ତମାଳିକା କର୍ମାକର

ଉଇକିପିଡ଼ିଆ‌ରୁ
ତମାଳିକା କର୍ମାକର
তমালিকা কর্মকার
At the end of the exhibition of Rarang at Rajshahi College
ରାଜସାହି କଲେଜରେ ତମାଳିକା କର୍ମାକାର
Born (1970-07-02) ୨ ଜୁଲାଇ ୧୯୭୦ (ବୟସ ୫୩)
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ, ମଡେଲ
Years active୧୯୯୨–ଏବେଯାଏଁ
Relativesଚୟନିକା ଚୌଧୁରୀ (ଭଉଣୀ)
Awardsବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର
Websitehttps://www.tamalika.com
Signature

ତମାଳିକା କର୍ମାକର (ଜନ୍ମ: ୨ ଜୁଲାଇ ୧୯୭୦)[୧] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ସକ୍ରିୟ ଭାବରେ ଅଭିନୟ କରନ୍ତି ।[୨][୩] ସେ ୧୯୯୨ ମସିହାରେ ବଙ୍ଗଳାଦେଶରେ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଜଣେ ମଞ୍ଚ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଦୂରଦର୍ଶନ ଓ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୯୯୬ ମସିହାର ଏଇ ଘର ଏଇ ସଂସାର, ୨୦୦୦ ମସିହାର କିଟ୍ଟୋଙ୍ଖୋଲା ଏବଂ ୨୦୧୨ ମସିହାର ଘେଟୁପୁତ୍ର ଭଳି କିଛି ପ୍ରସିଦ୍ଧ ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୨୦୦୦ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର କିଟ୍ଟୋଙ୍ଖୋଲା ପାଇଁ ତାଙ୍କୁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୪] ଜୁଲାଇ ୨୦୧୭ରେ ତମାଳିକା ରାରଙ୍ଗ ଥିଏଟର ଦଳର ୧୮୦ତମ ନାଟକରେ ଅଭିନେତା ଆରଣ୍ୟକ ନାଟ୍ଟଦୟାଲଙ୍କ ସ‌ହ ଅଭିନୟ କରିଥିଲେ ।[୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ତମାଳିକା କର୍ମାକର ୧୯୭୦ ମସିହା ଜୁଲାଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମର ୮ ମାସ ପରେ ତାଙ୍କ ପରିବାର ଢାକା ପଳାଇଯାଇଥିଲେ । ସେଠାରେ ସେ ମାତ୍ର ତିନି ବର୍ଷ ବୟସରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ ।[୬] ୧୯୭୮ ମସିହାରୁ ୧୯୮୦ ଯାଏଁ ବିଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଫୁଲକୁଡ଼ି ତେ ଗଳ୍ପ ଏବଂ ଛବି ଆଙ୍କାୟରେ ସେ ଅଭିନୟ କରିଥିଲେ । ସେ ସାଧାରଣ ନୃତ୍ୟ ଗହର ଜାମିଲ, କଥକ ନିକୁଞ୍ଜ ବିହାରି ପାଲଙ୍କଠାରୁ ଶିଖିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ତମାଳିକା ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ୧୯୯୨ ମସିହାରେ ଆରଣ୍ୟକ ନାଟ୍ୟଦଳ ଥିଏଟର ସଂସ୍ଥା ସ‌ହ କାମ କରିବା ଆରମ୍ଭ କରିଥିଲେ ।[୬][୭] ଆରଣ୍ୟକ ନାଟ୍ୟଦଳରେ ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ପାଥର, ଯାହାର ରଚନା କରିଥିଲେ ମମୁନୁର ରଶୀଦେର ଓ ଆଜିଜୁଲ ହାକିଲ ନିର୍ଦ୍ଦେଶନା ଦେଇଥିଲେ ।[୭] ଏହାପରେ ଆରଣ୍ୟକ ଦଳର ଅନ୍ୟତମ ନାଟକ ଇବଲିସ, ଜୟଜୟନ୍ତୀ, ଖେଲା ଖେଲା, ଓରା କଦମ ଆଲୀ, ପ୍ରାକୃତଜନ କଥା, ରାଢ଼ାଙ, ବିଦ୍ୟାସାଗର, ମୟୂର ସିଂହାସନ ଆଦିରେ ଅଭିନୟ କରିଥିଲେ । ଏହିସବୁ ନାଟକରେ ତାଙ୍କର ଅଭିନୟ ତାଙ୍କୁ ମଞ୍ଚ ନାଟକରେ ବେଶ ଲୋକପ୍ରିୟତା ଆଣିଦେଇଥିଲା ।[୭]

ତମାଳିକା ୧୯୯୫ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା 'ଅନ୍ୟ ଜୀବନ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଶେଖ ନିଆମତ ଅଲ୍ଲୀ । ଏହାପରେ ସେ ୧୯୯୬ ମସିହାରେ ଏଇ ଘର ଏଇ ସଂସାର କଥାଚିତ୍ରରେ ଅଭିନୟ କରିଥିଲେ । ପରେ ସେ ୨୦୦୦ ମସିହାରେ କିତ୍ତନଖୋଲା ଏବଂ ୨୦୧୨ ମସିହାରେ ଘେଟୁପୁତ୍ର କମଳା କଥାଚିତ୍ରରେ କମଳାର ମାଆ ଚରିତ୍ରରେ ଅଭିନୟ କରିଥିଲେ ।

୧୯୯୬ ମସିହାରେ ସେ ଲେଖକ ହୁମାୟୁନ ଅହମ୍ମଦଙ୍କର ଲୋକପ୍ରିୟ ନାଟକ କୋଥାଓ କେଉରେ ଅଭିନୟ କରିଥିଲେ ଏବଂ ଏହି ନାଟକ ଜରିଆରେ ସେ ଅଧିକ ଲୋକପ୍ରିୟତା ପାଇଥିଲେ । କଥାଚିତ୍ର ଏବଂ ମଞ୍ଚରେ ଅଭିନୟ କରିବା ବ୍ୟତୀତ ତମାଳିକା ଏକ ଦୂରଦର୍ଶନ କାର୍ଯ୍ୟକ୍ରମର ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ନାଟ୍ୟଯୁଦ୍ଧ ନାମକ ଏକ ରିୟାଲିଟି ଶୋରେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଦକ୍ଷିଣ କୋରିଆର ସିଓଲଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଥିଏଟର ଫେଷ୍ଟିଭାଲରେ ସେ ଅଂଶ କରିଥିଲେ ।

ଆଧାର[ସମ୍ପାଦନା]

  1. "তমালিকা কর্মকার". Online Dhaka. 29 August 2013. Archived from the original on 17 November 2018. Retrieved 25 November 2018.
  2. Shah Alam Shazu (2012-08-23). "Tomalika Kormokar: Actor with presence". The Daily Star. Retrieved 2018-07-28.
  3. Rafi Hossain and M H Haider (4 July 2015). "The Joys of Eid Tomalika". The Daily Star. Retrieved 3 August 2015.
  4. Rashed Shawon (14 August 2012). চার দশকে আমাদের সেরা চলচ্চিত্রগুলো [Best films of four decades] (in Bengali). bdnews24.com. Archived from the original on 2013-01-27. Retrieved 2018-05-24. {{cite news}}: Invalid |script-title=: missing prefix (help)
  5. "Tamalika Leaves Acting for America". The Daily Star (in ଇଂରାଜୀ). 2018-07-28. Retrieved 2018-07-29.
  6. ୬.୦ ୬.୧ Sadia Khalid (1 February 2014). "Tomalika Kormokar For the Love of Acting". The Daily Star. Retrieved 4 August 2015.
  7. ୭.୦ ୭.୧ ୭.୨ Shazu, Shah (4 March 2017). "Tamalika looks back on 25-year theatre career". The Daily Star. Retrieved 20 August 2017.

ବାହାର ଆଧାର[ସମ୍ପାଦନା]