ମେହେର ଅଫରୋଜ ଶାଓନ
ମେହେର ଅଫରୋଜ ଶାଓନ | |
---|---|
মেহের আফরোজ শাওন | |
ଜନ୍ମ | ୧୨ ଅକ୍ଟୋବର ୧୯୮୧ |
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷା | ବିକରୁନିସିଆ ନୁନ୍ ସ୍କୁଲ ଆଣ୍ଡ କଲେଜ ଦ ଇଉନିଭରସିଟି ଅଫ ଏସିଆ ପେସିଫିକ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୯-ଏବେଯାଏଁ |
ବୈବାହିକ-ସାଥୀ |
ହୁମାୟୁନ ଅହମଦ
(m. ୨୦୦୫; died ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସନ୍ତାନ |
|
ପିତାମାତା |
|
ସମ୍ପର୍କୀୟ |
|
ମେହେର ଅଫରୋଜ ଶାଓନ (ଜନ୍ମ:
ଅକ୍ଟୋବର ୧୨, ୧୯୮୧
) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ଦ୍ଦେଶିକା, ପ୍ରଚ୍ଛଦପଟ ଗାୟିକା ଏବଂ ବାସ୍ତୁକାର । ୨୦୧୬ ମସିହାରେ ମେହେର ଅଫରୋଜ ଶାଓନ କ୍ରିଷ୍ଣାପକ୍କୋ ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ପୁରସ୍କାର ପାଇଥିଲେ ।[୧] ସେ ବଙ୍ଗଳା ଚଳଚ୍ଚିତ୍ର ନାଟ୍ୟକାର ଏବଂ ନିର୍ଦ୍ଦେଶକ ହୁମାୟୁନ ଅହମ୍ମଦଙ୍କର ପତ୍ନୀ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମେହେର ଅଫରୋଜ ଶାଓନ ୧୯୮୧ ମସିହା ଅକ୍ଟୋବର ମାସ ୧୨ ତାରିଖରେ ବଙ୍ଗଳାଦେଶରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ମହମ୍ମଦ ଅଲ୍ଲୀ ଜଣେ ଇଞ୍ଜିନିୟର ଏବଂ ମାଆ ତାହୁରା ଅଲ୍ଲୀ ।[୪] ମେହେରଙ୍କର ମାଆ ତାହୁରା ୨୦୦୮ରେ ବଙ୍ଗଳାଦେଶର ୯ମ ଲୋକ ସଭାକୁ ନିର୍ବାଚିତ ହୋଇ ଯାଇଥିଲେ ।[୫]
ମେହେର ଅଫରୋଜ ବିକରୁନିସିଆ ନୁନ୍ ସ୍କୁଲ ଆଣ୍ଡ କଲେଜରେ ପାଠ ପଢ଼ୁଥିଲେ । ଏଠାରେ ସେ ତାଙ୍କର ମାଟ୍ରିକ ଏବଂ ଉଚ୍ଚ ଶିକ୍ଷା ଯଥାକ୍ରମେ ୧୯୯୬ ଓ ୧୯୯୮ ମସିହାରେ ପାସ୍ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦ ଇଉନିଭରସିଟି ଅଫ ଏସିଆ ପେସିଫିକରେ ଯୋଗ ଦେଇଥିଲେ ଏବଂ ୨୦୦୮ ମସିହାରେ ବାସ୍ତୁଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ମେହେର ୧୯୯୯ ମସିହାରେ ବଙ୍ଗଳାଦେଶର ଏକ ଦୂରଦର୍ଶନ ଧାରାବାହିକରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ଯାହାର ଶୀର୍ଷକ ଥିଲା ଆଜ୍ ରବିବାର । ସେହି ବର୍ଷ ସେ ବଙ୍ଗଳାଦେଶର କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରଥିଲେ । ହୁମାୟୁନ ଅହମ୍ମଦଙ୍କ ନିର୍ଦ୍ଦେଶିତ କଥାଚିତ୍ର ଶ୍ରାବଣ ମେଘର୍ ଦିନ୍ ଜରିଆରେ ସେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ, ଯେଉଁଥିରେ ସେ କୁସୁମ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ମେହେର ହୁମାୟୁନ ଅହମ୍ମଦଙ୍କର କଥାଚିତ୍ରଗୁଡ଼ିକରେ କାର୍ଯ୍ୟ କରିଥିଲେ । ୨୦୦୧ରେ ଦୁଇ ଦୁଆରି କଥାଚିତ୍ରରେ ତୋରୁ ଭୂମିକାରେ, ୨୦୦୩ ମସିହାରେ ଚନ୍ଦ୍ରାକଥା କଥାଚିତ୍ରରେ ଚନ୍ଦ୍ରା ଭୂମିକାରେ, ୨୦୦୪ରେ ଶ୍ୟାମଳ ଛାୟା କଥାଚିତ୍ରରେ ଆଶାଲତା ଭୂମିକାରେ, ୨୦୦୮ରେ ଆମାର ଅଛେ ଜୋଲ୍ କଥାଚିତ୍ରରେ ନିଶାଦ ଭୂମିକାରେ ଅଭିନୟ କରିଥିଲେ । ଏହି ସମସ୍ତ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ହୁମାୟୁନ ଅହମ୍ମଦ, ଯାହାକୁ ସେ ବିବାହ ମଧ୍ୟ କରିଥିଲେ । ୨୦୦୩ ମସିହାରେ ମେହେରଙ୍କୁ ଚନ୍ଦ୍ରାକଥା ପାଇଁ ମେରିଲ ପ୍ରଥମ ଆଲୋ ଆୱାର୍ଡ଼ରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।
୨୦୦୯ ମସିହାରେ ମେହର ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ପ୍ରାୟ ଦୂରଦର୍ଶନ ନାଟକ ଏବଂ ଧାରାବାହିକ ଗୁଡ଼ିକରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ଥିଲା ନୟା ରିକ୍ସା, ଯାହାକି ଇଦ୍-ଉଲ୍-ଫିତର୍ ସମୟରେ ପ୍ରସାରିତ ହୋଇଥିଲା । ଏହାପରେ ସେ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲ[୬][୭][୮] ଏବଂ ୨୦୧୬ ମସିହାରେ ତାଙ୍କ ନିର୍ଦ୍ଦେଶିତ କଥାଚିତ୍ର କ୍ରିଷ୍ଣପକ୍କୋ ମୁକ୍ତିଲାଭ କରିଥିଲା, ଯାହାର ନାଟ୍ୟ ରଚନା କରିଥିଲେ ହୁମାୟୁନ ଅହମ୍ମଦ । ସେ କିଛି ନାଟକ ମଧ୍ୟ ନିଜେ ରଚନା କରିଛନ୍ତି ।[୯] ଏଥି ସହିତ ମାସରଙ୍ଗ ଟିଭି ପାଇଁ ମେହେର ମେଘେ ଡାକ ତା'ର କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ମେହେର କାମ କରିଥିଲେ ।[୧୦]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମେହେର ୨୦୦୫ ମସିହାରେ ହୁମାୟୁନ ଅହମ୍ମଦଙ୍କୁ ବିଭା କରିଥିଲେ ଏବଂ ୨୦୧୨ରେ ହୁମାୟୁନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଉଭୟ ସାଙ୍ଗରେ ରହିଥିଲେ ।[୪] ନିଶାଦ ହୁମାୟୁନ ଓ ନିନୀତ ହୁମାୟୁନ ନାମରେ ଉଭୟଙ୍କର ଦୁଇଟି ପୁଅ ଅଛନ୍ତି ।[୧୧]
ଆଧାର
[ସମ୍ପାଦନା]- ↑ "National Film Award winners announced". The Daily Star (in ଇଂରାଜୀ). 2018-04-06. Retrieved 2018-05-25.
- ↑ "হুমায়ূন আহমেদ ও শাওনের বিয়ের অদেখা একটি ছবি!" [A Photo of Humayun Ahmed and Shaon's Marriage]. Priyo News (in Bengali). January 23, 2015. Retrieved November 9, 2015.
- ↑ "Meher Afroz Shaon full biography, latest photos, songs list". bdprimeit. Retrieved November 9, 2015.
- ↑ ୪.୦ ୪.୧ "Homage to Humayun at Nuhash Palli". The Daily Star. July 20, 2013. Archived from the original on February 7, 2016. Retrieved November 9, 2015.
- ↑ "Constituency 319". Government of Bangladesh. Archived from the original on September 19, 2016. Retrieved November 9, 2015.
- ↑ "দুই বছর পর পরিচালনায় শাওন". Prothom Alo (in Bengali). April 11, 2011. Archived from the original on November 23, 2017. Retrieved November 9, 2015.
- ↑ "দীর্ঘ বিরতির পর ফিরছেন শাওন, তাও আবার আইটেম গান দিয়ে!". Priyo News (in Bengali). July 5, 2014. Retrieved November 9, 2015.
- ↑ "ঈদে হুমায়ূন আহমেদের নাটক ও টেলিফিল্ম". Priyo News (in Bengali). October 5, 2014. Retrieved November 9, 2015.
- ↑ "More movies on the way" (in Bengali). Prothom Alo. Retrieved March 10, 2018.
- ↑ "প্রতিযোগীদের সঙ্গে নাচলেন বিচারক শাওন". Priyo News (in Bengali). November 21, 2013. Retrieved November 9, 2015.
- ↑ "Shaon seeks help to establish cancer hospital". The Daily Star. July 25, 2015. Retrieved November 9, 2015.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମେହେର ଅଫରୋଜ ଶାଓନ