଚଳଚ୍ଚିତ୍ର ମାଇକେଲ ମଧୁସୂଦନରେ ଉତ୍ପଳଙ୍କୁ ମୁଖ୍ୟ ଭୂମିକା ଦେଇଥିଲେ । ଏହାର ସଫଳତା ପରେ ସେ ସତ୍ୟଜିତ୍ ରାୟଙ୍କ ଫିଲ୍ମରେ ମଧ୍ୟ କାମ କରିଥିଲେ । ୧୯୭୦ରେ ନିଷେଧାଦେଶ ସତ୍ତ୍ବେ ସେ ତିନୋଟି ନାଟକ ଦୁଷ୍ପପନର ନଗରୀ, ଏବର ରାଜ ପାଲା ଏବଂ ବ୍ୟାରିକେଡ୍ ରଚନା କରିଥିଲେ ।
ଆଧାର
[ସମ୍ପାଦନା]- ↑ Lal, Purushottam (2004). A Tribute to Utpal Dutt (in ଇଂରାଜୀ). Writers Workshop. ISBN 978-81-8157-289-9.
- ↑ "ଅଭିନେତା ଉତ୍ପଳଙ୍କ କେଉଁ ଭୁଲ୍ ତାଙ୍କୁ ଜେଲର ରାସ୍ତା ଦେଖାଇଥିଲା? | Kanak News" (in ଆମେରିକୀୟ ଇଂରାଜୀ). 2018-08-19. Retrieved 2023-11-29.
- ↑ odishabarta (2021-06-24). ""ପ୍ରତିବାଦୀ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେଉ" |" (in ଆମେରିକୀୟ ଇଂରାଜୀ). Retrieved 2023-11-29.