ମ୍ୟାଲେରିଆ ଟିକା
Vaccine description | |
---|---|
Target disease | Malaria |
Type | Protein subunit |
Clinical data | |
Trade names | Mosquirix |
Routes of administration | Intramuscular[୧] |
Legal status | |
Legal status |
|
ମ୍ୟାଲେରିଆ ଟିକା ହେଉଛି ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା ନିମନ୍ତେ ବ୍ୟବହୃତ ଏକ ଟିକା ।[୨] ୨୦୨୨ ସୁଦ୍ଧା ଆରଟିଏସ,ଏସ ନାମକ ଗୋଟିଏ ମ୍ୟାଲେରିଆ ଟିକା (ବ୍ରାଣ୍ଡ ନାମ ମସ୍କିରିକ୍ସ) ଅନୁମୋଦିତ ହୋଇଛି ଏବଂ ସବ୍-ସାହାରା ଆଫ୍ରିକାର ତିନୋଟି ଦେଶରେ ଏହା ବ୍ୟବହାର କରାଯାଉଛି ।[୨] ଏହା ଚାରୋଟି ଇଞ୍ଜେକସନ ଆବଶ୍ୟକ କରେ ।[୧] ଏହି ଟିକା ଯାତ୍ରୀମାନଙ୍କ ପାଇଁ ଉପଯୋଗୀ ହେବାର ସମ୍ଭାବନା ନାହିଁ ।[୨]
ଆରଟିଏସ,ଏସ ଟିକା ୬ ସପ୍ତାହରୁ ୧୭ ମାସ ବୟସ୍କ ପିଲାମାନଙ୍କ ନିମନ୍ତେ ବ୍ୟବହୃତ ହୁଏ ଯେଉଁଠାରେ ପ୍ଲାଜମୋଡିଅମ ଫାଲସିପାରମ ଅଧିକ ସାଧାରଣ ଦେଖାଯାଏ ।[୧] ତୃତୀୟ ମାତ୍ରା ଔଷଧ ଦିଆଯିବା ପରେ ପରବର୍ତ୍ତୀ ବର୍ଷରେ ମ୍ୟାଲେରିଆର ଆଶଙ୍କା ୨୪ରୁ ୪୩% କମିଯାଏ ।[୧] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ସ୍ଥାନରେ ଜ୍ୱର, ଚିଡ଼ଚିଡ଼ା ଏବଂ ଯନ୍ତ୍ରଣା ହୁଏ ।[୧] ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୧% ପିଲାଙ୍କର ଜ୍ୱରଜାତ ଅଙ୍ଗବିକ୍ଷେପ ହୁଏ ।[୧] ଚିନ୍ତା ଜନକ କଥା ଏହି ଯେ, ଯଦି ଚତୁର୍ଥ ମାତ୍ରା ନ ନିଆଯାଏ, ତେବେ ମ୍ୟାଲେରିଆ ସମ୍ବନ୍ଧୀୟ ମୃତ୍ୟୁ ପୁଣି ବଢ଼ିପାରେ ।[୨]
୨୦୧୫ ମସିହାରେ ସିଏଚଏମପିଦ୍ୱାରା (CHMP) ଆରଟିଏସ,ଏସକୁ ଏକ ସକରାତ୍ମକ ମତ ଦିଆଯାଇଥିଲା ଏବଂ ୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା (WHO) ଏହା ଅନୁମୋଦିତ ହୋଇଥିଲା ।[୧] [୩] ଏହାର ମୂଲ୍ୟ ୨୦୨୧ ସୁଦ୍ଧା ସ୍ଥିର ହୋଇନାହିଁ ।[୪] ଗାଭି (GAVI) ଏହାର ବିକ୍ରୟ/ବ୍ୟବହାର ନିମନ୍ତେ ୨୦୨୨ରୁ ୨୦୨୫ ମସିହା ମଧ୍ୟରେ ଆମେରିକୀୟ ୧୬୦ ନିୟୁତ ଡଲାର ପ୍ରଦାନ କରିଛି ।[୫] ୨୦୨୧ ସୁଦ୍ଧା ସବୁଠାରୁ ପ୍ରଭାବଶାଳୀ ମ୍ୟାଲେରିଆ ଟିକା ହେଉଛି ଆର୨୧/ମାଟ୍ରିକ୍ସ-ଏମ (R21/Matrix-M) ଯାହାର ପ୍ରାରମ୍ଭିକ ପରୀକ୍ଷଣରେ ୭୭% ଉପକାର ମିଳିଛି ।[୬] ଅତିକମରେ ୭୫% ସଫଳତା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ କରିବାରେ ଏହା ହେଉଛି ପ୍ରଥମ ଟିକା ।[୬][୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Mosquirix: Opinion on medicine for use outside EU". European Medicines Agency (EMA). Archived from the original on 23 November 2019. Retrieved 22 November 2019.
- ↑ ୨.୦ ୨.୧ ୨.୨ ୨.୩ Prevatt, Natalie; Behrens, Ron H. (2021). "23. Paediatric vaccines for travel outside Europe". In Vesikari, Timo; Damme, Pierre Van (eds.). Pediatric Vaccines and Vaccinations: A European Textbook (in ଇଂରାଜୀ) (Second ed.). Switzerland: Springer. pp. 276–279. ISBN 978-3-030-77172-0. Archived from the original on 11 January 2022. Retrieved 30 January 2022.
- ↑ "WHO recommends groundbreaking malaria vaccine for children at risk" (Press release). World Health Organization. Archived from the original on 7 October 2021. Retrieved 6 October 2021.
- ↑ "Malaria vaccine a 'breakthrough for science', WHO chief says". www.aljazeera.com (in ଇଂରାଜୀ). Archived from the original on 3 January 2022. Retrieved 14 February 2022.
- ↑ "Historic funding to expand roll-out of first-ever malaria vaccine in Africa". WHO | Regional Office for Africa (in ଇଂରାଜୀ). Archived from the original on 22 July 2022. Retrieved 22 July 2022.
- ↑ ୬.୦ ୬.୧ "Malaria vaccine becomes first to achieve WHO-specified 75% efficacy goal". EurekAlert!. 23 April 2021. Archived from the original on 27 July 2021. Retrieved 24 April 2021.
- ↑ "Malaria vaccine hailed as potential breakthrough". BBC News. 23 April 2021. Archived from the original on 24 April 2021. Retrieved 24 April 2021.
{{cite web}}
: Unknown parameter|coauthors=
ignored (|author=
suggested) (help)