ଖଜ୍ଜିଆର

ଉଇକିପିଡ଼ିଆ‌ରୁ

ଖଜ୍ଜିଆର ( ହିନ୍ଦୀ ରେ खज्जियार) , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶରେ ଅବସ୍ଥିତ ଏକ ଶୈଳ ନିବାସ । ଚମ୍ବା ଜିଲ୍ଲାରେ ଥିବା ଏହି ସହର ଡେଲହାଉସୀ[୧]ଠାରୁ  ପ୍ରାୟ 24 କିଲୋମିଟର ଦୂରରେ ଅବସ୍ଥିତ ।  

ଖଜ୍ଜିଆର ଏକ ଛୋଟ ପାର୍ବତ୍ୟ ଚଟାଣ ଉପରେ ଅବସ୍ଥିତ । ଏହା ମଧ୍ୟରେ ଏକ ସାନ ହ୍ରଦ ମଧ୍ୟ ରହିଛି । ଏହି ହ୍ରଦକୁ ଏକ ଝରଣା ଦେଇ ଜଳ ପ୍ରବେଶ କରିଥାଏ । ବୁଡୁବୁଦିଆ ଜଙ୍ଗଲ ଓ ଘଞ୍ଚ ଜଙ୍ଗଲରେ ଘେରା ହେଇଥିବା ଏହି ଶୈଳନିବାସ ସମୁଦ୍ରପତ୍ତନଠାରୁ ୬,୫୦୦ ଫୁଟ ଉଛରେ ରହିଛି । ପଶ୍ଚିମ ହିମାଳୟର ଧଉଳାଧାର ପର୍ବତ ଶ୍ରେଣୀର ପାଦ ଦେଶରେ ଥିବା ଏହି ଶୈଳନିବାସ ଅଞ୍ଚଳରୁ ପର୍ବତର ଶିକ୍ଷାର ଦୃଷ୍ଟିଗୋଚର ହୁଏ । ଏଠାରେ ଥିବା ଅରଣ୍ୟକୁ  କାଲାଟପ ଖଜ୍ଜିଆର ଅଭୟାରଣ୍ୟ କୁହାଯାଏ । ଖଜ୍ଜିଆରକୁ ଏକ ବିରଳ ଶୈଳନିବାସ କୁହା ଯାଏ , କାରଣ ଏଠାରେ ସବୁଜିମା ସହିତ ହ୍ରଦ ଓ ପରିବେଶ ମଧ୍ୟ ରହିଛି । 

ଖଜ୍ଜିଆରକୁ ନିକଟତମ ସହର ଡେଲହଉସୀଠାରୁ ରାସ୍ତାରେ ବସ ଯୋଗେ ୧ ଘଣ୍ଟାରେ ପହଞ୍ଚି ହେଇଥାଏ । 

ମିନି ସ୍ୱିଜରର୍ଲାଣ୍ଡ[ସମ୍ପାଦନା]

ହିମାଚଳପ୍ରଦେଶର ସ୍ୱୀଜରଲାଣ୍ଡ 

ଜୁଲାଇ ୭, ୧୯୯୨ରେ ତତ୍କାଳୀନ ସ୍ୱୀଜରଲାଣ୍ଡର ଭାଇସ କାଉନ୍ସିଲର ଓ ଭାରତର ସ୍ୱୀଜରଲାଣ୍ଡର ଦୂତାବାସର ମୁଖ୍ୟ ୱିଲିଟି ॰ ବ୍ଳାଜର ଖଜଯର ଭ୍ରମଣରେ ଆସି ଏହାର ସୌନ୍ଦର୍ଜ୍ୟକୁ ସ୍ୱୀଜରଲାଣ୍ଡ ସହ ତୁଳନା କରିଥିଲେ ଓ ଏହାକୁ 'ମିନି ସ୍ୱୀଜରଲାଣ୍ଡ ' ନାମ ଦେଇଥିଲେ । ସେ ସେଠାରେ ଏକ ବୋର୍ଡ ମଧ୍ୟ ଲଗେଇଥିଲେ ଯହିଁରେ " ଏଠାରୁ ସ୍ୱୀଜରଲାଣ୍ଡର ଦୂରତା ୬୧୯୪ କିଲୋମିଟର ବୋଲି ଲେଖା ଥିଲା । ତାଙ୍କରଦ୍ୱାରା ଖଜ୍ଜିଆର ବିଷୟ ପ୍ରଚାର ହେଲା ପରେ ଖଜ୍ଜିଆର ବିଶ୍ୱ ପର୍ଯ୍ୟଟନ ମେପରେ ଆସିଲା । ସ୍ମାରକୀ ହିସାବରେ ବ୍ଳାଜର ଏଠାରୁ ସିଲାଖଣ୍ଡ ମନ ନେଇଥିଲେ , ଯାହା ଆଜି ଭି ସ୍ୱିସ ପାର୍ଲାମେନ୍ଟ ଭବନ ବାହାରେ ସଜ୍ଜିତ ହେଇ ଅଛି । [୨]

ରହଣି ସୁବିଧା [ସମ୍ପାଦନା]

ଅଗଷ୍ଟ ମାସରେ ଖଜ୍ଜିଆରର ଦୃଶ୍ୟ 
Khajjiar view

ଏଠାରେ ଏକ ହୋଟେଲ ଓ ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗଦ୍ୱାରା ପରିଚାଳିତ କଟେଜ ସବୁ ରହିଛି । ଜଙ୍ଗଲ ଓ PWD ବିଭାଗର ରେସ୍ଟ ହାଉସ ମଧ୍ୟ ରହିଛି । ଆହୁରି କିଛି ହୋଟେଲ ନିର୍ମିତ ହଉଛି ଯାହା ସେ ସ୍ଥାନର ପରିବେଶକୁ ଖାପ ଖାଇ ନ ପରେ । [୨]

ଯାତାୟତ [ସମ୍ପାଦନା]

ଖଜ୍ଜିଆରକୁ ସୀମିତ ବସ ସେବା ଥିଲେ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଭଡାରେ ଗାଡି ଉପଲବ୍ଧ ହୁଏ । [୨]

ମୁଖ୍ୟ ଆକର୍ଷଣ [ସମ୍ପାଦନା]

ହ୍ରଦର ଚତୁର୍ପାର୍ଶ୍ୱରେ ଭ୍ରମଣ , ଘୋଡାରେ ଚଢ଼ି ବୁଲିବା , ଟ୍ରେକିଙ୍ଗ କରିବା ଖଜ୍ଜିଆରର ମୁଖ୍ୟ ଆମୋଦକର କ୍ରୀଡ଼ା । 

ଦଉଲାଧର ପର୍ବତ  ଘଞ୍ଚ ଜଙ୍ଗଲରେ ଭରା ଏହି ପର୍ବତ ତଳେ ଖଜ୍ଜିଆର ଥିବାରୁ ଏହି ପର୍ବତର ମନୋରମ ଦୃଶ୍ୟ  ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ । 

ଖଜ୍ଜିନାଗ ମନ୍ଦିର

ହ୍ରଦରୁ କିଛି ଦୂରରେ ଖାଜ୍ଜି ନଗ ମନ୍ଦିର ରହିଛି । ଏହା ୧୨ ଶ ଶତାବ୍ଦୀରେ ନିର୍ମିତ ହେଇଥିବା ଜଣା ପଡେ । ଏହାର ମଣ୍ଡପରେ ପାଣ୍ଡବ ଓ ପରାଜିତ କୌରବ ମାନଙ୍କ ଛବି ରହିଛି । ନାଗଙ୍କୁ ଅର୍ପିତା ଏହି ମନ୍ଦିରରେ ନାଗ ମୂର୍ତି ମଧ୍ୟ ରହିଛି । 

ଖଜ୍ଜିଆରର ତୃଣଭୂମି 

ଟ୍ରେକିଙ୍ଗ [ସମ୍ପାଦନା]

ପର୍ଯ୍ୟଟକ ମାନଙ୍କ ପାଇଁ ଖଜ୍ଜିଆରରେ ଟ୍ରେକିଙ୍ଗ ସୁବିଧା ଏକ ମୁଖ୍ୟ ଆକର୍ଷଣ । ଖଜ୍ଜିଆରରୁ ଦୟନକୁଣ୍ଡ ଯାଏ ୩.୫ କିଲୋମିଟରର ସହଜରୁ ମଧ୍ୟମ ଧାରଣର ଟ୍ରେକିଙ୍ଗ ରାସ୍ତା ରହିଛି । ସୁନ୍ଦର ପ୍ରକୃତିକ ପରିବେଶ ମଧ୍ୟ ଦେଇ ଏହି ଟ୍ରେକିଙ୍ଗ ରାସ୍ତାରେ ନବାଗତ ଓ ବାଳକମାନେ ମଧ୍ୟ ଟ୍ରେକିଙ୍ଗ କରି ପାରନ୍ତି । [୩]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2014-12-22. Retrieved 2016-10-27. {{cite web}}: Cite has empty unknown parameter: |1= (help)
  2. ୨.୦ ୨.୧ ୨.୨ http://himachaltourism.gov.in/post/khajjiar.aspx
  3. "ଆର୍କାଇଭ୍ କପି". Archived from the original on 2016-06-30. Retrieved 2016-10-27. {{cite web}}: Cite has empty unknown parameter: |1= (help)