ପ୍ରସୂନ ଆଜାଦ

ଉଇକିପିଡ଼ିଆ‌ରୁ
ପ୍ରସୂନ ଆଜାଦ
ଆଜାଦ
Born
ଆଜାଦ ଉନ୍‌ଜମ୍ ପ୍ରସୂନ

(1994-07-27) ୨୭ ଜୁଲାଇ ୧୯୯୪ (ବୟସ ୨୯)
Nationalityବଙ୍ଗଳାଦେଶୀ
Occupations
  • ଅଭିନେତ୍ରୀ
  • ନିର୍ଦ୍ଦେଶିକା
  • ପ୍ରଯୋଜିକା
Years active୨୦୧୨-ଏବେଯାଏଁ
Notable workମୁସାଫିର
Parents
  • ଆଜାଦ୍ ହୁସେନ (father)
  • ଶାହାନା ଆଜାଦ (mother)

ଆଜାଦ ଉନ୍‌ଜମ୍ ପ୍ରସୂନ (ଜନ୍ମ: (1994-07-27)ଜୁଲାଇ ୨୭, ୧୯୯୪


ଜନ୍ମସ୍ଥାନ
ମାଇଁମେନ୍‌ସିଂହ, ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ମଡେଲ, ଅଭିନେତ୍ରୀ, ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ।[୧] ଆଜାଦ ୨୦୧୨ ମସିହାରେ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗୀତାରେ ଜଣେ ମଡେଲ ଭାବରେ ଯୋଗଦେଇଥିଲେ ଏବଂ ୨ୟ ସ୍ଥାନରେ ରହି ଫାର୍ଷ୍ଟ ରନର୍‌ଅପ୍ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପ୍ରସୂନ ଆଜାଦ ୧୯୯୪ ମସିହା ଜୁଲାଇ ମାସ ୨୭ ତାରିଖରେ ବଙ୍ଗଳାଦେଶର ମାଇଁମେନ୍‌ସିଂହ ଉପଖଣ୍ଡର ଫୁଲପୁର ଉପଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଆଜାଦ ହୁସେନ ଏବଂ ମାଆ ଶାହାନା ଆଜାଦ । ପ୍ରସୂନଙ୍କର ଉଭୟ ପିତାମାତା ବଙ୍ଗଳାଦେଶର ପୋଲିସ ବିଭାଗରେ କାର୍ଯ୍ୟ କରୁଥିଲେ । ତାଙ୍କର ଜଣେ ଭାଇ ଓ ଭଉଣୀ ଅଛନ୍ତି ।

ପ୍ରସୂନ କେମ୍ବ୍ରିଆନ୍ ସ୍କୁଲ ଓ କଲେଜରେ ପାଠ ପଢ଼ୁଥିଲେ । ସେ ତାଙ୍କର ପିଲାଦିନରୁ ଅଭିନୟ ଏବଂ ରଙ୍ଗୀନ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ ଓ ତାଙ୍କର ସ୍କୁଲ ସାଙ୍ଗମାନଙ୍କର ପ୍ରେରଣାରେ ସେ ଲକ୍ସ ଚେନାଲ ଆଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।

ଅଭିନୟ ଜୀବନ ଓ ପେଶା[ସମ୍ପାଦନା]

୨୦୧୨ ମସିହାରେ ପ୍ରସୂନ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ଲକ୍ସ ଚେନାଲ ଆଇ ସୁପରଷ୍ଟାର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଏବଂ ୨ୟ ସ୍ଥାନରେ ରହିଥିଲେ ।[୨] ୨୦୧୫ ମସିହାରେ ପ୍ରସୂନ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଅଚେନା ହୃଦୟ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସଫିକୁଲ୍ ଇସ୍‌ଲାମ୍ ଖାନ୍ । ଏହାପରେ ସେ କାଜି ହାୟାତ୍‌ଙ୍କର କଥାଚିତ୍ର ସର୍ବନାଶ ଯବା କଥାଚିତ୍ରରେ ୨୦୧୫ରେ ଅଭିନୟ କରିଥିଲେ । ବଙ୍ଗଳାଦେଶର ଚଳଚ୍ଚିତ୍ର ଜଗତ ସବୁବେଳେ ପୁରୁଷ ଅଭିନେତାଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ପ୍ରସୂନ ଏହା ଉପରେ ମତ ଦେଇଥିଲେ ଏବଂ ଏହାପରେ ସର୍ବତ୍ର ସମାଲୋଚିତ ହୋଇଥିଲେ ।[୩] ୨୦୧୫ ମସିହାରେ ସେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଜୁଲାଇ ୨୦୧୫ରେ ତାଙ୍କ ଅଭିନୀତ ନାଟକ କେନୋ ମେଘ ଆଶେ ବଙ୍ଗଳାଦେଶର ଏନ୍‌ଟିଭିରେ ପ୍ରସାରିତ ହୋଇଥିଲା ।[୪] ଏହା ପୂର୍ବରୁ ସେ ୨୦୧୧ରେ ଦୂରଦର୍ଶନରେ ପ୍ରସାରିତ ମୁଖୋସ୍ ମନୁଷ୍‌ ନାମକ ଏକ ଧାରାବାହିକରେ ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ ।

୨୦୧୫ ମସିହା ମଇ ମାସରେ ପ୍ରସୂନଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଅଚେନା ହୃଦୟ ମୁକ୍ତିଲାଭ କରିଥିଲା ।[୫] ଅରିଫିନ୍ ଶୁଭଙ୍କ ସ‌ହ ସେ ମୃତ୍ତୁପୁରୀ: କିଲ୍ ଜୋନ୍ରେ ଅଭିନୟ କରିଥିଲେ ।[୬] ଜାନୁଆରୀ ୨୦୧୬ରେ ସେ ଜଣେ ନିର୍ଦ୍ଦେଶିକା ଭାବରେ ଖୁହେଲିକାର ନିର୍ଦ୍ଦେଶନା ଦେଇଥିଲେ ।[୨] ୨୦୧୬ ଫେବୃଆରୀରେ ସେ ମାସ୍ରଙ୍ଗା ଟିଭି ପାଇଁ କାମ କରିଥିଲେ ।[୭] ମଇ ୨୦୧୬ରେ ସେ ପୁଣି ସେହି ଟିଭିରେ ଜୀବିତ ଓ ମିତ୍ର ପାଇଁ କାମ କରିଥିଲେ ।[୮] ୨୦୧୬ରେ ସେ ମୁସାଫିର୍ ଚଳଚ୍ଚିତ୍ରରେ ଜଣେ ଅତିଥି କଳାକାର ଭାବରେ କାମ କରିଥିଲେ ।[୯] ଜାନୁଆରୀ ୨୦୧୭ରେ ସେ ଏକ ଦୂରଦର୍ଶନ ନାଟକ ନୀଳପରୀ ନିଳଞ୍ଜନାରେ କାମ କରିଥିଲେ ।[୧୦]


ବାସନ୍ଦ[ସମ୍ପାଦନା]

ଡିସେମ୍ବର ୨୦୧୬ରେ ପ୍ରସୂନ ନିର୍ଦ୍ଦେଶକ ରୁକେୟା ପ୍ରାଚୀଙ୍କ ସ‌ହ ଏକ ଝଗଡ଼ାରେ ସମ୍ପୃକ୍ତ ହୋଇଗଲେ । ଏହାପରେ ପ୍ରାଚୀ ତାଙ୍କ ବିରୁଦ୍ଧରେ ବଙ୍ଗଳାଦେଶର ନିର୍ଦ୍ଦେଶକ ମଣ୍ଡଳୀ ପାଖରେ ଅଭିଯୋଗ କରିଥିଲେ, ଫଳରେ ସେ ମଣ୍ଡଳୀର ସମସ୍ତ ନିର୍ଦ୍ଦେଶକମାନେ ପ୍ରସୂନଙ୍କ ସ‌ହ ବର୍ଷ ପାଇଁ କାମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ପ୍ରସୂନ ତାଙ୍କର ଉଦାସୀନତା ବ୍ୟକ୍ତ କରିଥିଲେ ।[୧୧][୧୨] ସେ ବଙ୍ଗଳାଦେଶର ପ୍ରୋଗ୍ରାମ୍ ପ୍ରଡୁସର୍‌ସ୍ ଆସୋସିଏସନ୍ ଏବଂ ଅଭିନୟଶିଳ୍ପୀ ସଙ୍ଘ ପକ୍ଷରୁ ମଧ୍ୟ ବାସନ୍ଦ ହୋଇଥିଲେ ।[୧୩]

ଆଧାର[ସମ୍ପାଦନା]

  1. "Prosun Azad banned from productions for one year". The Daily Star (in ଇଂରାଜୀ). 31 October 2016. Retrieved 6 February 2017.
  2. ୨.୦ ୨.୧ "Prosun Azad turns director". Prothom Alo. Archived from the original on 4 April 2016. Retrieved 6 February 2017.
  3. "Films are largely men-centric: Prosun Azad". archive.dhakatribune.com (in ଇଂରାଜୀ). Dhaka Tribune. Retrieved 6 February 2017.
  4. ""Keno Megh Ashe" on ntv". The Daily Star. Retrieved 6 February 2017.
  5. DESHI GRAPEVINE (23 May 2015). "Prosun's Ochena Hridoy". The Daily Star. Retrieved 6 February 2017.
  6. "Shuvo begins filming Dhattiriki". The Daily Star (in ଇଂରାଜୀ). 9 January 2017. Retrieved 6 February 2017.
  7. "Oshomapto Script on Maasranga". The Daily Star (in ଇଂରାଜୀ). 11 February 2016. Retrieved 6 February 2017.
  8. "TV Industry celebrates Rabindra Jayanti". The Daily Star (in ଇଂରାଜୀ). 14 May 2016. Retrieved 6 February 2017.
  9. "Musafir: An action-packed affair". The Daily Star (in ଇଂରାଜୀ). 4 May 2016. Retrieved 6 February 2017.
  10. "Tele-film "Neelpori Neelanjona" on ntv". The Daily Star (in ଇଂରାଜୀ). 6 January 2017. Retrieved 6 February 2017.
  11. "Prosun Azad gets banned for a year". Dhaka Tribune. 31 October 2016. Retrieved 6 February 2017.
  12. "The year on Bangladeshi Television". The Daily Star (in ଇଂରାଜୀ). 28 December 2016. Retrieved 6 February 2017.
  13. "Prosun Azad banned for one year". Prothom Alo. Archived from the original on 7 February 2017. Retrieved 6 February 2017.

ବାହାର ଆଧାର[ସମ୍ପାଦନା]