ଜାପାନ ସାଗର

ଉଇକିପିଡ଼ିଆ‌ରୁ

ଜାପାନ ସାଗର ହେଉଛି ଜାପାନ ଦ୍ୱୀପପୁଞ୍ଜ, ସାଖାଲିନ୍ ଦ୍ୱୀପ, କୋରିଆ ଉପଦ୍ୱୀପ ଏବଂ ରୁଷିଆ ମୁଖ୍ୟଭାଗ ମଧ୍ୟରେସ୍ଥିତ ଏକ ସମୁଦ୍ର । ଜାପାନ ଦ୍ୱୀପପୁଞ୍ଜ ଏହି ସମୁଦ୍ରକୁ ପ୍ରଶାନ୍ତ ମହାସାଗରରୁ ପୃଥକ କରେ । ପ୍ରଶାନ୍ତ ମହାସାଗରରୁ ଏହା ସମ୍ପୂର୍ଣ୍ଣ ପୃଥକ ହେବା ହେତୁ ଏହାର ପ୍ରାୟ କୌଣସି ଜୁଆର ନାହିଁ। ଏହି କାରଣରୁ ଏଠାରେ ପ୍ରାଣୀ ବିବିଧତା ଏବଂ ଲୁଣି ଅଂଶ ଖୋଲା ପ୍ରଶାନ୍ତ ମହାସାଗର ତୁଳନାରେ କମ୍ ଅଟେ ।ଏହି ସମୁଦ୍ରରେ କୌଣସି ବଡ଼ ଦ୍ୱୀପ, ଉପସାଗର କିମ୍ବା ଉପଦ୍ୱୀପ ନାହିଁ | ଏହାର ଜଳ ସନ୍ତୁଳନ ପ୍ରାୟତଃ ପଡୋଶୀ ସମୁଦ୍ର ଏବଂ ପ୍ରଶାନ୍ତ ମହାସାଗରରେ ସଂଯୋଗ କରୁଥିବା ପ୍ରଣଳୀ ମାଧ୍ୟମରେ ପ୍ରବାହଦ୍ୱାରା ନିୟନ୍ତ୍ରିତ ହୁଏ । ଅଳ୍ପ କିଛି ନଦୀ ଏହି ସମୁଦ୍ରରେ ମିଶିଛନ୍ତି ଏବଂ ଜଳ ବିନିମୟରେ ସେମାନଙ୍କର ମୋଟ ଅବଦାନ ୧% ମଧ୍ୟରେ [୧]

ତେଣୁ, ମତ୍ସ୍ୟୌତ୍ପାଦନ ହେଉଛି ଏହି ସମୁଦ୍ରର ମୁଖ୍ୟ ଆର୍ଥିକ କାର୍ଯ୍ୟକଳାପ | ପୂର୍ବ ଏସୀୟ ଅର୍ଥନୀତିର ଅଭିବୃଦ୍ଧି ହେତୁ ବଣିଜ୍ୟ ପରିବହନ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ଭୂଗୋଳ[ସମ୍ପାଦନା]

ଜାପାନ ସାଗର ମାନଚିତ୍ର

ଜାପାନ ସାଗର ଉତ୍ତରରେ ରୁଷର ଦକ୍ଷିଣ-ପୂର୍ବ ଉପକୁଳ ଏବଂ ସାଖାଲିନ୍ ଦ୍ୱୀପ, ପଶ୍ଚିମରେ କୋରିଆ ଉପଦ୍ୱୀପ ଏବଂ ପୂର୍ବ ଏବଂ ଦକ୍ଷିଣରେ ଜାପାନର ହୋକ୍କାଇଡୋ, ହୋନ୍ସୁ ଏବଂ କ୍ୟୁଶୋଦ୍ୱାରା ସୀମାବଦ୍ଧ । ଏହା ଅନ୍ୟ ସମୁଦ୍ର ସହିତ ପାଞ୍ଚଟି ପ୍ରଣାଳୀଦ୍ୱାରା ସଂଯୁକ୍ତ: ଏସୀୟ ମୁଖ୍ୟ ଭୂମି ଏବଂ ସାଖାଲିନ୍ ମଧ୍ୟରେ ଟାଟାରୀ ପ୍ରଣାଳୀ; ସାଖାଲିନ୍ ଏବଂ ହୋକ୍କାଇଡୋ ମଧ୍ୟରେ ଲା ପେରୁସ୍ ପ୍ରଣାଳୀ; ହୋକ୍କାଇଡୋ ଏବଂ ହୋନ୍ସୁ ମଧ୍ୟରେ ସୁଗରୁ ପ୍ରଣାଳୀ; ହୋନ୍ସୁ ଏବଂ କ୍ୟୁଶୋ ମଧ୍ୟରେ କାନମନ୍ ପ୍ରଣାଳୀ; ଏବଂ କୋରିଆ ଉପଦ୍ୱୀପ ଏବଂ କ୍ୟୁଶୋ ମଧ୍ୟରେ କୋରିଆ ପ୍ରଣାଳୀ ।

ସମୁଦ୍ରର କ୍ଷେତ୍ରଫଳ ପ୍ରାୟ ୯୭୮,୦୦୦ ବର୍ଗ କିଲୋମିଟର (୩୭୮,୦୦୦ ବର୍ଗ ମାଇଲ), ହାରାହାରି ଗଭୀରତା ୧,୭୫୨ ମିଟର (୫,୭୪୮ ଫୁଟ) ଏବଂ ସର୍ବାଧିକ ଗଭୀରତା ୩,୭୪୨ ମିଟର (୧୨,୨୭୭ ଫୁଟ) । ଏହାର ଆକୃତି ଏକ ଗାଜର ପରି ଏବଂ ଏହାର ମୁଖ୍ୟ ଅକ୍ଷ ଦକ୍ଷିଣ-ପଶ୍ଚିମରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ଏବଂ ଏକ ପ୍ରଶସ୍ତ ଦକ୍ଷିଣ ଅଂଶ ଉତ୍ତର ଆଡକୁ ସଂକୀର୍ଣ୍ଣ | ଉପକୂଳର ଦୈର୍ଘ୍ୟ ପ୍ରାୟ ୭,୬୦୦ କିଲୋମିଟର (୪,୭୦୦ ମାଇଲ) ସହିତ ବୃହତ ଅଂଶ (୩,୨୪୦ କିଲୋମିଟର କିମ୍ବା ୨,୦୧୦ ମାଇଲ) ରୁଷର ଅଟେ | ସମୁଦ୍ର ଉତ୍ତରରୁ ଦକ୍ଷିଣକୁ ୨,୨୫୫ କିଲୋମିଟର (୧,୪୦୧ ମାଇଲ)ରୁ ଅଧିକ ବ୍ୟାପିଛି ଏବଂ ଏହାର ସର୍ବାଧିକ ପ୍ରସ୍ତ ପ୍ରାୟ ୧,୦୭୦ କିଲୋମିଟର (୬୬୦ ମାଇଲ) ।[୧]

ସମୁଦ୍ରରେ କୌଣସି ବଡ଼ ଦ୍ୱୀପ ନାହିଁ । ଦକ୍ଷିଣ କୋରିଆର ଉଲ୍ଲେଉଙ୍ଗୋ ବ୍ୟତୀତ ଅଧିକାଂଶ ଛୋଟ ଛୋଟ ପୂର୍ବ ଉପକୂଳ ନିକଟରେ ସ୍ଥିତ| ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପପୁଞ୍ଜ ହେଉଛି ମୋନେରନ୍, ରେବୁନ୍, ରିଷିରି, ଓକୁଶିରି, ଇଶିମା, ସାଡୋ, ଓକିନୋସିମା, ଉଲେଙ୍ଗଡୋ, ଆସ୍କୋଲ୍ଡ, ରସ୍କି ଏବଂ ପୁଟିଟିନ୍ । ଏହାର ଉପକୂଳଗୁଡ଼ିକ ଅପେକ୍ଷାକୃତ ସରଳ ।

ଏଠରେସ୍ଥିତ ବଡ଼ ଉପସାଗର ମଧ୍ୟରେ ହେଉଛି ପିଟର ଦି ଗ୍ରେଟ୍ ଉପସାଗର , ସୋଭେଟସ୍କାୟା ଗାଭାନ୍; ଭ୍ଲାଡିମିରା ଉପସାଗର , ଓଲଗା; ପୋଜିଟ୍ ଉପସାଗର ; ଉତ୍ତର କୋରିଆରେ ପୂର୍ବ କୋରିଆ ଉପସାଗର ; ଏବଂ ଇଶିକାରୀ ଉପସାଗର ଅନ୍ୟତମ ।[୨]

ଜଳବାୟୁ[ସମ୍ପାଦନା]

ଜାପାନ ସାଗରର ଜଳବାୟୁ ଉଷ୍ମ ଜଳ ଏବଂ ମୋୖସୁମୀଦ୍ୱାରା ପ୍ରଭାବିତ ହୁଏ । ଏହା ପ୍ରଭାବରେ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଶକ୍ତିଶାଳୀ (୧୨-୧୫ ମି / ସେକେଣ୍ଡ୍ (୩୯–୪୯ ଫୁଟ / ସେକେଣ୍ଡ୍) କିମ୍ବା ଅଧିକ) ବେଗରେ ଉତ୍ତର-ପଶ୍ଚିମ ମୋୖସୁମୀ ପବନ ଥଣ୍ଡା ଏବଂ ଶୁଷ୍କ ବାୟୁ ଆଣିଥାଏ । ଏହି ମୋୖସୁମୀ ବାୟୁ ସମୁଦ୍ରର ବାଷ୍ପୀକରଣ ଦକ୍ଷିଣ ଦିଗକୁ ଗତି କରି ଜାପାନର ପାର୍ବତ୍ୟ ପଶ୍ଚିମ ଉପକୂଳରେ ତୁଷାରପାତ କରେ । ଏହି ଶୀତ ଦିନିଆ ମୋୖସୁମୀ ଟାଇଫୁନ୍ ଏବଂ ଝଡ଼ ସୃଷ୍ଠି କରେ ଯାହା ଜାପାନର ପଶ୍ଚିମ ଉପକୂଳକୁ ପ୍ରଭାବିତ କରିଥାଏ । ସବୁଠାରୁ ଶୀତ ମାସ ଜାନୁଆରୀ ଓ ଫେବୃଆରି , ଏହି ସମୟରେ ହାରାହାରି ବାୟୁ ତାପମାତ୍ରା ଉତ୍ତରରେ −୨୦° C (−୪° F) ଏବଂ ଦକ୍ଷିଣରେ ୫° C (୪୧° F) ରହିଥାଏ ।[୨]

ଜୈବମଣ୍ଡଳ[ସମ୍ପାଦନା]

ଜାପାନ ସାଗରରେ ସିଲ୍

ଜାପାନ ସାଗରର ଦ୍ରବୀଭୂତ ଅମ୍ଳଜାନର ପରିମାଣ ଅଧିକ ଓ ଏହା ସାମୁଦ୍ରିକ ପ୍ରାଣୀ ଓ ଉଦ୍ଭିଦମନଙ୍କ ପାଇଁ ଅନୁକୁଳ। ସେଠାରେ ୮୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦ ଏବଂ ୩୫୦୦ରୁ ଅଧିକ ପ୍ରାଣୀ ପ୍ରଜାତି ଦେଖାଯାଆନ୍ତି। ପ୍ରାଣୀମାନଙ୍କ ମଧ୍ୟରେ ୯୦୦ରୁ ଅଧିକ ପ୍ରଜାତିର କଙ୍କଡା ଜାତୀୟ, ପ୍ରାୟ ୧୦୦୦ ମାଛ ଏବଂ ୨୬ ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି। । ଏଠରେ ଦେଖା ଯାଉଥିବା ମାଛ ଭିତରେ ମାକେରେଲ୍, ସାର୍ଡିନ୍, ଆଞ୍ଚୋଭି, ହେରିଙ୍ଗ୍, ସମୁଦ୍ର ବ୍ରିମ୍, ସ୍କ୍ୱିଡ୍ ଏବଂ ବିଭିନ୍ନ ପ୍ରଜାତିର ସାଲମନ ଏବଂ ଟ୍ରାଉଟ୍ ଅନ୍ତର୍ଭୁକ୍ତ ; ସ୍ତନ୍ୟପାୟୀ ପ୍ରାଣୀଗୁଡିକ ମଧ୍ୟରେ ସିଲ୍ ଏବଂ ତିମି ଅନ୍ୟତମ । ସମୁଦ୍ରକୁ ପ୍ରଶାନ୍ତ ମହାସାଗର ସହିତ ସଂଯୋଗ କରୁଥିବା ପ୍ରଣାଳୀଗୁଡ଼ିକ ଅଗଭୀର ଥିବ ହେତୁ ଜାପାନ ସାଗରରେ ଗଭୀର ଜଳ ପ୍ରାଣୀ ଦେଖା ଯାଆନ୍ତି ନାହିଁ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Sea of Japan - sea, Pacific Ocean". Encyclopedia Britannica. Retrieved 2020-11-19.
  2. ୨.୦ ୨.୧ ୨.୨ Chang, K.I.; Zhang, C.I.; Park, C.; Kang, D.J.; Ju, S.J.; Lee, S.H.; Wimbush, M. (2015). Oceanography of the East Sea (Japan Sea). Springer International Publishing. ISBN 978-3-319-22720-7. Retrieved 2020-11-19.