ବଚ୍ଚା ବାଜି

ଉଇକିପିଡ଼ିଆ‌ରୁ


ଆଧୁନିକ ଉଜବେକିସ୍ତାନର ସମରକନ୍ଦଠାରେ ପ୍ରଦର୍ଶନ କରୁଥିବା କିଛି ନର୍ତ୍ତକ ବାଳକ ( ୧୫୯୦-୧୯୧୫ ମସିହା)

ବଚ୍ଚା ବାଜି (ପାର୍ସୀ: بچه بازی‎, ଆକ୍ଷରିକ ଅର୍ଥ: "ବାଳକ ଖେଳ"[୧]; ମୂଳ بچه "ବାଳକ", ଏବଂ بازی "ଖେଳ/କ୍ରୀଡ଼ା") ଆଫଗାନିସ୍ତାନର କିଛି ଭାଗରେ ପ୍ରଚଳିତ ବୟସ୍କ ପୁରୁଷଙ୍କଦ୍ୱାରା ନର୍ତ୍ତକ ବାଳକ ଭାବେ ପରିଚିତ ଶିଶୁ ବା କିଶୋର ବାଳକଙ୍କ ଉପରେ ହେଉଥିବା ଶିଶୁ ଯୌନ ଶୋଷଣର ଏକ ପ୍ରଥା ପାଇଁ ବ୍ୟବହୃତ କଥିତ ଶବ୍ଦଟିଏ । ଏହି ପ୍ରଥା ଯୌନ ଦାସତ୍ୱ ଏବଂ ଶିଶୁ ବେଶ୍ୟାବୃତ୍ତି ସହିତ ସମ୍ବନ୍ଧିତ ।[୨] ଏକବିଂଶ ଶତାବ୍ଦୀରେ ଆଫଗାନିସ୍ତାନର ବିଭିନ୍ନ ଭାଗରେ ବଚ୍ଚା ବାଜି ପ୍ରଚଳିତ ରହିଛି ।[୩][୪][୫][୬][୭] ବଳ ଏବଂ ଚାପ ପ୍ରୟୋଗ ସାଧାରଣ, ଏବଂ ସୁରକ୍ଷା ଅଧିକାରୀମାନେ କହନ୍ତି ଯେ ସେମାନେ ଏପରି ଅଭ୍ୟାସ ଅନତ କରିବାରେ ଅସମର୍ଥ କାରଣ ବଚ୍ଚା ବାଜି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଜଡ଼ିତ ଅନେକ ପୁରୁଷ ଶକ୍ତିଶାଳୀ ଏବଂ ସଶସ୍ତ୍ର ଯୁଦ୍ଧ ସର୍ଦ୍ଦାର ।[୮][୯][୧୦]

ଆଫଗାନ ଗୃହଯୁଦ୍ଧ (୧୯୯୬-୨୦୦୧) କାଳରେ ବଚ୍ଚା ବାଜି ପାଇଁ ତାଲିବାନ ଆଇନ ଅଧୀନରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଥିଲା ।[୧୧] ବାଳକମାନଙ୍କ ନାଚିବା ପ୍ରଥା ଆଫଗାନ ଆଇନ ଅନୁସାରେ ବେଆଇନ ହୋଇଥିଲେ ହେଁ ଶକ୍ତିଶାଳୀ ଅପରାଧୀଙ୍କ ବିରୋଧରେ କ୍ୱଚିତ ଆଇନ ଲାଗୁ କରାଯାଏ ଏବଂ ପୋଲିସ ସମ୍ବନ୍ଧିତ ଅପରାଧରେ ଜଡ଼ିତ ।[୧୨][୧୩]

ଆଫଗାନିସ୍ତାନ ଅଧିକାର ପରେ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ବାହିନୀ ବଚ୍ଚା ବାଜିକୁ ଜାଣିଶୁଣି ଅଣଦେଖା କରିବା ପରେ ଅଭିଯୋଗ ହେବା ପରେ ଏକ ବିବାଦ ସୃଷ୍ଟି ହୋଇଥିଲା ।[୧୪] ଆମେରିକୀୟ ସେନା ଏହି ଅପବ୍ୟବହାର ମୁଖ୍ୟତଃ "ସ୍ଥାନୀୟ ଆଫଗାନ ସରକାରଙ୍କ" ଦାୟିତ୍ୱ ଥିଲା ବୋଲି ଦାବୀ କରି ପ୍ରତ୍ୟୁତ୍ତର ଦେଇଥିଲା ।[୧୫]

୨୦୨୦ ସୁଦ୍ଧା ଆନ୍ତର୍ଜାତୀୟ ଉଦ୍‌ବେଗ ସତ୍ତ୍ୱେ ଏହି ଅଭ୍ୟାସ ଜାରିରହିଛି ।[୧୬][୧୭]

ଇତିହାସ[ସମ୍ପାଦନା]

ବଚ୍ଚା ବାଜି ଏକ କେଇ ଶତାବ୍ଦୀ ଧରି ଚଳି ଆସିଥିବା ଏକ ପରମ୍ପରା ।[୧୬] ଏହି ପ୍ରଥାକୁ ବିରୋଧ କରିବା ତାଲିବାନମାନଙ୍କ ବୃଦ୍ଧିକୁ ବଢ଼ାଇବାରେ ଏହା ଏକ ମୂଳ କାରକ ଥିଲା ।[୫] ୧୯୯୬ରେ ତାଲିବାନ କ୍ଷମତାରେ ଆସିବା ପରେ ସମଲିଙ୍ଗୀ ସମ୍ବନ୍ଧ ସମେତ ବଚ୍ଚା ବାଜି ନିଷେଧ କରାଯାଇଥିଲା । ତାଲିବାନମାନେ ଏହାକୁ ଶାରିୟା ଆଇନ ସହିତ ଅସଂଯୁକ୍ତ ବୋଲି ବିବେଚନା କରିଥିଲେ ।[୧୧] ବଚ୍ଚା ବାଜି ଓ ସମଲିଙ୍ଗୀ ସମ୍ବନ୍ଧ ଉଭୟ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ହୋଇଥିଲା ।[୧୮]

ସେମାନେ ଗରିବ ଏବଂ ଦୁର୍ବଳ ହୋଇଥିବାରୁ ପ୍ରାୟତଃ ବାଳକମାନଙ୍କୁ ବଛାଯାଏ ।[୩] ଆଗରୁ ବଚ୍ଚା ବାଳକ ହୋଇଥିବା ପୁରୁଷମାନେ ସାମାଜିକ ତାଡ଼ନାର ସମ୍ମୁଖୀନ ହୋଇ ନିଜେ ଭୋଗିଥିବା ଦୁର୍ବ୍ୟବହାରର ମାନସିକ ପ୍ରଭାବ ସହିତ ସଂଘର୍ଷ କରିଥାନ୍ତି ।[୧୬]

ଆଧୁନିକ ଉଦାହରଣ[ସମ୍ପାଦନା]

କ୍ଲୋଭର ଫିଲ୍ମସ ଏବଂ ଆଫଗାନୀ ସାମ୍ବାଦିକ ନଜିବଲ୍ଲା କୁରେଶୀ ଏହି ପ୍ରଥା ବାବଦରେ ଦି ଡାନ୍ସିଂ ବୟେଜ ଅଫ ଆଫଗାନିସ୍ତାନ ନାମକ ଏକ ବୃତ୍ତଚ୍ଚିତ୍ର ନିର୍ମାଣ କରିଥିଲେ । ଏହା ୨୦୧୦ ମାର୍ଚ୍ଚ ମାସରେ ଯୁକ୍ତରାଜ୍ୟରେ ପ୍ରଦର୍ଶିତ ହୋଇଥିଲା ଏବଂ ପର ମାସରେ ଆମେରିକାରେ ପ୍ରଦର୍ଶିତ ହୋଇଥିଲା ।[୧୯] ଦି ହଫିଙ୍ଗଟନ ପୋଷ୍ଟର ସାମ୍ବାଦିକ ନିକୋଲାସ ଗ୍ରାହାମ ବୃତ୍ତଚିତ୍ରଟିକୁ "ଉଭୟ ଆକର୍ଷଣୀୟ ଏବଂ ଭୟଙ୍କର" ବୋଲି ବର୍ଣ୍ଣନା କରି ପ୍ରଶଂସା କରିଥିଲେ ।[୨୦] ଚଳଚ୍ଚିତ୍ରଟି ଆମ୍ନେଷ୍ଟି ୟୁକେ ମିଡ଼ିଆ ଆୱାର୍ଡ୍ସରେ ୨୦୧୧ ଡକ୍ୟୁମେଣ୍ଟାରୀ ପୁରସ୍କାର ଜିତିଥିଲା ।[୨୧] ଚଳଚ୍ଚିତ୍ରଟି ଚ୍ୟାନେଲ ୪ର ମୋର୪ ସେବାରେ ପ୍ରସାରଣ କରାଯାଇଥିଲା ।[ଆଧାର ଲୋଡ଼ା]

ଆଧାର[ସମ୍ପାଦନା]

  1. Nordland, Rod (January 23, 2018). "Afghan Pedophiles Get Free Pass From U.S. Military, Report Says". The New York Times. Retrieved January 23, 2018.
  2. "Boys in Afghanistan Sold Into Prostitution, Sexual Slavery", Digital Journal, Nov 20, 2007
  3. ୩.୦ ୩.୧ Qobil, Rustam (September 7, 2010). "The sexually abused dancing boys of Afghanistan". BBC News. Retrieved 9 May 2016. I'm at a wedding party in a remote village in northern Afghanistan.
  4. "Bacha bazi in Northern Afghanistan (Mazar-e-sharif) Shamali culture". bhojpurinama.com. Archived from the original on 2014-08-26.
  5. ୫.୦ ୫.୧ Mondloch, Chris (Oct 28, 2013). "Bacha Bazi: An Afghan Tragedy". Foreign Policy Magazine. Retrieved Apr 23, 2015.
  6. Brinkley, Joel (29 August 2010). "Afghanistan's dirty little secret". Retrieved 9 May 2016.
  7. Ghaith Abdul-Ahad. "The dancing boys of Afghanistan". the Guardian.
  8. "Transcript". ec2-107-21-207-21.compute-1.amazonaws.com. Archived from the original on 2014-12-14.
  9. Roshni Kapur, The Diplomat. "Bacha Bazi: The Tragedy of Afghanistan's Dancing Boys". The Diplomat.
  10. "Afghan boy dancers sexually abused by former warlords". Reuters. 2007-11-18. Retrieved April 30, 2015.
  11. ୧୧.୦ ୧୧.୧ Arni Snaevarr. "The dancing boys of Afghanistan". United Nations Regional Information Centre for Western Europe (UNRIC). Archived from the original on 2019-04-08. Retrieved 2020-11-26.
  12. Quraishi, Najibullah Uncovering the world of "bacha bazi" at The New York Times April 20, 2010
  13. Bannerman, Mark The Warlord's Tune: Afghanistan's war on children at Australian Broadcasting Corporation February 22, 2010
  14. Goldstein, Joseph (2015-09-20). "U.S. Soldiers Told to Ignore Sexual Abuse of Boys by Afghan Allies". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2018-01-24.
  15. Londoño, Ernesto. "Afghanistan sees rise in 'dancing boys' exploitation". Washington Post. Washington Post. Retrieved 24 September 2015.
  16. ୧୬.୦ ୧୬.୧ ୧୬.୨ "Bacha bazi: the scandal of Afghanistan's abused boys". The Week. 29 January 2020. Retrieved 16 April 2020.
  17. "Afghanistan must end the practice of bacha bazi, the sexual abuse of boys". European Interest. 25 December 2019. Retrieved 16 April 2020.
  18. "Bacha bazi: Afghanistan's darkest secret". Human Rights and discrimination (in ଆମେରିକୀୟ ଇଂରାଜୀ). Archived from the original on 2021-08-22. Retrieved 2019-05-01.
  19. "True Stories: The Dancing Boys of Afghanistan" Archived 2010-08-31 at the Wayback Machine., 29 March 2010
  20. "The Dancing Boys of Afghanistan", PBS Frontline TV documentary, April 20, 2010.
  21. "Amnesty announces 2011 Media Awards winners". Amnesty International UK (AIUK). May 24, 2011. Archived from the original on September 3, 2012. Retrieved January 10, 2013.