ନିକୋଲାସ୍ ୱିଣ୍ଟନ୍
ନିକୋଲାସ୍ ୱିଣ୍ଟନ୍ | |
---|---|
ଜନ୍ମ | ନିକୋଲାସ୍ ଜର୍ଜ ୱର୍ଟ୍ଇମ୍ ୧୯ ମଇ ୧୯୦୯ ହାମ୍ପଷ୍ଟେଡ୍, ଲଣ୍ଡନ, ଇଂଲଣ୍ଡ |
ମୃତ୍ୟୁ | ୧ ଜୁଲାଇ ୨୦୧୫ ସ୍ଲଗ, ବର୍କଶାୟର୍, ଇଂଲଣ୍ଡ | (ବୟସ ୧୦୬)
ଶିକ୍ଷା | ଷ୍ଟୋ ସ୍କୁଲ୍ |
ବୃତ୍ତି | ବ୍ୟାଙ୍କର୍ |
ବୈବାହିକ-ସାଥୀ |
ଗ୍ରେଟ୍ ଗେଲଷ୍ଟ୍ରପ (before ୨୦୧୫) |
ସନ୍ତାନ | ୩ |
ସାର୍ ନିକୋଲାସ୍ ଜର୍ଜ ୱିଣ୍ଟନ୍ (ଜନ୍ମ ୱର୍ଟାଇମ୍ ; ୧୯ ମଇ ୧୯୦୯ - ୧ ଜୁଲାଇ ୨୦୧୫) ଜଣେ ବ୍ରିଟିଶ ମାନବିକତାବାଦୀ ଥିଲେ ଯିଏ କି ନାଜି ଜର୍ମାନୀଦ୍ୱାରା ହତ୍ୟା ହେବାର ଆଶଙ୍କା ଥିବା ପିଲାମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ | ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବ୍ରିଟେନକୁ ଯାଇଥିବା ଜର୍ମାନ-ଯିହୁଦୀ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା ୱିଣ୍ଟନ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଚେକୋସ୍ଲୋଭାକିଆରୁ ୬୬୯ ପିଲାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ଚେକୋସ୍ଲୋଭାକିଆକୁ ଏକ ସଂକ୍ଷିପ୍ତ ଗସ୍ତରେ ଯାଇଥିବା ସମୟରେ ସେ ଉଦ୍ଧାର ଆବଶ୍ୟକ କରୁଥିବା ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲେ ଏବଂ ବ୍ରିଟେନକୁ ଫେରିବା ପରେ ସେ ପିଲାମାନଙ୍କୁ ବ୍ରିଟେନକୁ ଆଣିବା ଏବଂ ସେମାନଙ୍କ ପାଇଁ ଘର ଓ ପ୍ରାୟୋଜକ ଖୋଜିବା ପାଇଁ ଆଇନଗତ ଆବଶ୍ୟକତା ପୂରଣ କରିବାରେ କାର୍ଯ୍ୟ କରିଥିଲେ। [୧]ଏହି ଅପରେସନ୍ ପରେ ସେ ଚେକ କିଣ୍ଡରଟ୍ରାନ୍ସପୋର୍ଟ ଭାବରେ ପରିଚିତ ହୋଇଥିଲେ |
ତାଙ୍କର ମାନବିକ ସଫଳତା ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୧୯୮୮ ପର୍ଯ୍ୟନ୍ତ ବିଶ୍ୱକୁ ଦୃଷ୍ଟି ଗୋଚର ହୋଇନଥିଲା ଯେତେବେଳ ପର୍ଯ୍ୟନ୍ତ ସେ ବିବିସି ଟେଲିଭିଜନର କାର୍ଯ୍ୟକ୍ରମ ଦ୍ୟାଟ୍ସ୍ ଲାଇଫକୁ ନିମନ୍ତ୍ରିତ ହୋଇନଥିଲେ । ସେହି କାର୍ଯ୍ୟକ୍ରମରେ ସେ ବ୍ରିଟେନକୁ ଆସିବାରେ ସାହାଯ୍ୟ କରିଥିବା ଅନେକ ପିଲାଙ୍କ ସହ ପୁନଃ ମିଳନ ହୋଇଥିଲେ ଏବଂ ସେମାନଙ୍କର ଅନେକ ପିଲା ଏବଂ ନାତି ନାତୁଣୀଙ୍କ ସହିତ ପରିଚିତ ହୋଇଥିଲେ | ବ୍ରିଟିଶ ପ୍ରେସ ସମ୍ମାନ କରି ତାଙ୍କୁ "ବ୍ରିଟିଶ ସ୍କିଣ୍ଡଲର " ବୋଲି ଡ଼ାକିଥିଲେ। [୨] ୨୦୦୩ ରେ, ୱିଣ୍ଟନ୍ ରାଣୀ ଏଲିଜାବେଥଙ୍କଦ୍ୱାରା ମାନବିକତାର ସେବା, ଯିହୁଦୀ ପିଲାମାନଙ୍କୁ ନାଜି-ଅଧିକୃତ ଚେକୋସ୍ଲୋଭାକିଆରୁ ରକ୍ଷା କରିବା ହେତୁ " ନାଇଟ୍ " ଉପାଧି ପାଇଥିଲେ। ୨୮ ଅକ୍ଟୋବର ୨୦୧୪ ରେ, ଚେକ ରାଷ୍ଟ୍ରପତି ମିଲୋଶ ଜେମାନଙ୍କଙ୍କଦ୍ୱାରା ଚେକ ଗଣତନ୍ତ୍ରର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ୍ ଦ ହ୍ୱାଇଟ୍ ଲାଇଅନ୍ ( ପ୍ରଥମ ଶ୍ରେଣୀ) ପ୍ରଦାନ କରାଯାଇଥିଲା। ୱିଣ୍ଟନ୍ ୧ ଜୁଲାଇ ୨୦୧୫ରେ ୧୦୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ [୩]
ଆଧାର
[ସମ୍ପାଦନା]- ↑ "Sir Nicholas Winton, A Man of Courage". Auschwitz. 2008. Archived from the original on 12 March 2018. Retrieved 3 September 2009.
- ↑ "Statue for 'British Schindler' Sir Nicholas Winton". BBC News. 18 September 2010. Retrieved 18 September 2010.
- ↑ "Holocaust 'hero' Sir Nicholas Winton dies aged 106". BBC News (in ବ୍ରିଟିଶ୍ ଇଂରାଜୀ). 2015-07-01. Retrieved 2022-07-31.