Topic on ଉଇକିପିଡ଼ିଆ:ଆଲୋଚନା ସଭା

"ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ ଫେସିଲିଟେଟର" ଭାବରେ କାମ ଆରମ୍ଭ କରୁଛି ।

8
Chinmayee (WMF)ଙ୍କ ଲିଖିତ ସାରାଂଶ

କାର୍ଯ୍ୟକାଳ ସମାପ୍ତ ହୋଇଛି ।

Chinmayee (WMF) (ଆଲୋଚନାଅବଦାନ)

ସାଦର ପ୍ରଣାମ,

୨୦୨୦ ମସିହା ଫେବୃଆରୀ ମାସରୁ ମୁଁ ଉଇକିମିଡିଆ ଫାଉଣ୍ଡେସନରେ ଓଡିଆ ଭାଷା ପାଇଁ "ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ ଫେସିଲିଟେଟର" ଭାବରେ କାମ କରିବା ଆରମ୍ଭ କରିଛି । ଏହି ପ୍ରକଳ୍ପରେ ମତେ ୩ ମାସ ପାଇଁ କାମ କରିବାକୁ ପଡିବ । ଏହି ୩ ମାସରେ ମତେ ଓଡିଆ ଉଇକି ଓ ଓଡିଆ ଉଇକିଆଳି ମାନଙ୍କର ଉନ୍ନତ୍ତି ତଥା ସୁବିଧା ପାଇଁ କିଛି ନିୟମ ତିଆରିବା ପାଇଁ କିଛି ଅନୁଶୀଳନ କରିବାକୁ ହେବ । ଏଇ ପ୍ରକ୍ରିୟାରେ ଉଇକିଆଳି ମାନଙ୍କର ନିଜସ୍ଵ ମତାମତକୁ ପ୍ରାଥମିକତା ଦିଆଯିବା ସହ , ଯଦି କେହି ଉଇକିଆଳି ଚାହାନ୍ତି ତାହାଲେ ସେମାନଙ୍କ ପରିଚୟକୁ ଗୋପନୀୟ ଓ ସେମାନଙ୍କ ଦ୍ଵାରା ଦିଆଯାଇଥିବା ସୂଚନା ଗୁଡିକୁ ସୁରକ୍ଷିତ ମଧ୍ୟ ରଖାଯିବ । ଏହି ପ୍ରକଳ୍ପ ବିଷୟରେ ଅଧିକା ଜାଣିବା ପାଇଁ ଏଇଠି Universal Code of Conduct ଦେଖିପାରିବେ । ଏ ନେଇ ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି ।

Psubhashish (ଆଲୋଚନାଅବଦାନ)

ଅନେକ ଶୁଭେଚ୍ଛା ଚିନୁ! UCoC ବାବଦରେ ଅଧିକ ଆଲୋଚନାକୁ ଅପେକ୍ଷା ।

Jnanaranjan sahu (ଆଲୋଚନାଅବଦାନ)

ଅଭିନନ୍ଦନ! ଆମ ଉଇକି ପାଇଁ ଭଲ କଥା ।

ଆମ ଉଇକିରେ କଣ ସବୁ କରିହେବ, କି କି ସାହାଯ୍ୟ କରିପାରିବ, କି କି ସାହାଯ୍ୟ ଦରକାର ସବୁ ଲେଖିଲେ ଭଲ ହେବ । ଓଡ଼ିଆରେ ସଂକ୍ଷିପ୍ତ ଭାବେ ଲେଖିଲେ ଭଲ ହେବ ।

Radhadwibedi (ଆଲୋଚନାଅବଦାନ)

ବ‌ହୁତ ଖୁ୍ସିର ଖବର । ଆମ ସମସ୍ତଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ।

Chinmayee (WMF) (ଆଲୋଚନାଅବଦାନ)

ଆପଣମାନଙ୍କ ଅଭିନନ୍ଦନ ପାଇଁ ଅନେକ ଅନେକ ଧନ୍ୟବାଦ । ମୋ ପାଇଁ ମଧ୍ୟ ଏହା ବହୁତ ଖୁସିର କଥା ଯେ ମୁଁ ଉଇକି ପ୍ରକଳ୍ପ ଗୁଡିକ ପାଇଁ କିଛି କାମ କରିପାରିବି ।

Soumendrak (ଆଲୋଚନାଅବଦାନ)

ଅନେକ ଅନେକ ଶୁଭେଚ୍ଛା

Aliva Sahoo (ଆଲୋଚନାଅବଦାନ)

ମୁଁ ଏହି ପ୍ରସ୍ତାବକୁ ସମର୍ଥନ କରୁଛି । ଏହା ଆମ ଉଇକିଆଳି ମାନଙ୍କ ପାଇଁ ବହୁ ଭଲ ହେବ । ମୁଁ ଏଥିରେ ସାହାଯ୍ୟ କରିବା ପାଇଁ ଇଚ୍ଛୁକ ଅଛି ।

Chinmayee (WMF) (ଆଲୋଚନାଅବଦାନ)

ସାଦର ପ୍ରଣାମ, ୨୦୨୦ ମସିହା ଫେବୃଆରୀ ମାସରୁ ମୁଁ ଉଇକିମିଡିଆ ଫାଉଣ୍ଡେସନରେ ଓଡିଆ ଭାଷା ପାଇଁ "ୟୁନିଭର୍ସାଲ କୋଡ ଓଫ କଣ୍ଡକ୍ଟ ଫେସିଲିଟେଟର" ଭାବରେ କାମ କରିବା ଆରମ୍ଭ କରିଥିଲି । ଏହି ପ୍ରକଳ୍ପରେ ମୋର ୩ ମାସର କାର୍ଯ୍ୟକାଳ ବର୍ତ୍ତମାନ ଶେଷ ହୋଇଛି । ଆପଣମାନଙ୍କ ଆଦର ଓ ସହଯୋଗ ପାଇଁ ସଭିଙ୍କୁ ଧନ୍ୟବାଦ ଜଣାଇ ଏହି ପ୍ରକଳ୍ପରୁ ବିଦାୟ ନେଉଛି ।