ଦ୍ୱାରକେଶ୍ୱର ନଦୀ
ଦେଖଣା
Dwarakeswar River | |
ଦେଶ | India |
---|---|
ରାଜ୍ୟ | West Bengal |
Tributaries | |
- left | Gandheswari River, Kukhra River, Birai River |
- right | Shilabati River |
City | Bankura, Arambag |
Source | Tilboni Hill |
ଦ୍ୱାରକେଶ୍ୱର ନଦୀ (ବଙ୍ଗଳା: দ্বারকেশ্বর নদ) (ଧଲକିସର ନାମରେ ଭି କୁହାଯାଏ ), ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ପଶ୍ଚିମାଞ୍ଚଳରେ ପ୍ରବାହିତ ଏକ ମୁଖ୍ୟ ନଦୀ ।
ଗତିପଥ
[ସମ୍ପାଦନା]ଏହି ନଦୀ ପୁରୁଲିଆ ଜିଲ୍ଲାର ତିଳବୋନୀପାହାଡରୁ ନିର୍ଗତ ହେଇ ବଙ୍କୁରା ଜିଲ୍ଲାକୁ ଛତନା ନିକଟରେ ପ୍ରବେଶ କରେ । ଏହା ଜିଲ୍ଲାର ସମୁଦାଯ ଦୈର୍ଘ୍ୟ ଅତିକ୍ରମ କରି ବର୍ଦ୍ଧମାନ ଜିଲ୍ଲାର ଦକ୍ଷିଣ ପୂର୍ବ ଅଞ୍ଚଳରେ ପ୍ରବେଶ କରେ । ତାହା ପରେ ଏହା ହୁଗୁଳି ଜିଲ୍ଲା ଦେଇ ପ୍ରବାହିତ ହୁଏ । [୧]
ଏହି ନଦୀ ସିଲାଇ ନଦୀ ସହ ଘଟଳଠାରେ ମିଳିତ ହୁଏ ଓ ଉଭୟ ନଦୀ ମିଶି ରୂପନାରାୟନ ନଦୀ ଭାବରେ ପରିଚିତ ହୁଏ । ଏହା ହାୱଡା ଜିଲ୍ଲାରେ ହୁହୁଳି ନଦୀ ସହ ଗଡିଆରା ନାମକ ସ୍ଥାନରେ ମିଳିତ ହୁଏ ।
ବହୁ ପରିମାଣର ପଟୁ ମାଟି ବହନ କରୁଥିବାରୁ ନଦୀର ମୁହାଣ ପୋତି ହେଇ ବର୍ଷା ଦିନ ଏହା କୁଳ ଲଙ୍ଘିଥାଏ ।
ପ୍ରକଳ୍ପ ସମୂହ
[ସମ୍ପାଦନା]ସରକାରଙ୍କଦ୍ୱାରା ଏହି ନଦୀ ଉପରେ ଦ୍ୱାରକେଶ୍ୱରଠାରେ ଏକ ବନ୍ଧ ନିର୍ମାଣ ଯୋଜନା ରହିଛି । ଏଠି ପାଇଁ ପ୍ରକଳ୍ପ ଅନୁଧ୍ୟାନ କାର୍ଯ୍ୟ 2004 ମସିହାରେ କରଯାଇଥିଲା । .[୨]
ଆଧାର
[ସମ୍ପାଦନା]- ↑ Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.
- ↑ Yadav, Jai Prakash Narayan. "Lok Sabha Unstarred Question No. 1670 to be answered on 2004-7-19". Irrigation Schemes. Ministry of Water Resources. Retrieved 2007-02-19.