ସୁଚନ୍ଦା

ଉଇକିପିଡ଼ିଆ‌ରୁ
ସୁଚନ୍ଦା
ଜନ୍ମ
କୋହିନୂର ଅଖତାର

(1947-09-19) ୧୯ ସେପ୍ଟେମ୍ବର ୧୯୪୭ (ବୟସ ୭୬)
ସାତଖିରା ଜିଲ୍ଲା, ପୂର୍ବ ବାଂଲା, ପାକିସ୍ତାନର ଡୋମିନିୟନ[୧]
ସକ୍ରିୟ ବର୍ଷ୧୯୬୫–
ବୈବାହିକ-ସାଥୀ
ଜାହିର ରାଇହନ
(m. ୧୯୬୮⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସମ୍ପର୍କୀୟବବିତା (ଭଉଣୀ)
ଚମ୍ପା (ଭଉଣୀ)
ରିଆଜ (ସମ୍ପର୍କୀୟ)

କୋହିନୂର ଅଖତା (ଜନ୍ମ:(1947-09-19)ସେପ୍ଟେମ୍ବର ୧୯, ୧୯୪୭


ଜନ୍ମସ୍ଥାନ
ସାତଖିରା ଜିଲ୍ଲା, ପୂର୍ବ ବାଂଲା, ପାକିସ୍ତାନର ଡୋମିନିୟନ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ପ୍ରଯୋଜିକା ଏବଂ ନିର୍ଦ୍ଦେଶିକା, ଯିଏକି ବଙ୍ଗଳାଦେଶ କଥାଚିତ୍ର ଜଗତରେ ସୁଚନ୍ଦା ନାମରେ ପରିଚିତା ।[୨] ୧୯୬୦ର ମଧ୍ୟ ଭାଗରେ ସେ ଅଭିନୟ ଆରମ୍ଭ କରିଥିଲେ ଏବଂ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ କଥାଚିତ୍ରରେ ସେ ଅଭିନୟ କରିଥିଲେ ।[୩] ୨୦୦୫ ମସିହାରେ ସେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ହଜାର ବଛାର ଧାରେ ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ, ଯାହାର ନିର୍ଦ୍ଦେଶନା ସେ ନିଜେ ଦେଇଥିଲେ ।[୪]

ଜନ୍ମ ଓ ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁଚନ୍ଦା ୧୯୪୭ ମସିହା ସେପ୍ଟେମ୍ବର ମାସ ୧୯ ତାରିଖରେ ପାକିସ୍ତାନର ଡୋମିନିୟନ ଅନ୍ତର୍ଗତ ପୂର୍ବ ବାଂଲାର ସାତଖିରା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଏ.ଏସ୍.ଏମ୍. ନିଜାମୁଦ୍ଦୀନ ଅୟୁବ ଏବଂ ମାଆ ବେଗମ ଜହ୍ନା ଆରା । ବବିତା ଓ ଚମ୍ପା ନାମରେ ସୁଚନ୍ଦାଙ୍କର ଦୁଇ ଭଉଣୀ ଅଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ସୁଚନ୍ଦା ବଙ୍ଗଳାଦେଶ କଥାଚିତ୍ର ଜଗତରେ ୧୯୬୬ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କାଗଜର ନୌକା । ତାଙ୍କର ପ୍ରଥମ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁବାସ ଦତ୍ତ ।[୩] ଜଣେ ଅଭିନେତ୍ରୀ ଭାବରେ ସୁଚନ୍ଦା ପାକିସ୍ତାନ କଥାଚିତ୍ର ଜଗତର ଏକ ପୁରସ୍କାର ନିଗାର ଆୱାର୍ଡ଼ସ୍ ୧୯୭୮ ମସିହାରେ ଜିତିଥିଲା । ପାକିସ୍ତାନୀ ଚଳଚ୍ଚିତ୍ର ହମ୍ ଏକ୍ ହେଁ ପାଇଁ ସୁଚନ୍ଦାଙ୍କୁ ଏହି ପୁରସ୍କାର ମିଳିଥିଲା ।[୩] ସୁନନ୍ଦା ବିଭିନ୍ନ କଥାଚିତ୍ର ଜଗତରେ ପାଖାପାଖି ୧୦୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଥିଲେ । ୧୯୬୬ରେ ବେହୁଲା, ୧୯୬୭ରେ ଅନୱର, ୧୯୬୮ରେ ସଂସାର, ୧୯୬୯ରେ ମନର ମୋଟୋ ବୋହୂ, ୧୯୭୦ରେ ଜୀବନ ଥାକେ ନେୟା, ୧୯୭୨ରେ ଅଶ୍ରୁ ଦିୟେ ଲେଖା, ୧୯୮୫ରେ ତିନ୍ କନ୍ୟା, ୧୯୮୭ରେ ବେହୁଲା ଲକ୍ଷ୍ମୀମଦର, ୧୯୯୦ରେ ଝିଙ୍କୁ ମାଳା, ୧୯୯୩ର ବାସନା, ୧୯୯୫ରେ ପ୍ରେମ ପ୍ରୀତି ଆଦି ସଫଳ ଚଳଚ୍ଚିତ୍ରରେ କାମ କରିଥିଲେ ।

ଅଭିନୟ ଜଗତରେ କାମ କରିବାପରେ ସୁଚନ୍ଦା ଚଳଚ୍ଚିତ୍ର ପ୍ରଯୋଜନା କରିବା ଆରମ୍ଭ କରିଥିଲେ । ୧୯୮୫ ମସିହାରେ ସେ "ସୁଚନ୍ଦା ଚଳଚ୍ଚିତ୍ର" ନାମକ ତାଙ୍କର ପ୍ରଯୋଜନା ସଂସ୍ଥା ନିର୍ମାଣ କରିଥିଲେ ।[୧] ଏହାପରେ ୧୯୯୮ ମସିହାରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ବଙ୍ଗଳାଦେଶର କଥାଚିତ୍ର ବିଦେଶ ଯାତ୍ର ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସୁଚନ୍ଦା ୧୯୬୮ ମସିହାରେ ବଙ୍ଗଳାଦେଶୀ ଔପନ୍ୟାସିକ, ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା ଜାହିର ରାଇହନଙ୍କୁ ବିବାହ କରିଥିଲେ । ୧୯୭୨ ମସିହାରେ ଜାହିରଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସୁଚନ୍ଦା ତାଙ୍କ ସାଙ୍ଗରେ ରହିଥିଲେ ।[୩] ଏହାପରେ ସେ ଏମ୍. ଏଜୌଳ ମଲିକଙ୍କୁ ୧୯୭୬ ମସିହାରେ ବିବାହ କରିଥିଲେ । ସୁଚନ୍ଦାଙ୍କର ଚାରୋଟି ସନ୍ତାନ ଅଛନ୍ତି ।

ପୁରସ୍କାର[ସମ୍ପାଦନା]

ସୁଚନ୍ଦାଙ୍କୁ ୧୯୮୭ ମସିହାରେ ପାକିସ୍ତାନୀ କଥାଚିତ୍ରରେ ଅଭିନୟ ପାଇଁ ନିଗାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୨୦୦୫ ମସିହାରେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ହଜାର ବଛାର ଧାରେ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା । ୨୦୧୭ ମସିହାରେ ସୁଚନ୍ଦାଙ୍କୁ ଷ୍ଟାଣ୍ଡାର୍ଡ଼ ଚାର୍ଟର୍ଡ଼- ଦ ଡେଲି ଷ୍ଟାର ତରଫରୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ପୁରସ୍କାର ମିଳିଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "চম্পা, চন্দা আর ববি" [Champa, Chhanda and Bobby]. dhakatimes24.com (in Bengali). 2013-09-26. Archived from the original on 2017-10-30. Retrieved 2017-10-29.
  2. Afsar Ahmed (6 May 2005). "Tit Bits - The celebrity name game". The Daily Star. Archived from the original on 4 March 2016. Retrieved 28 December 2015.
  3. ୩.୦ ୩.୧ ୩.୨ ୩.୩ ୩.୪ "Shuchanda on her National Award winning film "Hajar Bochhor Dhorey"". The Daily Star (in ଇଂରାଜୀ). 2008-09-11. Retrieved 2017-10-29.
  4. "National Film Awards for the last fours years announced". The Daily Star (in ଇଂରାଜୀ). 2008-09-01. Retrieved 2017-10-29.
  5. "Lifetime Achievement Award Winners!". The Daily Star (in ଇଂରାଜୀ). 2017-10-28. Retrieved 2017-10-29.

ବାହାର ଆଧାର[ସମ୍ପାଦନା]