ବିଶ୍ୱ ଶରଣାର୍ଥୀ ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ ଶରଣାର୍ଥୀ ଦିବସ ପ୍ରତିବର୍ଷ ଜୁନ ମାସ ୨୦ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ । ଶରଣାର୍ଥୀମାନଙ୍କର ସମସ୍ୟା ତଥା ଶରଣାର୍ଥୀମାନଙ୍କୁ ନେଇ ବିଭିନ୍ନ ଦେଶର ସମସ୍ୟା ଉପରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା କରିବା ଏହାର ମୂଳ ଉଦ୍ଦେଶ୍ୟ ।

ଫାଇଲ:VersionOdia.png

ଇତିହାସ[ସମ୍ପାଦନା]

୪ ଡିସେମ୍ବର ୨୦୦୦ ଦିନ ମିଳିତ ଜାତିସଂଘରେ ପାରିତ ସଂକଳ୍ପ ସଂ:୫୫/୭୬ ଅନୁସାରେ ୨୦୦୦ ମସିହାଠାରୁ ଜୁନ ୨୦ ତାରିଖକୁ ପ୍ରତିବର୍ଷ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଉଛି । ୧୯୫୧ରେ ଶରଣାର୍ଥୀ ମାନଙ୍କ ସ୍ଥିତି ସମ୍ବନ୍ଧିତ ସମ୍ମେଳନର ପଚାଶ ବର୍ଷ ପୁରଣ ଯେ ୨୦୦୧ ମସିହାରେ ହେଉଛି ସେକଥା ମିଳିତ ଜାତିସଂଘର ସାଧାରଣ ପରିଷଦରେ ପାରିତ ଉକ୍ତ ସଂକଳ୍ପରେ ଉଲ୍ଲିଖିତ ରହିଲା ।[୧]

୨୦୦୦ ମସିହା ପୂର୍ବରୁ ଆଫ୍ରିକୀ ଶରଣାର୍ଥୀ ଦିବସ ଔପଚାରିକ ଭାବେ ଅନେକ ଦେଶରେ ପାଳିତ ହେଉଥିଲା । ତେବେ ଆଫ୍ରିକୀୟ ଏକତା ଅନୁଷ୍ଠାନ (OAU) ମିଳିତ ଜାତିସଂଘର ପ୍ରସ୍ତାବରେ ରାଜି ହୋଇ ଜୁନ ୨୦ ତାରିଖରେ ବିଶ୍ୱ ଶରଣାର୍ଥୀ ଦିବସ ସହ ଆଫ୍ରିକୀୟ ଶରଣାର୍ଥୀ ଦିବସ ପାଳନ କରି ଆସୁଛନ୍ତି ।

ଆଧାର[ସମ୍ପାଦନା]

  1. "UNTC". www.web.archive.org. 14 November 2012. Archived from the original on 14 November 2012. Retrieved 26 November 2018.

ବାହାର ଆଧାର[ସମ୍ପାଦନା]