ରାଜୀବ ଗାନ୍ଧୀ ଇକ୍ୱିଟି ସଞ୍ଚୟ ଯୋଜନା

ଉଇକିପିଡ଼ିଆ‌ରୁ


ରାଜୀବ ଗାନ୍ଧୀ ଇକ୍ୱିଟି ସଞ୍ଚୟ ଯୋଜନା ବା ଆରଜିଇଏସଏସ ହେଉଛି ଭାରତର ଏକ ଆୟକର ଛାଡ଼ ଯୋଜନା ଯାହା ୨୦୧୨-୧୩ କେନ୍ଦ୍ରୀୟ ଆର୍ଥିକ ବଜେଟରେ ଉପସ୍ଥାପନା କରାଯାଇଥିଲା ।[୧] ସାଧାରଣ ଖୁଚୁରା ନିବେଶକାରୀମାନଙ୍କୁ ଶେୟାର ବଜାର ପ୍ରତି ଆକର୍ଷିତ କରିବାକୁ ଏହି ଯୋଜନା ୨୧ ସେପ୍ଟେମ୍ବର ୨୦୧୨ରେ ତତ୍କାଳୀନ କେନ୍ଦ୍ର ଅର୍ଥ ମନ୍ତ୍ରୀ, ପି ଚିଦାମ୍ବରମ ଘୋଷଣା କରିଥିଲେ ।[୨] ନାନାଦି ସର୍ତ୍ତାବଳୀ ଯୋଗୁଁ ଯୋଜନାଟି ଲୋକପ୍ରିୟ ହୋଇନପାରିବାରୁ ୨୦୧୮-୧୯ ଆର୍ଥିକ ବର୍ଷରୁ ଏହି ଯୋଜନାଟିକୁ ହଟାଇଦିଆଯାଇଛି । [୩][୪]


ଯୋଗ୍ୟତା[ସମ୍ପାଦନା]

ଏହି ଯୋଜନାରେ ଆୟକର ଛାଡ଼଼ ପାଇବାକୁ ନିମ୍ନଲିଖିତ ସର୍ତ୍ତବଳୀ ମାନିବାକୁ ପଡ଼ିବ: [୫]

  • ରିହାତିକାରୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ।
  • ରିହାତିକାରୀଙ୍କର ବାର୍ଷିକ ଆୟ ୧୨ ଲକ୍ଷରୁ ଅଧିକ ହୋଇନଥିବ ।
  • ୨୩ ନଭେମ୍ବର ୨୦୧୨ ପୂର୍ବରୁ ରିହାତିକାରୀଙ୍କର ଡିମାଟ ଖାତା ନଥିବା ଆବଶ୍ୟକ କିମ୍ବା ଥିଲେ ମଧ୍ୟ କିଛି ଟ୍ରେଡ଼ କରିନଥିବା ଦରକାର ।
  • ୩ ବର୍ଷ ପର୍ଯ୍ୟନ୍ତ ଲକ-ଇନ ସମୟସୀମା ଥିଲା ।

ସୁବିଧା[ସମ୍ପାଦନା]

ଏହି ଯୋଜନାଟିରେ ସର୍ବାଧିକ ୫୦,୦୦୦ ଟଙ୍କାର ଆୟ ଉପରେ କର ଛାଡ଼଼ ହୋଇପାରୁଥିଲା । ହିସାବ କଲେ ମୂଳ ଆୟ ଉପରେ ସର୍ବାଧିକ ୫୧୫୦ ଟଙ୍କାର ଆୟକର ଛାଡ଼଼ ମିଳୁଥିଲା ।

ଆଧାର[ସମ୍ପାଦନା]

  1. "2012-2013 Union Budget, India" (PDF). Archived from the original (PDF) on 2013-10-07. Retrieved 2013-02-22.
  2. "Chidambaram clears Rajiv Gandhi Equity Savings Scheme; MFs, ETFs allowed". Businesstoday.intoday.in. 2012-09-21. Retrieved 2013-02-22.
  3. "80CCG 23rd November 2012, Government of India" (PDF). Archived from the original (PDF) on 2013-01-23. Retrieved 2013-02-22.
  4. {{cite news}}: Empty citation (help)
  5. "New Rajiv Gandhi Equity Savings Scheme". moneycontrol.com. 2013-08-14.