ଖପୁରୀ କଣା ଅସ୍ତ୍ରୋପଚାର

ଉଇକିପିଡ଼ିଆ‌ରୁ
Detail from The Extraction of the Stone of Madness, a painting by Hieronymus Bosch depicting trepanation (c. 1488–1516).

ଖପୁରୀ କଣା ଅସ୍ତ୍ରୋପଚାର, ଅନ୍ୟ ନାମ ଟ୍ରେପାନେସନ, ହେଉଛି ଏକ ପ୍ରଣାଳୀ ଯେଉଁଥିରେ ଖପୁରୀ ଭିତରକୁ ଏକ ଛିଦ୍ର ତିଆରି କରାଯାଏ । [୧] ଏପିଡୁରାଲ୍ କିମ୍ବା ସବଡୁରାଲ୍ ହେମାଟୋମାସର ଚିକିତ୍ସା ପାଇଁ ଏହା କରାଯାଏ ଯେତେବେଳେ ମଧ୍ୟ ରେଖା ଘୁଞ୍ଚିଯାଏ, ଗ୍ଲାସଗୋ କୋମା ସ୍କେଲ ୮ରୁ କମ, ଏବଂ ଆଖି ପୁତ୍ତଳି ବଡ଼ ଦେଖାଯାଏ । [୨] ଏହା ନ୍ୟୁରୋ ସର୍ଜନ କରନ୍ତି କିନ୍ତୁ ଜରୁରୀ ଅବସ୍ଥାରେ ଅନ୍ୟ ଡାକ୍ତରଦ୍ୱାରା କରାଯାଇପାରେ । [୩] [୪]

ଅସ୍ତ୍ରପଚାର ପୂର୍ବରୁ ବ୍ୟକ୍ତିର ଇନ‌ଟ୍ୟୁବେସନ କରାଯାଏ । [୨] ସିଟି ସ୍କାନରେ ରକ୍ତସ୍ରାବର ଅବସ୍ଥାନ ସିଟି ସ୍କାନ କରି ନିଶ୍ଚିତ ହେବାପରେ ଖପୁରୀର ଘନତା ମାପ କରାଯାଏ । [୪] ସ୍ଥାନଟି ଲୋମହୀନ, ଷ୍ଟେରିଲାଇଜେସନ ଏବଂ ଲିଡୋକେନ ସ‌ହିତ ଏପିନେଫ୍ରିନ ଇଞ୍ଜେକସନ ଦିଆଯାଏ । [୪] ଚମକୁ ୪ ସେଣ୍ଟିମିଟର ( 1.57 "ଇଞ୍ଚ) ଲମ୍ବ କଟାଯାଏ । [୪] କାନର ଉପରକୁ ଓ ସାମନାରେ କଟାଯାଏ । [୪] କଟା ଯାଗାରେ ରିଟ୍ରାକ୍ଟର ଲଗେଇ ଖପୁରୀ ଖୋଲାଯାଏ ଓ ଡ୍ରିଲ କରାଯାଏ । [୪] ରକ୍ତ ଖପୁରୀ ଦେଇ ବାହାରିଯାଏ ବା ସକସନ କରାଯାଏ । [୪] ସବଡୁରାଲ ହେମାଟୋମା ଥିଲେ ତୀକ୍ଷ୍ଣ ହୁକଦ୍ୱାରା ଡୁରା ମେଲା ରଖାଯାଏ ଓ X ଆକୃତିରେ କଟାଯାଏ । [୪]

ସଂକ୍ରମଣକୁ ରୋକିବା ପାଇଁ ଆଣ୍ଟିବାୟୋଟିକ୍ ଦିଆଯିବା ଉଚିତ ଏବଂ ନ୍ୟୁରୋ ସର୍ଜନଦ୍ୱାରା ବ୍ୟକ୍ତି ନିଶ୍ଚିତ ଯତ୍ନ ପାଇବା ଉଚିତ । [୨] ଟ୍ରେପାନେସନ୍ ହେଉଛି ପୁରାତନ ଜଣାଶୁଣା ପ୍ରକାରର ଅସ୍ତ୍ରୋପଚାର ଯାହା ଏହାର ଇତିହାସ ସାରା କରାଯାଏ । [୫] ଆନ୍ଥ୍ରୋପୋଲୋଜିଷ୍ଟମାନେ ବିଶ୍ୱାସ କରନ୍ତି ଯେ ଏହା ମୂଳତଃ ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ, ଅପସ୍ମାର, ମୁଣ୍ଡବିନ୍ଧା, ମୁଣ୍ଡର କ୍ଷତ ଏବଂ ମାନସିକ ବିକୃତି ପାଇଁ କରାଯାଇଥିଲା । [୫]

ଆଧାର[ସମ୍ପାଦନା]

  1. Hobert, L; Binello, E (May 2017). "Trepanation in Ancient China". World neurosurgery. 101: 451–456. doi:10.1016/j.wneu.2016.10.051. PMID 27769950.
  2. ୨.୦ ୨.୧ ୨.୨ "Unlocking Common ED Procedures – Crackin' the Cranium: A Review of Cranial Burr Hole Decompression". emDOCs.net - Emergency Medicine Education (in ଇଂରାଜୀ). 9 April 2020. Archived from the original on 28 November 2020. Retrieved 15 March 2021.
  3. Wilson, MH; Wise, D; Davies, G; Lockey, D (2 April 2012). "Emergency burr holes: "How to do it"". Scandinavian journal of trauma, resuscitation and emergency medicine. 20: 24. doi:10.1186/1757-7241-20-24. PMID 22469190.{{cite journal}}: CS1 maint: unflagged free DOI (link)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Unlocking Common ED Procedures – Crackin' the Cranium: A Review of Cranial Burr Hole Decompression". emDOCs.net - Emergency Medicine Education (in ଇଂରାଜୀ). 9 April 2020. Archived from the original on 28 November 2020. Retrieved 15 March 2021.
  5. ୫.୦ ୫.୧ Faria, Miguel A. (2013-04-05). "Violence, mental illness, and the brain – A brief history of psychosurgery: Part 1 – From trephination to lobotomy". Surgical Neurology International. 4: 49. doi:10.4103/2152-7806.110146. ISSN 2229-5097. PMC 3640229. PMID 23646259.{{cite journal}}: CS1 maint: unflagged free DOI (link)