ଓଉ

ଉଇକିପିଡ଼ିଆ‌ରୁ

ଓଉ
ଓଉ ଗଛ ଓ ଫଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiospermae
ଅଶ୍ରେଣୀକୃତ: Dicotyledonae
ଗଣ: Dilleniales
କୁଳ: Dilleniaceae
ପ୍ରଜାତି: Dillenia
ଜାତି: indica
ବାଇନୋମିଆଲ ନାମ
Dillenia_indica

ଓଉ ( ବୈଜ୍ଞାନିକ ନାମ- ଡିଲେନିଆ ଇଣ୍ଡିକା‌ ) ଏକ ଡିଲେନିଆ ବଂଶର ଏକ ପ୍ରଜାତି | ଏହା ଭାରତ, ଚୀନ ଏବଂ ଏସିଆର ଅନ୍ୟ କ୍ରାନ୍ତିୟ ଅଞ୍ଚଳରେ ଦେଖିବାକୁ ମିଳେ[୨]

ବର୍ଣ୍ଣନା[ସମ୍ପାଦନା]

ଓଉ ଫଳ

ଏହା ଏକ ଚିର ସବୁଜ ମଧ୍ୟମ ଆକାରର ଗଛ ଯାହାର ଉଚ୍ଚତାରେ ୧୫ ମିଟର ପର୍ଯନ୍ତ ବଢିଥାଏ | ପତ୍ରଗୁଡିକ ୧୫-୩୬ ସେମି ଲମ୍ବା,ଶିରା ପ୍ରଶିରା ଯୁକ୍ତ। ଏହାର ଶାଖା ଜାଳକାଠ ହିସାବରେ ବ୍ୟବହୃତ ହୁଏ | ଏହାର ଫୁଲଗୁଡିକର ୧୫–୨୦ ସେମି ବ୍ୟାସ। ପ୍ରତ୍ୟେକ ଫୁଲର ପାଞ୍ଚଟି ଧଳା ପାଖୁଡା ଏବଂ ଅନେକ ହଳଦିଆ ପୁଂକେଶର ଥାଏ | ଏହାର ଗୋଲାକାର ଫଳଗୁଡିକ ବଡ଼, ସବୁଜ-ହଳଦିଆ । ଫଳରେ ଅନେକ ମଞ୍ଜି ଥାଏ ଏବଂ ଏହା ଖାଇବା ଯୋଗ୍ୟ |[୨]

ପରିବେଶ[ସମ୍ପାଦନା]

ଔଉ ଆର୍ଦ୍ର କ୍ରାନ୍ତୀୟ ଅଞ୍ଛଳରେ ଭଲ ବଢିଥାଏ। ଓଉଗଛ ୧୦ ସେମି ଆକାରର କଠିନ ଖାଇବା ଯୋଗ୍ୟ ଫଳ ଧାରଣ କରେ। ଜଙ୍ଗଲ ପରିବେଶରେ ଏହା ବୃହତକାୟ ବନ୍ୟ ତୃଣଭୋଜୀ ପ୍ରାଣୀଙ୍କ (ଯଥା ହାତୀ) ଖାଦ୍ୟ ହୁଏ | ପରିବେଶବିତ୍ ସେକର ଓ ସୁକୁମାରଙ୍କଦ୍ୱାରା ବକ୍ସା ବ୍ୟାଘ୍ର ଅଭୟରଣ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏସୀୟ ହାତୀମାନେ ଓଉ ଫଳ ପ୍ରତି ଆକର୍ଶିତ ହୋଇ ଏହି ବୃକ୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିହନ ବିଛିନ୍ନକାରୀ ଭବେ କାର୍ଯ୍ୟ କରନ୍ତି ।[୩]

ବ୍ୟବହାର[ସମ୍ପାଦନା]

କେତେକ ସଂସ୍କୃତିରେ(ଯଥା- ଓଡ଼ିଆ) ଓଉକୁ ଖଟା ଭାବରେ ବ୍ୟବହାର କରାଯାଏ । [୪]

ସନ୍ଦର୍ଭ[ସମ୍ପାଦନା]

  1. "Plants Profile for Dillenia indica (chulta)". USDA PLANTS. Retrieved 2020-10-12.
  2. ୨.୦ ୨.୧ ୨.୨ "Dillenia indica L. GRIN-Global". npgsweb.ars-grin.gov. Retrieved 2020-10-12.
  3. L. (2020-10-12). "Dillenia indica". Useful Tropical Plants. Retrieved 2020-10-12.
  4. "Dillenia indica". Plants of Southeast Asia. Retrieved 2020-10-12.