ଆଖି ଆଲମଗିର

ଉଇକିପିଡ଼ିଆ‌ରୁ
ଆଖି ଆଲମଗିର
୨୦୧୯ରେ ଆଲମଗିର
Born (1974-01-07) ୭ ଜାନୁଆରୀ ୧୯୭୪ (ବୟସ ୫୦)
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ, କଣ୍ଠଶିଳ୍ପୀ
Parent
  • ଆଲମଗିର (father)

ଆଖି ଆଲମଗିର (ଜନ୍ମ: ୭ ଜାନୁଆରୀ ୧୯୭୪) ଜଣେ ବାଂଲାଦେଶୀ ଗାୟକ ତଥା ଅଭିନେତ୍ରୀ ।[୧] ସେ ୧୯୮୪ ମସିହାରେ ଭାଟ୍ ଦେ ନାମକ ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ, ଯାହାର ଅଭିନୟ ପାଇଁ ତାଙ୍କୁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୨] ଏବଂ ୨୦୧୮ରେ ଏକ୍ଟି ସିନେମା ଗୋଲପୋ ନାମକ ବଙ୍ଗଳାଦେଶୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ପୁରସ୍କାର ମିଳିଥିଲା[୩] ୨୦୧୬ ମସିହା ସୁଦ୍ଧା ତାଙ୍କର ୧୮ଟି ଆଲ୍‌ବମ୍ ଗୀତ ମୁକ୍ତିଲାଭ କରିଥିଲା ।[୪] ସେ ବାଂଲାଦେଶୀ ଅଭିନେତା ତଥା ନିର୍ଦ୍ଦେଶକ ଆଲାମଗିରଙ୍କ ଝିଅ ।[୫]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଆଖି ୧୯୭୪ ମସିହାର ଜାନୁଆରୀ ମାସ ୭ ତାରିଖରେ ବାଂଲାଦେଶଢାକାଠାରେ ଜନ୍ମଗ୍ରହଣ କରିଥିଲେ ।[୬] ତାଙ୍କ ପିତା ଆଲମଗିର ଜଣେ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା ଏବଂ ତାଙ୍କ ମାତା ଖୋଶନୋର ଆଲମଗିର ଜଣେ ଗୀତିକାର । ଖୋଶନୋରଙ୍କୁ ଛାଡ଼ପତ୍ର ଦେବା ପରେ ତାଙ୍କ ପିତା ୧୯୯୯ ମସିହାରେ ସଂଗୀତଜ୍ଞ ରୁନା ଲାୟଲାଙ୍କୁ ବିବାହ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୮୪ ମସିହାରେ ଅମଜାଦ ହୋସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଭଟ ଦେରେ ଆଖି ଜଣେ ଶିଶୁ କଳାକାରେ ଭାବରେ ଅଭିନୟ କରିଥିଲେ । ସେହି ବର୍ଷ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ସେ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହାପରେ ଆଖି ୧୯୯୪ ମସିହାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଲେ ଏକ ଚଳଚ୍ଚିତ୍ର ରେବେଲ ବ୍ରାଇଡ୍‌ରେ ଅଭିନୟ କରିଥିଲେ ।

ଆଲମଗିର୍ ୧୯୯୪ ମସିହାରେ ଜଣେ କଣ୍ଠଶିଳ୍ପୀ ଭାବରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୭] ୧୯୯୬ ମସିହାରେ, ସେ ସତ୍ୟ ମର୍ଟୁନେ ଚଳଚ୍ଚିତ୍ର ପାଇଁ ଆଲାଉଦ୍ଦିନ ଅଲ୍ଲୀଙ୍କର ଏକ ଗୀତ ଗାଇଥିଲେ ।[୬] ୧୯୯୭ ମସିହାରେ ତାଙ୍କର ପ୍ରଥମ ଆଲ୍‌ବମ୍ ମୁକ୍ତିଲାଭ କରିଥିଲା ଏବଂ ୧୯୯୮ ମସିହାରେ ତାଙ୍କର ୨ୟ ଆଲ୍‌ବମ୍ ବିଶେର୍ କଥା ମୁକ୍ତିଲାଭ କରିଥିଲା ।[୭]

ସେ ଏକ ବଙ୍ଗଳାଦେଶୀ ଦୂରଦର୍ଶନ ରିଆଲିଟି ଶୋ, ପାୱାର୍ ଭଏସ୍‌ର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୧]

ଆଲମଗିର୍ ୨୦୧୦ ମସିହାର ମଧ୍ୟ ଭାଗରେ ଏକ ଟେଲିଭିଜନ୍ ଡ୍ରାମା ସିରିଏଲ୍‌ରେ ଅଭିନୟ କରିଥିଲେ । ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ଏହା ତାଙ୍କର ପ୍ରଥମ ଅଭିନୟ ଥିଲା ।[୮] ୨୦୧୪ ମସିହାରେ ସେଏକ କପ୍ ଚା ନାମକ ବଙ୍ଗାଳାଦେଶୀ ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୯] ତାଙ୍କୁ ଅନେକ କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲେ ବି ସେ ସେତେଟା ଅଧିକ ଅଭିନୟ ପ୍ରତି ଆକୃଷ୍ଟ ନୁହନ୍ତି ।[୭]

ସେ ବିଦ୍ରୋହୀ ବଧୂ, ଶୁଧୁ ତୁମି (୧୯୯୪), କନ୍ୟାଦାନ (୧୯୯୫), ନିର୍ମମ (୧୯୯୬), ସତ୍ୟେର ମୃତ୍ୟୁ ନେଇ (୧୯୯୬), ଟାଇଗାର (୧୯୯୭), ମରଣ କାମଡ଼ (୧୯୯୯), ମା ବାବା ସନ୍ତାନ (୨୦୧୫),  ଏକଟି ସିନେମାର ଗଲ୍ପ (୨୦୧୮) ଆଦି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।

ପୁରସ୍କାର[ସମ୍ପାଦନା]

ଆଖି ଆଲମଗିରଙ୍କୁ ୧୯୮୪ ମସିହାରେ ଶିଶୁ କଳାକାର ଭାବରେ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧୦] ୨୦୧୮ ମସିହାରେ ତାଙ୍କୁ ଅନନ୍ୟା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Shah Alam Shazu (2013-11-01). "Akhi". The Daily Star. Retrieved 2018-08-17.
  2. "জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২)" [List of the winners of National Film Awards (1975-2012)]. Government of Bangladesh (in Bengali). Bangladesh Film Development Corporation. Archived from the original on 2018-12-23. Retrieved 2019-03-25.
  3. "National Film Awards for 2017 and 2018 announced". The Daily Star (in ଇଂରାଜୀ). 2019-11-08. Retrieved 2019-11-14.
  4. ""My ideal weekend would definitely be not working"". The Daily Star (in ଇଂରାଜୀ). 2016-08-19. Retrieved 2018-08-17.
  5. "Runa Laila explores new grounds". The Daily Star (in ଇଂରାଜୀ). 2017-08-02. Retrieved 2018-08-17.
  6. ୬.୦ ୬.୧ "Akhi Alamgir spends birthday with family today". Akhi Alamgir spends birthday with family today | theindependentbd.com. 7 January 2017. Retrieved 4 November 2020.
  7. ୭.୦ ୭.୧ ୭.୨ "A Chat With Akhi Alamgir". The Daily Star (in ଇଂରାଜୀ). 2016-01-09. Retrieved 2018-08-17.
  8. "2010 in Music". The Daily Star (in ଇଂରାଜୀ). 2011-01-06. Retrieved 2018-08-17.
  9. "Release of "Ek Cup Cha" gets underway". The Daily Star (in ଇଂରାଜୀ). 2014-11-18. Retrieved 2018-08-17.
  10. "বিবিসির সাথে গানগল্পঃ শিল্পী আঁখি আলমগীর - BBC Bangla - খবর". www.bbc.com (in Bengali). 18 January 2013. Retrieved 4 November 2020.
  11. ""কলকাতায় অনন্যা পুরস্কার পেলেন আঁখি আলমগীর"" (in Bengali).

ବାହାର ଆଧାର[ସମ୍ପାଦନା]