ଉଇକିପିଡ଼ିଆ:ଭିଡିଓୱିକି/ଗାଉଟ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଗାଉଟ (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ଗାଉଟ.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ବାତରକ୍ତ ବା ଗାଉଟ ଏକ ପ୍ରକାର ରୋଗ ଯେଉଁଥିରେ ଏକ ଗଣ୍ଠିରେ ବାରମ୍ବାର ପ୍ରଦାହ ହୋଇ ଲାଲ ଦେଖାଯାଏ, ଗରମ ଲାଗେ ଓ ଫୁଲିଯାଏ । [୧][୨]

ଲକ୍ଷଣ ୧[ସମ୍ପାଦନା]

ଯନ୍ତ୍ରଣା ଦୃତ ଗତିରେ ଆରମ୍ଭ ହୋଇ ୧୨ ଘଣ୍ଟା ମଧ୍ୟରେ ସର୍ବାଧିକ ପରମାଣର ହୋଇଯାଏ । [୩] ପ୍ରାୟ ଅର୍ଦ୍ଧକ ସଂଖ୍ୟକ ରୋଗୀଙ୍କର ପାଦ ବୃଦ୍ଧାଙ୍ଗୁଳିର ମେଟାଟାର୍ସୋଫାଲାଞ୍ଜିଆଲ ଗଣ୍ଠିରେ ଏହି ରୋଗ ଦେଖାଯାଏ । [୪]

ଲକ୍ଷଣ ୨[ସମ୍ପାଦନା]

ଏହି ରୋଗ ଯୋଗୁ ଟୋଫସ, ବୃକ୍‌କ ପଥର ବା ୟୁରେଟ ନେଫ୍ରୋପାଥି ହୋଇପାରେ । [୩]

କାରଣ ୧[ସମ୍ପାଦନା]

ରକ୍ତରେ ଅନବରତ ଅଧିକ ୟୁରିକ ଏସିଡ ପରିମାଣ ରହିଲେ ଗାଉଟ ରୋଗ ହୁଏ । [୩][୨]

କାରଣ ୨[ସମ୍ପାଦନା]

ଖାଦ୍ୟ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ବଂଶାନୁକ୍ରମିକ କାରଣ ଯୋଗୁ ଏହି ରୋଗ ହୁଏ । [୩][୨] ମାତ୍ରାଧିକ ୟୁରିକ ଏସିଡ ହେଲେ ସ୍ଫଟିକ ବା କ୍ରିସ୍ଟାଲରେ ପରିଣତ ହୋଇ ଗଣ୍ଠି, ପେଶୀ ରଜ୍ଜୁ ଓ ଚତୁର୍ଦ୍ଦିଗରେ ଥିବା ତନ୍ତୁମାନଙ୍କରେ ଜମିଯାଏ । [୩]

କାରଣ ୩[ସମ୍ପାଦନା]

ନିୟମିତ ମାଂସ ବା ସମୁଦ୍ରି ମାଛ ସେବନ, ବିୟର ପାନ ବା ଅଧିକ ଓଜନ ହୋଇଥିଲେ ସାଧାରଣତଃ ଗାଉଟ ରୋଗ ହୁଏ । [୩][୫]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ପ୍ରଭାବିତ ଗଣ୍ଠିର ସାଇନୋଭିଆଲ ତରଳ ପଦାର୍ଥରେ ବା ଗଣ୍ଠି ବାହାରେ ଥିବା ଟୋଫସରେ କ୍ରିସ୍ଟାଲ ମିଳିଲେ ରୋଗ ଥିବା ନିଶ୍ଚିତ ହୁଏ ।[୩] ରୋଗ ହେଉଥିବା ସମୟରେ ୟୁରିକ ଏସିଡ ସ୍ତର ସାଧାରଣ ଥାଏ । [୩]

ଚିକିତ୍ସା[ସମ୍ପାଦନା]

କଲଚିସିନ, ସ୍ଟିରଏଡ ବା ଏନଏସଏଆଇଡି ଔଷଧ ଦେଇ ଚିକିତ୍ସା କଲେ ଲକ୍ଷଣ ଉପଶମ ହୁଏ । [୩][୨][୬]

ପ୍ରତିଷେଧ[ସମ୍ପାଦନା]

ତୀବ୍ର ଲକ୍ଷଣମାନ ଥରେ କମିଗଲେ ଆଲୋପ୍ୟୁରିନଲ ଔଷଧ ଦେଇ ବା ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ କରି ୟୁରିକ ଏସିଡ ସ୍ତର କମେଇବା ସମ୍ଭବ ହୁଏ । [୩] ଅଧିକ ସ୍ୱଳ୍ପ ଚର୍ବି-ଯୁକ୍ତ ଦୁଗ୍ଧ ଉତ୍ପାଦ ଓ ଜୀବସାର ଗ ଖାଇଲେ ଏହାର ପ୍ରତିଷେଧ ମଧ୍ୟ ସମ୍ଭବ ହୁଏ ।[୭]

ରୋଗାନୁଶୀଳନ ୧[ସମ୍ପାଦନା]

ଏହି ରୋଗରେ ଜୀବନରେ କେତେବେଳେ ନା କେତେବେଳେ ପଶ୍ଚିମ ପୃଥିବୀର ୧ରୁ୨% ଜନସଂଖ୍ୟା ଆକ୍ରାନ୍ତ ହୁଅନ୍ତି । [୩] ଏବେକାର ଦଶକମାନଙ୍କରେ ଏହି ରୋଗ ଅଧିକ ସାଧାରଣ ହୋଇଯାଇଛି । [୩]

ରୋଗାନୁଶୀଳନ ୨[ସମ୍ପାଦନା]

ବୟସ୍କ ପୁରୁଷମାନେ ଏ ରୋଗରେ ସାଧାରଣତଃ ଅଧିକ ଆକ୍ରାନ୍ତ ହୁଅନ୍ତି । [୩]

ଇତିହାସ[ସମ୍ପାଦନା]

ଗାଉଟ ରୋଗ ଇତିହାସରେ ରାଜାଙ୍କ ରୋଗ ବା ଧନୀ ଲୋକଙ୍କ ରୋଗ ଭାବରେ ଜଣାଶୁଣା ଥିଲା ।[୩][୮] ଅତି କମ୍‌ରେ ପୁରାତନ ମିଶର ଦେଶରେ ଏହି ରୋଗ ଚିହ୍ନଟ ହୋଇଥିଲା ।[୩]

ପ୍ରସ୍ତୁତକର୍ତ୍ତା[ସମ୍ପାଦନା]

ସ୍କ୍ରିପ୍ଟ ଲେଖକ, ଶବ୍ଦ ପ୍ରେରଣ ଓ ଅପଲୋଡ କରିଛନ୍ତି ସୁବାସ ଚନ୍ଦ୍ର ରାଉତ

  1. Chen LX, Schumacher HR (October 2008). "Gout: an evidence-based review". J Clin Rheumatol. 14 (5 Suppl): S55–62. doi:10.1097/RHU.0b013e3181896921. PMID 18830092.
  2. ୨.୦ ୨.୧ ୨.୨ ୨.୩ Hui, M; Carr, A; Cameron, S; Davenport, G; Doherty, M; Forrester, H; Jenkins, W; Jordan, KM; Mallen, CD; McDonald, TM; Nuki, G; Pywell, A; Zhang, W; Roddy, E; British Society for Rheumatology Standards, Audit and Guidelines Working, Group. (26 May 2017). "The British Society for Rheumatology Guideline for the Management of Gout". Rheumatology (Oxford, England). 56 (7): e1–e20. doi:10.1093/rheumatology/kex156. PMID 28549177.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Richette P, Bardin T (January 2010). "Gout". Lancet. 375 (9711): 318–28. doi:10.1016/S0140-6736(09)60883-7. PMID 19692116.
  4. Schlesinger N (March 2010). "Diagnosing and treating gout: a review to aid primary care physicians". Postgrad Med. 122 (2): 157–61. doi:10.3810/pgm.2010.03.2133. PMID 20203467.
  5. Beyl Jr, R. N.; Hughes, L; Morgan, S (2016). "Update on Importance of Diet in Gout". The American Journal of Medicine. 129 (11): 1153–1158. doi:10.1016/j.amjmed.2016.06.040. PMID 27452679.
  6. Shekelle, P. G; Newberry, S. J; Fitzgerald, J. D; Motala, A; O'Hanlon, C. E; Tariq, A; Okunogbe, A; Han, D; Shanman, R (2017). "Management of Gout: A Systematic Review in Support of an American College of Physicians Clinical Practice Guideline". Annals of Internal Medicine. 166 (1): 37–51. doi:10.7326/M16-0461. PMID 27802478.
  7. "Questions and Answers about Gout". National Institute of Arthritis and Musculoskeletal and Skin Diseases. June 2015. Archived from the original on 15 January 2016. Retrieved 2 February 2016.
  8. "Rich Man's Disease – definition of Rich Man's Disease in the Medical dictionary". Free Online Medical Dictionary, Thesaurus and Encyclopedia.