ବୃନ୍ଦାବନ ଗାର୍ଡେନ
ବୃନ୍ଦାବନ ଗାର୍ଡେନ | |
---|---|
Type | Garden |
Location | କୃଷ୍ଣ ରାଜା ସଗରା ଡ୍ୟାମ୍, ଶ୍ରୀରଙ୍ଗପାଟନା, ମାଣ୍ଡ୍ୟା ଜିଲ୍ଲା, କର୍ଣ୍ଣାଟକ |
Nearest city | ମହୀଶୁର |
Coordinates | 12°25′34″N 76°34′34″E / 12.42611°N 76.57611°E |
Area | 60 acres (24 ha) |
Created | 1932 |
Operated by | କାବେରୀ ନିରାବରୀ ନିଗମ |
Visitors | ୨ ନିୟୁତ |
Open | ବର୍ଷସାରା |
ବୃନ୍ଦାବନ ଗାର୍ଡେନ ଏକ ବଗିଚା ଯାହା ମହୀଶୂର ସହରଠାରୁ ୧୨ କିମି ଦୂରରେ[୧] କର୍ଣ୍ଣାଟକ ପ୍ରଦେଶର ମାନ୍ଦ୍ୟ ଜିଲ୍ଲାରେ (Mandya District) ଥିବା କାବେରୀ ନଦୀ ଉପରେ ତିଆରି କୃଷ୍ଣରାଜସାଗର ସେତୁ ପାଖରେ ଏହା ଅବସ୍ଥିତ ।[୨] ଏହାର ତିଆରି ୧୯୨୭ ମସିହାରେ ଆରମ୍ଭ ହୋଇ ୧୯୩୨ ମସିହାରେ ଶେଷ ହୋଇଥିଲା ।[୩] ଶ୍ରୀରଂଗପତନମରେ ଥିବା ଏହି ବଗିଚା ଏହାର ଏକ ମୂଖ୍ୟ ଆକର୍ଷଣ ଯାହାକୁ ବାର୍ଷିକ ଦୁଇ ନିୟୁତ ପରିଦର୍ଶକ ଦେଖିବାକୁ ଆସନ୍ତି ।[୪] ମହୀଶୂରର ଦେୱାନ ସାର ମିର୍ଜା ଇସମାଇଲ (Sir Mirza Ismail) ଏହି ବୃନ୍ଦାବନ ଗାର୍ଡେନ ତିଆରି କରେଇଥିଲେ ଯାହା କାବେରୀ ନଦୀ ଉପରେ ତିଆରି କୃଷ୍ଣରାଜସାଗର ସେତୁର କେନାଲ ଯୋଗୁ ୧୨୦,୦୦୦ ହେକ୍ଟର (୪୯୦କିମି୨) ଜମିରେ ପାଣି ମାଡିପାରିଲା । ହାଇଦର ଅଲି ତିଆରି କରେଇଥିବା ବେଙ୍ଗଲୁରୁର ଅନ୍ୟତମ ଲାଲବାଗ ବୋଟାନିକାଳ ବଗିଚା ଦେଖି ସେହିଭଳି ଏକ ବଗିଚା କରେଇବାର ପ୍ରେରଣା ପାଇଥିଲେ ।
ବଗିଚା
[ସମ୍ପାଦନା]ସେହି ବଗିଚାର ରକ୍ଷଣାବେକ୍ଷଣ କରନ୍ତି କର୍ଣ୍ଣାଟକ ସରକାରଙ୍କ କାବେରୀ ଜଳଳସେଚନ କର୍ପୋରେସନ ।[୫] ଷାଠିଏ ଏକର ଜାଗା ଉପରେ ଏହି ବଗିଚା ଅଛି ଓ ନାଗବନ ୩୦ ଏକର ଓ ଚନ୍ଦ୍ରବନ ନାମକ ଦୁଇଟି ଫଳ ବଗିଚା ଏହା ପାଖରେ ଅବସ୍ଥିତ ।[୬] ତିନି ଥାକିଆ ଏହି ବିରାଟ ବଗିଚାରେ ଜଳ ଫୁଆରା, ଫିକଶ ଗଛ (Ficus), ପତ୍ର ବହୁଳ ଇଉଫୋରବିଆ ଓ ଦୁରାଣ୍ଟା ପ୍ଲମେରିଆ, ଫୁଲ ଗଛ ସେଲୋସିଆ, ଗେଣ୍ଡୁ ଓ ବେଗନ ଭିଲା ଗଛ ଲଗାଯାଇଛି ।[୭] କିଛି ଶୁଳ୍କ ଦେଇ ଜନସାଧାରଣ ଏହି ବଗିଚାକୁ ଦେଖିବାକୁ ଯାଇପାରନ୍ତି । ଏହି ବଗିଚା ମଧ୍ୟରେ ଗୋଟିଏ ହ୍ରଦ ଅଛି ଓ ତାହା ମଧ୍ୟରେ ନୌକା ବିହାର ସୁବିଧା ମିଳେ ।[୮]
ଅର୍ଥ ବ୍ୟବସ୍ଥା
[ସମ୍ପାଦନା]ଆର୍ଥିକ ବର୍ଷ ୨୦୦୩-୨୦୦୪ରେ ଗେଟରୁ ୨.୦୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା ଯାହା ୨୦୦୫-୨୦୦୬ରେ ୪.୩ କୋଟିରେ ପହଞ୍ଚିଥିଲା ।
ଗ୍ୟାଲେରି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Brindavan Gardens, timings, entry ticket cost, price, fee - Mysore Tourism 2021". mysoretourism.in. Archived from the original on 2021-12-09. Retrieved 2020-12-31.
- ↑ "Brindavan Garden (KRS-Krishna Raja Sagar)".
- ↑ "Brindavan Gardens". Horticultural Department, Government of Karnataka. Archived from the original on 10 April 2009. Retrieved 28 February 2007.
- ↑ Gauri Satya (11 January 2008). "Mysore sees steady rise in tourist flow". Business Standard. Retrieved 28 February 2008.
- ↑ "Brindavan Gardens to get a makeover". The Hindu. 3 June 2006. Archived from the original on 7 November 2012. Retrieved 28 February 2008.
- ↑ S V Upendra Charya (28 ଫେବୃଆରୀ 2006). "Focus: Horticulture". Archived from the original on 20 ମଇ 2011. Retrieved 28 ଫେବୃଆରୀ 2008.
- ↑ "Brindavan Gardens to get a facelift for Dasara". The Hindu. 14 August 2004. Archived from the original on 25 January 2013. Retrieved 28 February 2008.
{{cite web}}
: CS1 maint: unfit URL (link) - ↑ "Daytime to be fun at Brindavan Gardens". The Hindu. 1 February 2008. Archived from the original on 9 February 2008. Retrieved 28 February 2008.