ଅଙ୍କିତା ଦାସ
ଦେଖଣା
ଅଙ୍କିତା ଦାସ (ଜନ୍ମ ୧୭ ଜୁଲାଇ ୧୯୯୩) ଜଣେ ଭାରତୀୟ ଟେବୁଲ ଟେନିସ ଖେଳାଳି । ସେ ପଶ୍ଚିମବଙ୍ଗର ସିଲିଗୁଡିଠାରେ ରହନ୍ତି । ଅଙ୍କିତା ୨୦୧୨ ଅଲିମ୍ପିକ ଖେଳରେ ମହିଳା ସିଙ୍ଗଲ୍ସ ଇଭେଣ୍ଟ ପ୍ରତିଯୋଗିତାରେ ଭାଗନେଇଥିଲେ ।
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]ଅଙ୍କିତାଙ୍କ ପିତା ଓ ମାତା ଯଥାକ୍ରମେ ଅସିମ କୁମାର ଦାସ ଓ ସଂଗୀତା ଦାସ ଥିଲେ । ସେ ପଶ୍ଚିମ ବଙ୍ଗର ଦାର୍ଜିଲିଂଠାରେ ୧୭ ଜୁଲାଇ ୧୯୯୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ ସିଲିଗୁଡି କଲେଜରୁ ଡିଗ୍ରୀଶିକ୍ଷା ହାସଲ କରିଥିଲେ ।.[୧]
କ୍ରୀଡ଼ା ଜୀବନୀ
[ସମ୍ପାଦନା]୨୦୧୪ ମସିହା ୭୫ ତମ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତାରେ ଅଙ୍କିତା ଦାସ ମହିଳା ସିଙ୍ଗଲ୍ସ ବିଭାଗରେ ଚମ୍ପିୟାନ ହେଇଥିଲେ । ଏହା ଆଗରୁ ସେ ଅନେକ ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ । [୨]
ଆଧାର
[ସମ୍ପାଦନା]- ↑ "Ankita Das profile". Veethi.com. Retrieved 31 July 2013.
- ↑ "Sanil, Ankita are National champs". Retrieved 30 March 2014.
ବାହାର ଲିଙ୍କ
[ସମ୍ପାଦନା]- Ankita Das bio Archived 2022-10-27 at the Wayback Machine.
- Ankita Das Photo Gallery at Veethi