ବିଏଲଟି

ଉଇକିପିଡ଼ିଆ‌ରୁ
BLT sandwich
A BLT sandwich on toast
ଅନ୍ୟ ନାମBacon, Lettuce and Tomato
ମୁଖ୍ୟ ଉପାଦାନBacon, lettuce, tomato, bread
ପ୍ରକାର ଭେଦClub sandwich
ଖାଦ୍ୟରୁ ଶକ୍ତି
(per ବଢ଼ା)
352[୧] କିଲୋ କ୍ୟାଲୋରୀ
Nutritional value
(per serving)
Protein16.2[୨] g
Fat34[୨] g
Carbohydrate42.5[୨] g
A BLT sandwich preparation

ବିଏଲଟି ଏକ ପ୍ରକାର ସ୍ୟାଣ୍ଡଉଇଚର ନାମ ଯାହା ତାଙ୍କର ଉପାଦାନମାନଙ୍କର ନାମର ପ୍ରଥମ ଅକ୍ଷରକୁ ନେଇ ନାମକରଣ ହୋଇଛି ଓ ସେଗୁଡ଼ିକର ପ୍ରଥମ ଅକ୍ଷର bacon/ ବାକନ (ଘୁଷରୀ ମାଂସ), lettuce/ ଲେଟ୍ୟୁସ ପତ୍ର, ଓ tomato/ ଟମାଟୋ । ନିଜ ପସନ୍ଦ ଅନୁସାରେ ଏହାର ଉପାଦାନମାନଙ୍କୁ ପରବର୍ତ୍ତନ କରାଯାଇପାରେ । ଏଥିରେ ମାୟୋନେଜ (mayonnaise), ବିଭିନ୍ନ ରକମର ଲେଟ୍ୟୁସ ପତ୍ର ଓ ପାଉଁରୁଟି ବ୍ୟବ‌ହର କରାଯାଇପାରେ । ବାକନ ପରିବର୍ତ୍ତେ ଟର୍କୀ ବାକନ ବା ଟୋଫୁ (tofu ) ଦେଲେ ସ୍ୱାଦ ଉଲ୍ଲେଖନୀୟ ହୋଇପାରେ ।

ସନ ୧୯୦୦ରୁ ସ୍ୟାଣ୍ଡଉଇଚରେ ଅନ୍ୟାନ୍ୟ ଉପାଦାନ ମିଶ୍ରଣ କରିବା ପଦ୍ଧତି ଚାଲିଆସୁଛି କିନ୍ତୁ ତାହା ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ପର୍ଯ୍ୟନ୍ତ ଅତ୍ୟଧିକ ଲୋକପ୍ରିୟତା ଲାଭ କରିପାରିନଥିଲା । ତା ପରେ ସେହି ଉପାଦାନମାନ ପ୍ରଚୁର ପରିମାଣରେ ବର୍ଷସାରା ଉପଲବ୍‌ଧ ହେବାରୁ ତାହା ଲୋକପ୍ରିୟ ହେବାକୁ ଲାଗିଲା । ସନ ୧୯୭୦ ପର୍ଯ୍ୟନ୍ତ ଛୋଟ ନାମରେ ନମିଳି ଏହା ପୁରା ନାମରେ ମିଳୁଥିଲା । ଯୁକ୍ତରାଷ୍ଟ୍ର ଆମେରିକରେ ଏହା ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଓ ସଂଯୁକ୍ତ ରାଷ୍ଟ୍ରରେ ଅତି ପ୍ରିୟ ସ୍ୟାଣ୍ଡଉଇଚ ଯାହା ମିଡିଆ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହାର ବର୍ଣ୍ଣନା କରାଯାଏ ଓ ସୂଚନା ଦିଆଯାଏ ।

ଇତିହାସ[ସମ୍ପାଦନା]

A close-up view of a BLT sandwich

ବିଏଲଟିର ଉପାଦାନମାନ ଅନେକ ବର୍ଷ ଧରି ରହିଥିଲେ ମଧ୍ୟ ସନ ୧୯୦୦ ପୂର୍ବରୁ ବିଏଲଟି ଥିବା ପ୍ରମାଣ ନାହିଁ । ୧୯୦୩ ଦୈନିକ ଘରୋଇ ରନ୍ଧନ ବ‌ହିରେ ଏକ କ୍ଲବ ସ୍ୟାଣ୍ଡଉଇଚ ନିମନ୍ତେ ଡ. ଇଭାନ ମେ ଲେଖିଥିଲେ: ଦୁଇ ଟୁକୁଡ଼ା ପାଉଁରୁଟି ଭିତରେ ବାକନ, ଟମାଟୋ, ଲେଟ୍ୟୁସ, ମାୟୋନେଜ ଓ ଏକ ଟୁକୁଡ଼ା ଟର୍କୀ ମିଶ୍ରଣ ରଖାଯାଏ ।[୩] ଏକ ୧୯୨ରେ ପ୍ରକାଶିତ ପୁସ୍ତକରେ "ସାତ ଶହ ସ୍ୟାଣ୍ଡଉଇଚ"ର ଏକ ଅଧ୍ୟାୟରେ ଏକ ବାକନ ସ୍ୟାଣ୍ଡଉଇଚ ଓ ଆଚାର ଥିବା ଲେଖାଥିଲେ ମଧ୍ୟ ଟମାଟୋ ଥିବା କଥା ଲେଖା ନଥିଲା । [୪]

ପୃଥିବୀ ବିଶ୍ୱ ଯୁଦ୍ଧ ୨ (World War II) ପରେ ବ୍ୟାପକ ଭାବରେ ସୁପରମାର୍କେଟ ଖୋଲାଗଲା ଓ ଏହା ଫଳରେ ବିଏଲଟିର ଉପାଦାନମାନ ବର୍ଷ ସାରା ମିଳିଲା । ସ୍ୟାଣ୍ଡଉଇଚର ସର୍ଟ‌ହ୍ୟାଣ୍ଡ ଭଳି ବାକନ, ଲେଟ୍ୟୁସ ଓ ଟୋମାଟୋ ସ୍ୟାଣ୍ଡଉଇଚ ବଦଳରେ ବିଏଲଟି ନାମଟି ଆମେରିକୀୟ ହୋଟେଲମାନଙ୍କରେ ଲୋକପ୍ରିୟ ହେବାକୁ ଲାଗିଲା କିନ୍ତୁ କେବେ ଏହି ପରିବର୍ତ୍ତନ ଜନସାଧାରଣଙ୍କ ଚେତନାରେ ଜାଗ୍ରତ ହେଲା ତାହା ଜଣାନାହିଁ ।[୫] ଉଦାହରଣ ସ୍ୱରୁପ ସନ ୧୯୫୧ରେ ସଟର ଡେ ଇଭନିଙ୍ଗ ପୋଷ୍ଟରେ ଏହାର ସୂଚନା ଥିଲେ ମଧ୍ୟ ବର୍ଣ୍ଣନାରେ ଲେଖାଥିଲା: "ଗୋଟିଏ ଟ୍ରେ ଉପରେ ଅଣପରିବର୍ତ୍ତିତ ଭାବରେ ଏକ ସୁପ ଗିନା, ଏକ ଟୋଷ୍ଟେଡ ସ୍ୟାଣ୍ଡଉଇଚ ସାଥିରେ ବ୍ୟାକନ, ଲେଟ୍ୟୁସ ଓ ଟମାଟୋ ଏବଂ ଚକୋଲେଟ ମିଲ୍କ ସେକ ରହେ ।" [୬]

ସନ ୧୯୫୪ରେ ପ୍ରକାଶିତ ମଡର୍ଣ୍ଣ ହସପିଟାଲ ନାମକ ପତ୍ରିକାରେ ଏକ ମିଲ୍‌ର ପ୍ରସ୍ତାବ ଥିଲା ଯେଉଁଥିରେ "ବିନ ସୁପ୍, ଟୋଷ୍ଟ ହୋଇଥିବା ବାକନ ଓ ଟମାଟୋ ସ୍ୟାଣ୍ଡଉଇଚ, ଆଚାର, କଦଳି ସାଲାଡ଼ ଜେଲି, କ୍ରିମ ଡ୍ରେସିଙ୍ଗ ଓ ପାଉଣ୍ଡ କେକ କଥା ଲେଖାଥିଲା ।" [୭] ସନ ୧୯୫୮ ସୁଦ୍ଧା ହେଲମାନ ତାଙ୍କର ଉତ୍ପାଦ ବିଷୟରେ ଲେଖିଥିଲେ: "ବାକନ, ଲେଟ୍ୟୁସ ଓ ଟମାଟୋ ସ୍ୟାଣ୍ଡଉଇଚ ପାରମ୍ପରିକ ଭାଗରେ ଥାଏ ।" [୮] ସନ ୧୯୭୦ର ପ୍ରାକ୍‌ କାଳରେ ବିଏଲଟି ବିଷୟରେ ସୂଚନା ମିଳିଥିଲା ।[୯]

ଆଧାର[ସମ୍ପାଦନା]

  1. Bricklin, Mark (1994). Prevention Magazine's Nutrition Advisor: The Ultimate Guide to the Health-Boosting and Health-Harming Factors in Your Diet. Rodale. p. 454. ISBN 0-87596-225-4.
  2. ୨.୦ ୨.୧ ୨.୨ "Sandwich, BLT (5 strips bacon, 2 tbsp mayo) w. 3 oz Bread". Calorie King. CalorieKing Wellness Solutions, Inc. Retrieved 15 June 2018.
  3. Gordon Curtis, Isabel (1903). Good Housekeeping Everyday Cook Book. ISBN 1-58816-210-9.
  4. Cowles, Florence (1928). Seven Hundred Sandwiches. New York: Little, Brown & Company. pp. 31–35.
  5. Mariani, John F. (1999). The Encyclopedia of American Food & Drink. New York: Lebhar Freidman. p. 190.
  6. Martin, Harold H. (27 January 1951). "Lightning Joe, the GI's General". The Saturday Evening Post. 223: 21.
  7. "Modern Hospital - July 1954". Modern Hospital. 83: 122. 1954.
  8. For example, see the version that ran in Life Magazine on 20 October 1958. Hellmann's Mayo Ad. Retrieved 25 March 2013.
  9. Prideaux, Tom (21 August 1970). "A B.L.T. for God – Hold the Mayo". Retrieved 25 March 2013. {{cite journal}}: Cite journal requires |journal= (help)