ନିଓୱାଇଜ ଧୂମକେତୁ

ଉଇକିପିଡ଼ିଆ‌ରୁ
ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରଦ୍ୱାରା ଉଠାଯାଇଥିବା ନିଓୱାଇଜ ଧୂମକେତୁର ଛବିମାନଙ୍କର ସମାହାରରେ ତିଆରି ଭିଡ଼ିଓ

ନିଓୱାଇଜ ଧୂମକେତୁ ବା ଧୂମକେତୁ ସି/୨୦୨୦ ଏଫ୍-୩ ୨୦୨୦ ମସିହା ମାର୍ଚ୍ଚ ୨୭ ତାରିଖରେ ଚିହ୍ନଟ କରାଯାଇଥିବା ଏକ ପ୍ରାୟ ପରବଳୟିକ (Near Parabolic) କକ୍ଷବିଶିଷ୍ଟ ଧୂମକେତୁ ଅଟେ ।[୧] ସେ ସମୟରେ ଏହା ଦୃଶ୍ୟମାତ୍ରା (Visual magnitude) ୧୮ର ଧୂମକେତୁ ଥିଲା ଏବଂ ସୂର୍ଯ୍ୟଠାରୁ ୨ ମହାଜାଗତୀୟ ଏକକ (୩୦୦ ମିଲିୟନ କି.ମି. ବା ୧୯୦ ମିଲିୟନ ମାଇଲ) ଓ ପୃଥିବୀଠାରୁ ୧.୭ ମହାଜାଗତୀୟ ଏକକ (୨୫୦ ମିଲିୟନ କିମି ବା ୧୬୦ ମିଲିୟନ ମାଇଲ) ଦୂରରେ ଥିଲା ।[୨] ନାସାର ନିଓୱାଇଜ ପ୍ରୋଗ୍ରାମଦ୍ୱାରା ଠାବ କରାଯାଇଥିବାରୁ ଏହାର ଅପ୍ରେଲ ୧ ତାରିଖରେ ଏହିପରି ନାମକରଣ କରାଯାଇଥିଲା ।[୩]

୨୦୨୦ ଜୁଲାଇ ମାସ ସୁଦ୍ଧା ଏହା ଖାଲିଆଖିରେ ମଧ୍ୟ ଦେଖାଯାଇପାରୁଥିଲା ।[୪] ୧୯୯୭ ମସିହାର ହେଲ-ବପ ପରେ ଏହି ଧୂମକେତୁଟି ଉତ୍ତରଗୋଲାର୍ଦ୍ଧରେ ଦେଖାଯାଇଥିବା ସବୁଠାରୁ ଉଜ୍ଜ୍ୱଳ ଧୂମକେତୁ ଅଟେ । ଜୁଲାଇ ୨୩ ତାରିଖ ଅନୁସାରେ ଧୂମକେତୁର ଦୃଶ୍ୟ-ମାତ୍ରା ୪.୩ ଥିଲା ।[୫]

ଉତ୍ତରଗୋଲାର୍ଦ୍ଧର ଦର୍ଶକମାନେ ଉତ୍ତର-ପୂର୍ବ ଦିଗବଳୟରେ ସପ୍ତର୍ଷିମଣ୍ଡଳ ନକ୍ଷତ୍ରପୁଞ୍ଜ (Big Dipper)ର ଠିକ ତଳେ ଧୂମକେତୁଟିକୁ ଦେଖିପାରିଥିଲେ ।[୬] ପରିଧ୍ରୁବୀୟ (Circumpolar) ହୋଇଥିବାରୁ ୪୫ତମ ଦ୍ରାଘିମାର ଉତ୍ତରଦିଗରେ ଥିବା ସ୍ଥାନମାନଙ୍କରେ ଜୁଲାଇ ୧୩-୨୨ ତାରିଖରେ ଏହା ରାତିସାରା ଦେଖାଯାଇଥିଲା ।

ଆଧାର[ସମ୍ପାଦନା]

  1. "Comet NEOWISE Sizzles as It Slides by the Sun, Providing a Treat for Observers".
  2. "MPEC 2020-G05 : COMET C/2020 F3 (NEOWISE)". July 13, 2020.
  3. "MPEC 2020-G05 : COMET C/2020 F3 (NEOWISE)". April 1, 2020.
  4. "How to see Comet NEOWISE". July 24, 2020.
  5. "Comet C/2020 F3 (NEOWISE)". Archived from the original on 2020-07-16. Retrieved 2020-07-24.
  6. "How to see Comet NEOWISE". July 24, 2020.