ବିଶ୍ୱ ଶୌଚାଳୟ ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ ଶୌଚାଳୟ ଦିବସ (World Toilet Day) ସାରା ବିଶ୍ୱରେ ପ୍ରତିବର୍ଷ ୧୯ ନଭେମ୍ବର ତାରିଖ ଦିନ ପାଳନ କରାଯାଏ । ମିଳିତ ଜାତିସଂଘର ଏକ ତଥ୍ୟ ପ୍ରକାରେ ବିଶ୍ୱର ପ୍ରାୟ ୪୫୦ କୋଟି ଲୋକଙ୍କ ପାଇଁ ଏବେ ବି ପର୍ଯ୍ୟାପ୍ତ ସ୍ୱଚ୍ଛତା ଉପଲବ୍ଧ ନାହିଁ । ଖାଲି ସେତିକି ନୁହେଁ, ସାରା ବିଶ୍ୱର ଯେତେ ଲୋକ ଖୋଲାରେ ଶୌଚ କରନ୍ତି, ତାର ପ୍ରାୟ ଅର୍ଦ୍ଧାଂଶ ଲୋକ ହେଉଛନ୍ତି ଭାରତର । ଫଳସ୍ୱରୂପ, ପର୍ଯ୍ୟାବରଣ ଦୂଷିତ ହେବା ସହ ଲୋକ ବେମାର ହୁଅନ୍ତି ।

ଇତିହାସ[ସମ୍ପାଦନା]

ଭାରତର ୨୦୧୧ ଜନଗଣନା ଅନୁସାରେ ଗାଁ ଗହଳିରେ ୬୭ ପ୍ରତିଶତ ଏବଂ ସହରାଞ୍ଚଳରେ ୧୩ ପ୍ରତିଶତ ଲୋକ ଖୋଲାରେ ଶୌଚ କରନ୍ତି । ଏକ ତଥ୍ୟ ଅନୁସାରେ ଦୁନିଆରେ ବର୍ତ୍ତମାନ ପ୍ରତି ୩ ଜଣ ମହିଳା ମଧ୍ୟରେ ଅନ୍ତତଃ ଜଣେ ସୁରକ୍ଷିତ ଶୌଚାଳୟର ସୁବିଧା ପାଇବାରୁ ବଞ୍ଚିତ । ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଥିବା ମହିଳା କିମ୍ବା ବାଳିକାମାନେ ନିଜର ସମ୍ମାନ ହାନୀ ତଥା ଯୌନ ଅପରାଧର ଶୀକାର ହେବା ଭୟ ରହିଥାଏ । ଏହିସବୁ ସମସ୍ୟାକୁ ଆଖି ଆଗରେ ରଖି ୨୦୧୩ ମସିହାରେ ମିଳିତ ଜାତିସଂଘ "Thematic Priority Area (TPA) on Drinking Water and Basic Sanitation" ମାଧ୍ୟାମରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଶୌଚାଳୟ ଦିବସ ପାଳନ କରିବାକୁ ଏକ ବ୍ରତ ଭାବେ ଗ୍ରହଣ କରିନେଲେ । ମିଳିତ ଜାତିସଂଘର ଘୋଷଣାନାମା ସଂଖ୍ୟା A/67/L.75.ରେ ଏହା ସୁସ୍ପଷ୍ଟ ।[୧]ଏସବୁ ସମସ୍ୟାର ସହଜ ସମାଧାନ ଭାବେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବିଶେଷ ଫଳପ୍ରଦ ହୋଇପାରିଛି ।

ପାଳନ[ସମ୍ପାଦନା]

ବିଶ୍ୱ ସଚେତନତା ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶରେ ଏ ସମ୍ପର୍କିତ କର୍ମଶାଳା, ସଚେତନତା ପଦଯାତ୍ରା, ସଫେଇ କାର୍ଯ୍ୟକ୍ରମ ତଥା ଗଣଦୌଡର ଆୟୋଜନ ହୋଇଥାଏ ।[୨] ଏଭଳି କାର୍ଯ୍ୟକ୍ରମ ସବୁ ସରକାରୀ ସସ୍ଥା ସହ ବେସରକାରୀ ସଂସ୍ଥା ତଥା ସ୍ୱେଚ୍ଛସେବୀ ସଂଗଠନମାନଙ୍କ ମାଧ୍ୟମରେ ହୋଇଥାଏ ।

ଆଧାର[ସମ୍ପାଦନା]

  1. "UN resolution A/67/L.75" (PDF). United Nations. Retrieved 12 August 2018.
  2. "What's the urgency?". The Urgent Run. Retrieved 12 November 2018. {{cite web}}: Cite has empty unknown parameter: |dead-url= (help)

ବାହାର ଆଧାର[ସମ୍ପାଦନା]