କେଟ ମିଲେଟ

ଉଇକିପିଡ଼ିଆ‌ରୁ
କେଟ ମିଲେଟ
Kate Millett in 1970
Born
Katherine Murray Millett

(1934-09-14)ସେପ୍ଟେମ୍ବର ୧୪, ୧୯୩୪
Died୬ ସେପ୍ଟେମ୍ବର ୨୦୧୭(2017-09-06) (ବୟସ ୮୨)
Paris, France
Occupation(s)Feminist writer, artist, activist
Known forPatriarchy seen as a social phenomenon
Spouses
  • Fumio Yoshimura (1965–85; divorced)
  • Sophie Keir (?–2017)
ଶିକ୍ଷାବିଦ୍ ପୃଷ୍ଠଭୂମି
ଶିକ୍ଷାନୁଷ୍ଠାନUniversity of Minnesota, Twin Cities (BA)
St Hilda's College, Oxford (MA)
Columbia University (PhD)
ପ୍ରଭାବSimone de Beauvoir
Academic work
Notable worksSexual Politics

କାଥେରାଇନ ମରେ ମିଲେଟ ବା କେଟ ମିଲେଟ (ଇଂରାଜୀ ଭାଷାରେ Katherine Murray Millett (September 14, 1934 – September 6, 2017)) ଆମେରିକାର ଜଣେ ମହିଳାବାଦୀ ଲେଖିକା, ଶିକ୍ଷାବିତ୍, ଚିତ୍ରକର ଓ କର୍ମୀ ଥିଲେ । ସେଣ୍ଟ ହିଲଡା କଲେଜ, ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ବିଦ୍ୟାଲାଭ କରି ପ୍ରଥମ ଆମେରିକୀୟ ମହିଳା ଭାବରେ ପ୍ରଥମ ଶ୍ରେଣୀରେ ସମ୍ମାନ ସ‌ହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ଲିଖିତ ସେକ୍ସୁଆଲ ପଲିଟିକ୍ସ (Sexual Politics (1970)) ବା ଯୌନ ରାଜନୀତି ପୁସ୍ତକ ଯୋଗୁ ସେ ବିଖ୍ୟାତ ଥିଲେ ଓ ଦ୍ୱିତୀୟ-ତରଙ୍ଗ ମହିଳାବାଦୀ ଭାବରେ ତାଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରାଯାଉଥିଲା ।[୧] ସେହି ପୁସ୍ତକ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ତାଙ୍କର ଡିସର୍ଟେସନ ଉପରେ ପର୍ଯ୍ୟବସିତ ଥିଲା । ସାମ୍ବାଦିକା ଲିଜା ଫିଦରସ୍ଟୋନଙ୍କ କଥନାନୁସାରେ ପୂର୍ବରୁ ଅକଳ୍ପନୀୟ ନ୍ୟାୟିକ ଗର୍ଭପାତ, ଉଭ‌ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଅଧିକ ବ୍ୟବସାୟୀକ ସମାନତା ଓ ଯୌନ ସ୍ୱାତନ୍ତ୍ର୍ୟ ବିଷୟ କାଥେରାଇନ ମରେ ମିଲେଟଙ୍କ ପ୍ରଚେଷ୍ଟା ଯୋଗୁ ସମ୍ଭବପର ହୋଇପାରିଲା । [୨]

କେଟ ମିଲେଟଙ୍କ ଯୋଗୁ ମହିଳାବାଦୀ ଆନ୍ଦୋଳନ (feminist), ମାନବ ଅଧିକାର ଆନ୍ଦୋଳନ human rights, ଶାନ୍ତି ଆନ୍ଦୋଳନ peace, ମାନବିକ ଅଧିକାର civil rights ଓ ବିରୋଧୀ-ମାନସିକତା anti-psychiatry ଆନ୍ଦୋଳନ ସମ୍ଭବପର ହୋଇଥିଲା । ତାଙ୍କର ମହିଳା ଅଧିକାର ଓ ମାନସିକ ସ୍ୱାସ୍ଥ୍ୟ ପୁନର୍ଗଠନ ସକ୍ରିୟତା ଓ ଅନେକ ନିଜ ଜୀବନର ସ୍ମରଣରୁ ତାଙ୍କ ନିଜ ଯୌନତା, ମାନସିକ ସ୍ୱାସ୍ଥ୍ୟ ଓ ସମ୍ପର୍କରୁ ସେ ତାଙ୍କ ପୁସ୍ତକ ଲେଖିଥିଲେ । ସନ ୧୯୬୦ ଓ ୧୯୭୦ ଦଶକରେ ସେ ୱାସେଡା ବିଶ୍ୱବିଦ୍ୟାଳୟ (Waseda University), ବ୍ରିନ ମର କଲେଜ (Bryn Mawr College), ବର୍ଣ୍ଣାଡ କଲେଜ (Barnard College)ଓ ବର୍କେଲେରେ ଥିବା କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ (en:University of California, Berkeley) ଶିକ୍ଷା ଦାନ କରିଥିଲେ । ପରବର୍ତ୍ତୀ କାଳରେ ସେ ରାଜନୀତିରେ ନୃଶଂସତା (The Politics of Cruelty (1994)) ଓ ମାତା ମିଲେଟ (Mother Millett (2001)) ବ‌ହି ଲେଖିଥିଲେ । ପ୍ରଥମ ବ‌ହିରେ ଅନେକ ଦେଶରେ ରାଷ୍ଟ୍ରଦ୍ୱାରା କରାଯାଉବା ନୃଶଂସତା ବିଷୟ ଓ ଦ୍ୱିତୀୟ ବ‌ହିରେ ନିଜ ମାଆଙ୍କ ସ‌ହିତ ସମ୍ବନ୍ଧ ବିଷୟରେ ଲେଖିଥିଲେ । ସନ୨୦୧୧ରୁ ୨୦୧୩ ମଧ୍ୟରେ ସେ ୨୪ ତମ ଲାମ୍ବା ଲିଟରାରୀ ଆୱାର୍ଡ଼ (Lambda Pioneer Award for Literature|), ୟୋକୋ ଓନୋ (Yoko Ono's) ସାହସିକ ପୁରସ୍କାର ପାଇଥିଲେ ଓ ନ୍ୟାସନାଲ ମହିଳାଙ୍କ ହଲ ଅଫ ଫେମରେ (National Women's Hall of Fame) ତାଙ୍କ ନାମ ଶାମିଲ ହୋଇଥିଲା ।

ମିଲେଟ ମିନେସୋଟାରେ ଜନ୍ମ ଗ୍ରହଣ କରି ସେହିଠାରେ ବଢ଼ିଥିଲେ ଓ ତାଙ୍କର ଯୁବାବସ୍ଥାରେ ପଫକିପସି, ନିଉୟୋର୍କର (Poughkeepsie) ମାନହାଟାନ ଓ ମହିଳା ଆର୍ଟ ଗ୍ୟାଲେରି ଥିବା ସ୍ଥାନରେ ରହିଥିଲେ ଓ ତାହା ସନ ୨୦୧୨ରେ ମିଲେଟ କଳା କେନ୍ଦ୍ର ଭାବରେ ପରିଚିତ ହେଲା । ମିଲେଟ ଜଣେ ଲେସବିଆନ ଥିଲେ । [୩] ଓ ଯୌନ ରାଜନୀତି ପ୍ରକାଶନ ସମୟରୁ ଲେସବିଆନ ହେଲେ । ସେ ଶିଳ୍ପୀ ଫୁମିଓ ୟୋଶିମୁରାଙ୍କୁ (୧୯୬୫ରୁ ୧୯୮୫) ଓ ପରେ ସୋଫି କେରଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ବିବାହ କରିଥିଲେ ।

ଆଧାର[ସମ୍ପାଦନା]

  1. "Kate Millett". Woman's History Month. Maynard Institute. March 20, 2012. Archived from the original on June 2, 2016. Retrieved October 7, 2014.{{cite web}}: CS1 maint: bot: original URL status unknown (link)
  2. Liza Featherstone (June 10, 2001). "Daughterhood Is Powerful". The Washington Post. Washingtonpost Newsweek Interactive. Archived from the original on November 14, 2014. Retrieved September 14, 2014 – via HighBeam Research.
  3. Sehgal, Parul; Genzlinger, Neil (September 6, 2017). "Kate Millett, Ground-Breaking Feminist Writer, Is Dead at 82". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved September 9, 2017.