ରମାବାଇ ରାନାଡେ
ରମାବାଈ ରାନାଡେ | |
---|---|
ଜନ୍ମ | ୨୫ ଜାନୁଆରୀ ୧୮୬୨ |
ମୃତ୍ୟୁ | ୨୫ ଜାନୁଆରୀ ୧୯୨୪ ସେବା ସଦନ, ପୁଣେ | (ବୟସ ୬୨)
ପ୍ରସିଦ୍ଧି | ମହିଳା ଶିକ୍ଷା ଏବଂ ଆତ୍ମନିର୍ଭରଶୀଳତା |
ବୈବାହିକ-ସାଥୀ | ମହାଦେବ ଗୋବିନ୍ଦ ରାନାଡେ |
ରମାବାଈ ରାନାଡେ (୨୫ ଜାନୁଆରୀ ୧୮୬୨ - ୨୫ ଜାନୁଆରୀ ୧୯୨୪) ଜଣେ ଭାରତୀୟ ସାମାଜିକ କର୍ମୀ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପ୍ରଥମ ମହିଳା ଅଧିକାର କର୍ମୀଙ୍କ ମଧ୍ୟରୁ ଜଣେ ଥିଲେ । ୧୧ ବର୍ଷ ବୟସରେ ସେ ଜଷ୍ଟିସ ମହାଦେବ ଗୋବିନ୍ଦ ରାନାଡେଙ୍କୁ ବିବାହ କରିଥିଲେ, ଯିଏକି ଜଣେ ବିଶିଷ୍ଟ ଭାରତୀୟ ପଣ୍ଡିତ ତଥା ସାମାଜିକ ସଂସ୍କାରକ ଥିଲେ ।
ରମାବାଈ, ବିବାହର ପରେ ମହାଦେବ ଗୋବିନ୍ଦ ରାନାଡେଙ୍କ ଦୃଢ ସମର୍ଥନ ଏବଂ ପ୍ରୋତ୍ସାହନ ପାଇ ପଢିବା ଏବଂ ଲେଖିବା ଶିଖିଥିଲେ । ତାଙ୍କ ମାତୃଭାଷା ମରାଠୀରୁ ଆରମ୍ଭ କରି ସେ ଇଂରାଜୀ ଶିକ୍ଷା କରିବା ପାଇଁ କଠିନ ପରିଶ୍ରମ କଲେ । ୧୮୮୪ ମସିହାରେ, ରମାବାଈ ତାଙ୍କ ସ୍ୱାମୀ ଏବଂ ଅନ୍ୟ ସହକର୍ମୀମାନଙ୍କ ସହିତ ପୁଣେରେ ପ୍ରଥମ ବାଳିକା ଉଚ୍ଚ ବିଦ୍ୟାଳୟ ହୁଜୁରପାଗାର ପ୍ରତିଷ୍ଠା କରିଥିଲେ ।[୧]
ତାଙ୍କ ସ୍ୱାମୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ରମାବାଈ ମହିଳାମାନଙ୍କ ମଧ୍ୟରେ ସର୍ବସାଧାରଣ ବିକାଶ ପାଇଁ ମୁମ୍ବାଇରେ 'ହିନ୍ଦୁ ଲେଡିଜ୍ ସୋସିଆଲ୍ କ୍ଲବ୍' ଆରମ୍ଭ କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ରମାବାଈ ତାଙ୍କ ଅବଶିଷ୍ଟ ଜୀବନକୁ ମୁଖ୍ୟତଃ ମୁମ୍ବାଇ ଏବଂ ପୁଣେରେ 'ସେବା ସଦନ ସୋସାଇଟି' ମାଧ୍ୟମରେ ମହିଳାମାନଙ୍କ ଜୀବନର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ । ସେ ପୁନା "ସେବା ସଦନ"ର ପ୍ରତିଷ୍ଠାତା ତଥା ସଭାପତି ଥିଲେ, ଯାହାକି ସମସ୍ତ ଭାରତୀୟ ମହିଳା ଅନୁଷ୍ଠାନ ମଧ୍ୟରେ ସବୁଠାରୁ ସଫଳତମ ଅନୁଷ୍ଠାନ ଥିଲା । ଏଥିରେ ହଜାର ହଜାର ମହିଳା ଯୋଗ ଦେଇଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପୃଷ୍ଠଭୂମି
[ସମ୍ପାଦନା]ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଦେବରାଷ୍ଟ୍ରେ ନାମକ ଏକ ଛୋଟ ଗାଁରେ ରହୁଥିବା କୁରଲେକର ପରିବାରରେ ଯମୁନା କୁରଲେକର ନାମରେ ୨୫ ଜାନୁୟାରୀ ୧୮୬୨ ମସିହାରେ ରାମବାଇ ଜନ୍ମଗ୍ରହଣ କରିଥିଲେ । ଯେହେତୁ ସେତେବେଳେ ଝିଅମାନଙ୍କୁ ଶିକ୍ଷା ଦେବା ଏକ ନିଷେଧ ଥିଲା, ତେଣୁ ତାଙ୍କ ପିତା ତାଙ୍କୁ ଶିକ୍ଷା ଦାନ କରେଇନଥିଲେ । ୧୮୭୩ ମସିହାରେ, ୧୧ ବର୍ଷ ବୟସରେ, ସେ ଜଷ୍ଟିସ ମହାଦେବ ଗୋବିନ୍ଦ ରାନାଡେଙ୍କୁ ବିବାହ କରିଥିଲେ, ଯିଏ ତାଙ୍କଠାରୁ କୋଡି଼ଏ ବର୍ଷ ବଡ଼ ଥିଲେ ଏବଂ ଭାରତର ସାମାଜିକ ସଂସ୍କାର ଆନ୍ଦୋଳନର ଅଗ୍ରଦୂତ ଥିଲେ ।[୨] ସେ ଘରେ ଥିବା ମହିଳାଙ୍କ ବିରୋଧର ସମ୍ମୁଖୀନ ହୋଇ ତାଙ୍କୁ ଶିକ୍ଷିତ କରିବା ପାଇଁ ସମୟ ଦେଇଥିଲେ ଏବଂ ତାଙ୍କୁ ସାମାଜିକ ତଥା ଶିକ୍ଷାଗତ ସଂସ୍କାରରେ ଯୋଗ୍ୟ ସହାୟକ ହେବାକୁ ସାହାଯ୍ୟ କରିଥିଲେ । ତାଙ୍କର ଦୃଢ଼ ସମର୍ଥନ ଏବଂ ତାଙ୍କର ଦୂରଦୃଷ୍ଟି ବାଣ୍ଟିବା ସହିତ ରମାବାଈ ତାଙ୍କ ଜୀବନ ସାରା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ କରିବାରେ ବିତାଇଲେ ।[୩] ତାଙ୍କ ସ୍ୱାମୀ ପ୍ରଥମ ଶ୍ରେଣୀ ସମ୍ମାନ ସହିତ ବମ୍ବେ ବିଶ୍ୱବିଦ୍ୟାଳୟର ସ୍ନାତକ ଥିଲେ । ସେ କେବଳ ବମ୍ବେର ଏଲଫାଇନଷ୍ଟୋନ କଲେଜରେ ଇଂରାଜୀ ଏବଂ ଅର୍ଥନୀତିର ପ୍ରଫେସର ଭାବରେ କାର୍ଯ୍ୟ କରିନାହାଁନ୍ତି, ବରଂ ଜଣେ ପୂର୍ବାଞ୍ଚଳ ଅନୁବାଦକ ତଥା ସାମାଜିକ ସଂସ୍କାରକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସମାଜରେ ଥିବା ମନ୍ଦତା ବିରୁଦ୍ଧରେ ସେ କଠୋର କାର୍ଯ୍ୟ କରିଥିଲେ । ସେ ଅସ୍ପୃଶ୍ୟତା, ବାଲ୍ୟ ବିବାହ ବିରୁଦ୍ଧରେ ଥିଲେ କିନ୍ତୁ ନିଜେ ବାଧ୍ୟ ହୋଇ ଏକ ସନ୍ତାନକୁ ତାଙ୍କ ପରିବାରର ଇଚ୍ଛା ଅନୁଯାୟୀ ବାଲ୍ୟବିବାହ କରାଇଥିଲେ । ସେ ସାର୍ବଜନୀକ ସଭାକୁ ଗ୍ରହଣ କରି ସାମାଜିକ ବିକାଶ ପାଇଁ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସେ ତିରିଶ ବର୍ଷ ବୟସରେ ସମଗ୍ର ମହାରାଷ୍ଟ୍ରର ପ୍ରଶଂସା ଜିତିଥିଲେ । ତାଙ୍କର ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା, ଗତିଶୀଳ ଦୃଷ୍ଟିକୋଣ, ଉତ୍ସାହୀ ଏବଂ ଉତ୍ସର୍ଗୀକୃତ ସାମାଜିକ ପ୍ରତିବଦ୍ଧତା ରମାବାଈଙ୍କୁ ଦୃଢ଼ ଭାବରେ ପ୍ରେରଣା ଦେଇଥିଲା ଏବଂ ଭବିଷ୍ୟତର ସାମାଜିକ କାର୍ଯ୍ୟ ପାଇଁ ତାଙ୍କ ପଥକୁ ଆଲୋକିତ କରିଥିଲା ।[୪]
ନିଜକୁ ଶିକ୍ଷା ଦେବା ପାଇଁ ରମାବାଈ ଏହାକୁ ଏକ ମିଶନ କରିଦେଇଥିଲେ, ଯାହାଫଳରେ ସେ ତାଙ୍କ ସ୍ୱାମୀଙ୍କ ନେତୃତ୍ୱରେ ସକ୍ରିୟ ଜୀବନରେ ସମାନ ଅଂଶୀଦାର ହୋଇପାରିବେ । ତାଙ୍କ ଉଦ୍ୟମରେ ସେ ତାଙ୍କ ସମ୍ପ୍ରସାରିତ ପରିବାରର ଅନ୍ୟ ମହିଳାମାନଙ୍କଠାରୁ ବାଧା ଏବଂ ଶତ୍ରୁତାର ସମ୍ମୁଖୀନ ହୋଇଥିଲେ । ଜଷ୍ଟିସ୍ ରାନାଡେ ରମାବାଈଙ୍କୁ ମରାଠୀ, ଇତିହାସ, ଭୂଗୋଳ, ଗଣିତ ଏବଂ ଇଂରାଜୀ ଲେଖିବା ଏବଂ ପଢି଼ବାରେ ନିୟମିତ ଶିକ୍ଷା ଦେଇଥିଲେ । ସେ ତାଙ୍କୁ ସମସ୍ତ ଖବରକାଗଜ ପଢି଼ବାକୁ ଏବଂ ତାଙ୍କ ସହିତ ସାମ୍ପ୍ରତିକ କାର୍ଯ୍ୟ ବିଷୟରେ ଆଲୋଚନା କରିବାକୁ ସାହାଯ୍ୟ କରୁଥିଲେ । ସେ ତାଙ୍କର ନିଷ୍ଠାପର ଶିଷ୍ୟ ହେଲେ ଏବଂ ଧୀରେ ଧୀରେ ତାଙ୍କର ସଚିବ ଏବଂ ତାଙ୍କର ବିଶ୍ୱସ୍ତ ବନ୍ଧୁ ହୋଇଗଲେ ।
ତାଙ୍କ ସମ୍ମାନାର୍ଥେ ଇଣ୍ଡୋ-ଅଷ୍ଟ୍ରେଲିୟା ପୋଷ୍ଟ ଭାରତୀୟ ସମାଜ ପ୍ରତି ତାଙ୍କର ମହାନ ଅବଦାନ ପାଇଁ ଜନ୍ମ ଶତବାର୍ଷିକୀ ବର୍ଷରେ ୧୪ ଅଗଷ୍ଟ ୧୯୬୨ରେ ରମାବାଈ ଚିତ୍ରିତ ଏକ ଡାକଟିକଟ ଜାରି କରିଥିଲା ।
ବୃତ୍ତି
[ସମ୍ପାଦନା]ରମାବାଈ ମୁଖ୍ୟ ଅତିଥି ଭାବରେ ନାଶିକ ଉଚ୍ଚ ବିଦ୍ୟାଳୟରେ ପ୍ରଥମେ ସର୍ବସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ଜଷ୍ଟିସ ରାନାଡେ ତାଙ୍କର ପ୍ରଥମ ଭାଷଣ ଲେଖିଥିଲେ । ସେ ଖୁବ ଶୀଘ୍ର ଉଭୟ ଇଂରାଜୀ ଏବଂ ମରାଠୀରେ ସର୍ବସାଧାରଣ ଭାଷାର କୌଶଳ ଲାଭ କରିଥିଲେ । ତାଙ୍କର ଭାଷଣ ସବୁବେଳେ ସରଳ ଏବଂ ହୃଦୟସ୍ପର୍ଶୀ ଥିଲା । ସେ ବମ୍ବେରେ ପ୍ରାର୍ଥନା ସମାଜ ପାଇଁ କାମ କରିବା ଆରମ୍ଭ କଲେ । ସେ ସହରରେ (ଆର୍ଯ୍ୟ ମହିଳା ସମାଜ)ର ଏକ ଶାଖା ପ୍ରତିଷ୍ଠା କରିଥିଲେ । ୧୮୯୩ରୁ ୧୯୦୧ ପର୍ଯ୍ୟନ୍ତ, ରମାବାଈ ତାଙ୍କ ସାମାଜିକ କାର୍ଯ୍ୟକଳାପରେ ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିଲେ । ସେ ବମ୍ବେରେ ହିନ୍ଦୁ ଲେଡିଜ୍ ସାମାଜିକ ଏବଂ ସାହିତ୍ୟ କ୍ଲବ୍ ପ୍ରତିଷ୍ଠା କରିଥିଲେ ଏବଂ ମହିଳାମାନଙ୍କୁ ଭାଷା, ସାଧାରଣ ଜ୍ଞାନ, ଟେଲରିଂ ଏବଂ ହସ୍ତତନ୍ତରେ ତାଲିମ ଦେବା ପାଇଁ ଅନେକ ଶ୍ରେଣୀ ଆରମ୍ଭ କରିଥିଲେ ।
ଉତ୍ତରାଧିକାରୀ
[ସମ୍ପାଦନା]- ରମାବାଈଙ୍କର ଗୁରୁତ୍ୱପୂର୍ଣ୍ଣ ସାହିତ୍ୟିକ ଅବଦାନ ହେଉଛି ତାଙ୍କ ଆତ୍ମଜୀବନୀ ଆମାଚ୍ୟ ଆୟୁଷତିଲ କାହି ଆଥାଭାନୀ ମରାଠୀରେ[୫] ଯେଉଁଥିରେ ସେ ତାଙ୍କ ବିବାହିତ ଜୀବନ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।[୬] ସେ ଜଷ୍ଟିସ୍ ରାନାଡେଙ୍କ ବକ୍ତୃତା ସଂଗ୍ରହ ମଧ୍ୟ ପ୍ରକାଶ କରିଥିଲେ ।
- ସେବା ସଦନ
ଆଧାର
[ସମ୍ପାଦନା]- ↑ "Huzurpaga Girls High School completes 135 years". punemirror.com (in Indian English). 2019-10-03. Retrieved 2022-03-14.
- ↑ "International Girl Child Day: All about Ramabai Ranade, Indian social reformer who paved way for women's education". DNA India (in ଇଂରାଜୀ). 2020-10-11. Retrieved 2021-01-05.
- ↑ Sarkar, Sumit; Sarkar, Tanika (2008). Women and Social Reform in Modern India: A Reader – Sumit Sarkar, Tanika Sarkar – Google Books. ISBN 9780253352699. Retrieved 13 August 2012.
- ↑ Kosambi, Meera (2000). Intersections : socio-cultural trends in Maharashtra. New Delhi: Orient Longman. p. 101. ISBN 9788125018780. Retrieved 9 January 2017.
- ↑ "Diamond Maharashtra Sankritikosh", Durga Dixit, Pune, India, Diamond Publications, 2009, p. 40. ISBN 978-81-8483-080-4.
- ↑ Ranade, R., 1938. Himself: The Autobiography of a Hindu Lady. Longmans, Green and Company.[୧]