ଅମିନା ବେଗମ
ଅମିନା ବେଗମ | |
---|---|
ରାଜକୁମାରୀ
| |
ବେଙ୍ଗଲର ବେଗମ୍ (୧୯୧୨)ଙ୍କଦ୍ୱାରା ଅମିନା ବେଗମଙ୍କ ଚିତ୍ର | |
ଜୀବନସାଥୀ | ଜୈନ ଉଦ-ଦିନ ଅହମ୍ମଦ ଖାନ |
ସନ୍ତାନସନ୍ତତିଗଣ | |
ଇକ୍ରମ ଉଦ-ଦୌଲହ ସିରଜ ଉଦ-ଦୌଲହ | |
ବଂଶ | ଆଫଶର (ଜନ୍ମ ଅନୁଯାୟୀ) |
ବାପା | ନବାବ ଅଲିଭର୍ଦି ଖାନ |
ମାଆ | ଶର୍ଫ-ଅନ-ନିସା (ସୟିଦ ଅହମ୍ମଦ ନଜାଫିଙ୍କ ଭଉଣୀ ଏବଂ ସୟିଦ ହୁସେନ ନଜାଫିଙ୍କ ଝିଅ) |
ମୃତ୍ୟ | ନଭେମ୍ବର ୧୭୬୦ ଜାହାଙ୍ଗୀରନଗର, ବଙ୍ଗଳା ସୁବା ବର୍ତ୍ତମାନର ଢାକା, ବଙ୍ଗଳାଦେଶ |
ସମାଧି | c. ୧୭୬୦ ଖୁସବାଗ, ମୁର୍ସିଦାବାଦ, ବଙ୍ଗଳା ସୁବା (ବର୍ତ୍ତମାନ [ପଶ୍ଚିମବଙ୍ଗ]], ଭାରତ) |
ଧର୍ମ | ଶିଆ ଇସଲାମ |
ଅମିନା ବେଗମ (ବଙ୍ଗାଳୀ:আমিনা বেগম, ପାର୍ସୀ: بیگم امینه) ବଙ୍ଗଳାର ନବାବ ପରିବାରର ଜଣେ ବଙ୍ଗୀୟ ଆଭିମୁଖ୍ୟବାଦୀ ଏବଂ ବଙ୍ଗଳାର ଶେଷ ସ୍ୱାଧୀନ ନବାବ ସିରାଜ ଉଦ-ଦୁଲାଙ୍କ ମାତା ଥିଲେ ।[୧]
ପ୍ରାରମ୍ଭିକ ଜୀବନ ଏବଂ ପୃଷ୍ଠଭୂମି
[ସମ୍ପାଦନା]ଅମିନା ବେଗମ ବଙ୍ଗଳାର ନବାବ ଅଲିବର୍ଦୀ ଖାନଙ୍କ ସାନ ଝିଅ ଥିଲେ । ତାଙ୍କର ଜେଜେବାପା ମିର୍ଜା ମହମ୍ମଦ ମଦାନୀ ଆରବ କିମ୍ବା ତୁର୍କୀ ବଂଶର ଥିଲେ, ଯିଏ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ପାଳିତ ଭାଇର ପୁତ୍ର ଥିଲେ ।[୨][୩]
ସେ ଜୈନ ଉଦ-ଦିନ ଅହମ୍ମଦ ଖାନଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କ ପିତା ନବାବ ଅଲିବର୍ଦୀ ଖାନଙ୍କଦ୍ୱାରା ପାଟଣାର ନାଏବ ନାଜିମ (ରାଜ୍ୟପାଳ) ଭାବରେ ନିଯୁକ୍ତ ହୋଇଥିଲେ । [୪] ସେମାନଙ୍କର ଦୁଇ ପୁଅ ଥିଲେ, ଇକ୍ରାମ ଉଦ-ଦୌଲା ଏବଂ ସିରାଜ ଉଦ-ଦୌଲା ।[୫]
ପରବର୍ତ୍ତୀ ଜୀବନ
[ସମ୍ପାଦନା]ତାଙ୍କ ବଡ଼ ଭଉଣୀ ଘାସେଟି ବେଗମଙ୍କ ତୁଳନାରେ ଅମିନା ବେଗମ ରାଜନୀତିରେ ବେଶୀ ଜଡିତ ନଥିଲେ । ୧୭୪୮ ମସିହାରେ, ଆମୀନାଙ୍କୁ ତାଙ୍କ ଦୁଇ ପୁଅଙ୍କ ସହ ମୁସ୍ତାଫା ଖାନଙ୍କ ଆଫଗାନିସ୍ତାନ ବିଦ୍ରୋହୀମାନେ ବିହାରକୁ କାବୁ କରିବାକୁ ଉଦ୍ୟମ କରିବା ସମୟରେ ତାଙ୍କ ସ୍ୱାମୀ ଜୈନ-ଉଦ-ଦିନ ଅହମ୍ମଦ ଖାନଙ୍କୁ ହତ୍ୟା କରିବା ପରେ ଧରାପଡିଥିଲେ । ୧୭୫୧ ମସିହାରେ ସେମାନଙ୍କୁ ତାଙ୍କ ପିତା ନବାବ ଅଲିବର୍ଦୀ ଖାନ ଉଦ୍ଧାର କରିଥିଲେ, ଯିଏ କି ଆଫଗାନିସ୍ତାନ ବିଦ୍ରୋହୀମାନଙ୍କୁ ମଧ୍ୟ ତଡ଼ି ଦେଇଥିଲେ ।
୧୭୫୬ ମସିହାରେ ପିତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସିରାଜ ବଙ୍ଗଳାର ପରବର୍ତ୍ତୀ ନବାବ ଭାବରେ ସିଂହାସନ ଗ୍ରହଣ କରିଥିଲେ । ୧୭୫୭ ମସିହାରେ ଅମିନାଙ୍କ ମାତା ସମ୍ପର୍କୀୟ ଭାଇ ମୀର ଜାଫରଙ୍କ ବିଶ୍ୱାସଘାତକତା କାରଣରୁ ପ୍ଲାସି ଯୁଦ୍ଧରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ସିରାଜ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଅମିନା ବେଗମ ତାଙ୍କ ମା, ଭଉଣୀ ଏବଂ ବୋହୂଙ୍କ ସମେତ ଅନ୍ୟ ପରିବାର ସଦସ୍ୟଙ୍କ ସହ କାରାଗାରରେ ରହିଥିଲେ । ସେମାନେ ୧୭୫୮ ମସିହାରେ ଜାହାଙ୍ଗୀରନଗର (ଢାକା)କୁ ଯାଉଥିବା ଏକ ଡଙ୍ଗାରେ ମୁର୍ସିଦାବାଦରୁ ନିର୍ବାସିତ ହୋଇଥିଲେ ଏବଂ ସେମାନଙ୍କୁ ଜିଞ୍ଜିରା ପ୍ୟାଲେସରେ ରଖାଯାଇଥିଲା ।[୬]
ମୃତ୍ୟୁ
[ସମ୍ପାଦନା]ପରେ ମୀର ଜାଫରଙ୍କ ପୁତ୍ର ମୀର ମିରାନ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ୧୭୬୦ ମସିହାରେ ମୁର୍ସିଦାବାଦକୁ ଫେରାଇ ନେଇଥିଲେ । ଡଙ୍ଗାରେ ଢ଼ାକା ଅଭିମୁଖେ ଯାଉଥିବାବେଳେ ମିରାନଙ୍କ ନିର୍ଦ୍ଦେଶରେ ତାଙ୍କ ଡଙ୍ଗା ବୁଡ଼ିଯିବା ପରେ ଅମିନା ବେଗମଙ୍କର ମୃତ୍ୟୁ ହୋଇଥିଲା ।[୭] ତାଙ୍କୁ ମୁର୍ସିଦାବାଦର ଖୋଶବାଗରେ ତାଙ୍କ ପରିବାର ପାଖରେ କବର ଦିଆଯାଇଥିଲା ।[୮]
ଆଧାର
[ସମ୍ପାଦନା]- ↑ Khan, Abdul Majed (2007). The Transition in Bengal, 1756-75: A Study of Saiyid Muhammad Reza Khan (in ଇଂରାଜୀ). Cambridge University Press. p. 20. ISBN 9780521049825.
- ↑ Sarkar, Jadunath (1948). The History of Bengal. Vol. II. Dhaka: University of Dhaka. p. 436. ISBN 978-81-7646-239-6.
- ↑ P. Sensarma (1977). The Military History of Bengal. Kolkata: Darbari Udjog. p. 172.
- ↑ Chaudhury, Sushil (2016). Trade, Politics and Society: The Indian Milieu in the Early Modern Era (in ଇଂରାଜୀ). Taylor & Francis. p. 252. ISBN 9781351997287. Retrieved 6 November 2017.
- ↑ ଛାଞ୍ଚ:Cite Banglapedia
- ↑ "Jinjira Palace: A tale lost in time". Prothom Alo (in ଇଂରାଜୀ). Archived from the original on 7 November 2017. Retrieved 6 November 2017.
- ↑ Sengupta, Nitish K. (2011). Land of Two Rivers: A History of Bengal from the Mahabharata to Mujib (in ଇଂରାଜୀ). Penguin Books India. p. 176. ISBN 9780143416784. Retrieved 6 November 2017.
- ↑ "The Tombs of Murshidabad". The Daily Star (in ଇଂରାଜୀ). 8 March 2008. Retrieved 6 November 2017.