ଇନାୟତ ହୁସେନ ଭଟ୍ଟି

ଉଇକିପିଡ଼ିଆ‌ରୁ
ଇନାୟତ ହୁସେନ ଭଟ୍ଟି
ଇନାୟତ ହୁସେନ ଭଟ୍ଟି
ଜନ୍ମ(1928-01-12)୧୨ ଜାନୁଆରୀ ୧୯୨୮


[୧]
Gujrat, Punjab, British India
ମୃତ୍ୟୁ୩୧ ମଇ ୧୯୯୯(1999-05-31) (ବୟସ ୭୧)[୨][୧]
Gujrat, Punjab, Pakistan
ବୃତ୍ତି(ସମୂହ)singer, film actor, film producer and social activist[୧][୨]
ସକ୍ରିୟ ବର୍ଷ1949 – 1997
ପ୍ରସିଦ୍ଧିFolk, Pakistani music
ପୁରସ୍କାରNigar Award (Lifetime Achievement Award)

ଇନାୟତ ହୁସେନ ଭଟ୍ଟି (ଉର୍ଦ୍ଦୁ: عِنایَت حُسَین بھٹّی), (୧୨ ଜାନୁଆରୀ ୧୯୨୮ – ୩୧ ମଇ ୧୯୯୯) ଜଣେ ପାକିସ୍ଥାନୀ Pakistani ପ୍ରଚ୍ଛଦପଟ ଗାୟକ, ଅଭିନେତା, ପ୍ର‌ଯୋଜକ, ନିର୍ଦ୍ଦେଶକ, କାହାଣୀ ଲେଖାକ, ସାମାଜିକ କର୍ମୀ, ସ୍ତମ୍ଭକାର, ଧର୍ମ ବିଦ୍ୱାନ ଓ ପଞ୍ଜାବୀ ଭାଷା ଓ‌ ତଥା ସାହିତ୍ୟର ପ୍ରୋତ୍ସାହକ ଥିଲେ ।[୩][୪]

ପ୍ରାକ୍ ଜୀବନ ଇତିହାସ[ସମ୍ପାଦନା]

ଭଟ୍ଟି ଗୁଜରାଟ ସ‌ହରରେ ଏକ ପଞ୍ଜାବୀ ପରିବାରରେ ୧୨ ଜାନୁଆରୀ ୧୯୨୮ରେ ଜନ୍ମ ଗ୍ରହଣ କରିଥିଲେ ।[୧]

ଡିସେମ୍ବର ୧୯୪୮ ମସିହାରେ ସେ ଲ' ପଢ଼ିବାକୁ ଲାହୋର ଗଲେ ଓ ପ୍ରଥମେ ଲାହୋରର ଏମଏଓ କଲେଜ ହଷ୍ଟେଲରେ ରହିଥିଲେ । ଲାହୋରରେ ପ‌ହଞ୍ଚିବାର କିଛି ମାସ ପରେ ସେ ଲାହୋର ୱାଇଏମସିଏ ହଲର ଅଡିଟୋରିଅମରେ ପ୍ରଥମ ପ୍ରଦର୍ଶନ କରିଥିଲେ । ୱାଇଏମସିଏ ହଲର ଅଡିଟୋରିଅମରେ ପ୍ରଥମ ପ୍ରଦର୍ଶନ ପରେ ସେ ଇଜାଜ ଗିଲାନିଙ୍କ ସ‌ହିତ ଲାହୋରର ରେଡିଓ ପାକିସ୍ଥାନ ଯାଇ ସେଠାରେ ମାଷ୍ଟର ନିଆଜ ହୁସେନ ଶମିଙ୍କ ସ‌ହିତ ସାକ୍ଷାତ କଲେ ଓ ତାଙ୍କର ଶିଶ୍ୟ ହୋଇଗଲେ । ନିଆଜ ହୁସେନ ଶମି ଲାହୋର ରେଡିଓ ପାକିସ୍ଥାନର କମ୍ପୋଜର ଥିଲେ । ମାଷ୍ଟର ନିଆଜ ହୁସେନ ଶମିଙ୍କ ସ‌ହିତ ମିଳାମିଶା ଓ ପ୍ରଶିକ୍ଷଣ ଫଳରେ ସେ ରେଡିଓ ପ୍ରୋଗ୍ରାମରେ ନିୟମିତ ଗାୟକ ଭାବରେ ଭାଗ ନେଲେ । ଲାହୋରର ରେଡିଓ ପାକିସ୍ଥାନରେ ଚରିତ୍ର ଭୂମିକାରେ ବେଳେବେଳେ ଅଭିନୟ କରୁଥିଲେ । "ଆଖିଆଁ" ନାମକ ଏକ ନାଟକରେ ତାଙ୍କୁ ହିରୋ ଭୂମିକାରେ ଅଭିନୟ କରିବାକୁ ନାଟକ-ଲେଖକ ରଫି ପିଅର ସୁଯୋଗ ଦେଲେ । [୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୧୯୫୩ ମସିହାର ଭଟ୍ଟି ମୋହତରମା ଶହିଦା ବାନୁଙ୍କୁ ବିବାହ କରିଥିଲେ, ଯିଏ ଭାରତୀୟ ରେଲୱେଜର ଅବସର ପ୍ରାପ୍ତ ଭାରତୀୟ ଅହମଦ ବିନ ବଟ୍ଟଙ୍କ କନ୍ୟା ଥିଲେ । ମୋହତରମା ଶହିଦା ବାନୁ ୧୨ ମାର୍ଚ୍ଚ ୧୯୯୭ ମସିହାର ମୃତ୍ୟୁ ବରଣ କରିଥିଲେ ।

ଭଟ୍ଟିଙ୍କର ଦୁଇ ପୁଅ ଓ ତିନି ଝିଅ ଥିଲେ, ୭ ନାତି ଓ ୫ ନାତୁଣୀ ଥିଲେ । ତାଙ୍କ ସବା ସାନ ପୁଅ ଚଳଚ୍ଚିତ୍ର, ଟିଭି ଓ ନାଟକରେ ଅଭିନୟ କରନ୍ତି । ତାଙ୍କର ନାତି ଆଘା ଅଲିଅଲି ଆବ୍ବାସ ଅଭିନେତା ଅଛନ୍ତି ।[୧]

ଭଟ୍ଟିଙ୍କର ସାନ ଭାଇ, ନାଟକୀୟ ନାମ କଇଫୀ, ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ ମଧ୍ୟ ୧୯୬୦ରୁ ୧୯୯୦ ଶେଷ ପର୍ଯ୍ୟନ୍ତ ଜଣାଶୁଣା ଥିଲେ । ତାଙ୍କ ଜନ୍ମ ନାମ କିଫାୟତ ହୁସେନ ଭଟ୍ଟି (୧୯୪୩ ମସିହାରୁ ୧୩ ମାର୍ଚ୍ଚ ୨୦୦୯) ଥିଲା । ଏହି ଦୁଇ ଭାଇ ଅଭିନୟ ଓ ପ୍ର‌ଯୋଜକ ଭାବରେ ପରିଚିତ ଥିଲେ । ଉଭୟ ଭାଇ ପଞ୍ଜାବୀ ଭାଷାରେ ନିର୍ମିତ ୨୪ଟି ପାକିସ୍ଥାନୀ ଚଳଚ୍ଚିତ୍ରରେ କାମ କରିଥିଲେ । ନିଜ ନାମ ବଦଳରେ ଚଳଚ୍ଚିତ୍ରରେ ସେ କଇଫି ନାମରେ ପରିଚିତ ହେବାକୁ ଭଲ ପାଉଥିଲେ; ସମସ୍ତ ପାକିସ୍ଥାନୀ ଅଫିସ ଚଳଚ୍ଚିତ୍ର ରେକର୍ଡ଼ ଓ ଆନ୍ତର୍ଜାତୀୟ ବଡ଼ ୱେବ ସାଇଟରେ କେବଳ କଇଫି ନାମ ବ୍ୟବ‌ହାର କରୁଥିଲେ । ଇନାୟତ ହୁସେନ ଭଟ୍ଟି ତାଙ୍କ ଜୀବନର ଶେଷ ସମୟ ଗୁଜରାଟରେ ଥିବା କନ୍ୟା ରେହାନା ୱାକର ଜଉରା ପାଖରେ ଥିଲେ । ଅସୁସ୍ଥ ହେବା ପରେ ସେ ଅଜିଜ ଭଟ୍ଟି ଶହିଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ୩୧ ମଇ ୧୯୯୯ ମସିହାରେ ମୃତ୍ୟୁ ବରଣ କରିଥିଲେ ଓ ଗୁଜରାଟର ଚାହ ଟ୍ରିଙ୍ଗ ମଶାଣୀରେ ତାଙ୍କର ସତ୍କାର କରାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "12th death anniversary of Inayat Hussain Bhatti". Pakistan Today (newspaper). 30 May 2011. Retrieved 18 June 2018.
  2. ୨.୦ ୨.୧ Shoaib Ahmed (1 June 2014). "Culture circle: Rs1bn sought for film industry revival (15th death anniversary of Inayat Hussain Bhatti)". Dawn (newspaper). Retrieved 18 June 2018.
  3. "Inayat Hussain Bhatti remembered". The Nation (newspaper). 1 June 2016. Retrieved 18 June 2018.
  4. ୪.୦ ୪.୧ MairaS (26 September 2012). "Greatest playback singer and Pakistani TV presenter: Inayat Hussain Bhatti". Pakistan 360 degrees website. Archived from the original on 27 April 2016. Retrieved 7 September 2020.
  5. actor Kaifi's Filmography on Complete Index To World Film (CITWF) website. Retrieved 18 June 2018.