ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
ଜନ୍ମ (1945-08-25) ୨୫ ଅଗଷ୍ଟ ୧୯୪୫ (ବୟସ ୭୮)
ଭଟଲି
ଜାତୀୟତାଭାରତୀୟ
ପିତାମାତା(s)ଗୌରାଙ୍ଗ ତ୍ରିପାଠୀ, ରୁକ୍ମିଣୀ ତ୍ରିପାଠୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରଫୁଲ୍ଲ କୁମାର ତ୍ରିପାଠୀ (ଜନ୍ମ : ୨୫ ଅଗଷ୍ଟ ୧୯୪୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ସାହିତ୍ୟିକ ଓ ଭାଷାବିତ ଅଟନ୍ତି । ତ୍ରିପାଠୀ ସମାଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ନିଜ ଲେଖନୀ ଚାଳନା କରିଛନ୍ତି । ସେହିପରି ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ସେ ବହୁ ପୁସ୍ତକ ରଚନା କରିଛନ୍ତି । ୧୯୭୯ ମସିହାରେ ନିଜ କ୍ଷୁଦ୍ରଗଳ୍ପ ପୁସ୍ତକ "ନିଜ ସିଂହାସନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ଅଧ୍ୟାପନାକୁ ବୃତ୍ତିଭାବରେ ଗ୍ରହଣ କରି, ସେ ସେବାନିବୃତ ହୋଇସାରିଛନ୍ତି ।

ପରିବାର[ସମ୍ପାଦନା]

ପ୍ରଫୁଲ୍ଲଙ୍କ ପିତାଙ୍କ ନାମ ଗୌରାଙ୍ଗ ତ୍ରିପାଠୀ ଓ ମାତାଙ୍କ ନାମ ରୁକ୍ମିଣୀ ତ୍ରିପାଠୀ ଥିଲା । ତାଙ୍କର ଅନ୍ୟ ଦୁଇ ଭାଇଙ୍କ ନାମ ପ୍ରମୋଦ କୁମାର ତ୍ରିପାଠୀ ଓ ପ୍ରଦୀପ କୁମାର ତ୍ରିପାଠୀ । ସ୍ୱର୍ଗତ ପ୍ରମୋଦ ଜଣେ ନାଟ୍ୟକାର ଥିଲେ । ତାଙ୍କର ତିନି ଭଉଣୀଙ୍କ ନାମ ବାବି, ମାମି ଓ ଲିଲି ।[୨]

ରଚନାବଳୀ[ସମ୍ପାଦନା]

ପ୍ରଫୁଲ୍ଲଙ୍କର ପ୍ରଥମ ଛପାଯାଇଥିବା କବିତା ଥିଲା କ୍ଷଣଭଙ୍ଗୁର ଜୀବନ । ଏହା ୧୯୫୮ ମସିହାରେ ତାଙ୍କ ସ୍କୁଲର ବାର୍ଷିକ ପତ୍ରିକା ଉଷାରେ ପ୍ରକାଶ ପାଇଥିଲା । ୧୯୬୫ ମସିହାରେ ତାଙ୍କର ପ୍ରଥମ ବହି ଅନ୍ୟ ଇଲାକା ଓ ଅନ୍ୟାନ୍ୟ କବିତା ପ୍ରକାଶ ପାଇଥିଲା । ୧୯୮୭ ମସିହାରେ ସମଲପୁରି ଓଡ଼ିଆ ଶବ୍ଦକୋଷ ପ୍ରକାଶ ପାଇଥିଲା । ଦୀନନାଥ ପାଠୀଙ୍କ ଅବନ୍ତି ପୁସ୍ତକକୁ ସେ ଅନୁବାଦ କରିଥିଲେ ।

ଗଳ୍ପ[ସମ୍ପାଦନା]

  • ଚଢ଼ାଉତୁରା
  • ଆୟତନ
  • ସ୍ଥିରଗତି
  • ନିଜ ସିଂହାସନ
  • ମିଠା ମିଛ

ଭାଷା ଓ ବ୍ୟକରଣ ସମ୍ବନ୍ଧିତ[ସମ୍ପାଦନା]

  • ଶବ୍ଦକୋଷ
  • ଶବ୍ଦଗଠକ କୋଷ
  • ଅର୍ଥବୋଧ
  • ଶବ୍ଦବୋଧ
  • ବର୍ଣ୍ଣ ବିଧାନ
  • ଭାଷା ଭାବନା
  • ସମଲପୁରି ଓଡ଼ିଆ ଶବ୍ଦକୋଷ
  • ସମଲପୁରି କୋଶଳି ବ୍ୟାକରଣ[୩]

ଅନ୍ୟାନ୍ୟ[ସମ୍ପାଦନା]

  • ଅବନ୍ତି
  • ଅନ୍ୟ ଇଲାକା ଓ ଅନ୍ୟାନ୍ୟ କବିତା
  • ଢେଉଗଣା
  • ଜଗତସତ୍ୟ
  • ତ୍ରି
  • ସବୁଗଳ୍ପ
  • ପରିତ୍ରାଣାୟ ସାଧୁନାମ(ପଶ୍ଚିମା ପ୍ରକାଶନ)
  • ଯୁବଲେଖକ[୪]
  • ଅବନ୍ତୀ
  • ଅବତନ[୫]
  • ସପ୍ତାହ ଓ ଅନ୍ୟ ସତ
  • ପାଞ୍ଚାଳୀ
  • ସ୍ୱୟଂ ମୁଁ ନିଜେ
  • ଏ ନଦୀ, ଦେ ନୀର
  • ବର୍ଣ ବିଧାନ(କାହାଣୀ ପ୍ରକାଶନ)
  • ଓଡ଼ିଆ ବନାନଧାରା
  • ଭାଷାଭାବନା
  • ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ[୬]
  • ରଚନା ବିଧି
  • ଶବ୍ଦ ବିଧି[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://odishasahityaakademi.org/sahitya-award2.php
  2. "ଡ ପ୍ରଫୁଲ୍ଲ ତ୍ରିପାଠୀଙ୍କ ମାତୃ ବିୟୋଗ". ସମ୍ବାଦ ୦୯/୦୩/୨୦୨୨. No. ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. 9 March 2022. Retrieved 9 March 2022.
  3. "ସାକ୍ଷାତକାର : ଶେଷ ରବିବାର". ସମ୍ବାଦ ସାହିତ୍ୟ ପୃଷ୍ଠା. No. ରବିବାର ସମ୍ବାଦ ୨୬/୦୦/୨୦୨୧ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 September 2021. Retrieved 27 September 2021.
  4. Prafulla Kumar Tripathy (1969). Yubalekhaka. Svarājya sāhitya samāroha.
  5. Prafulla Kumar Tripathi (1971). Avatana.
  6. "ଆର୍କାଇଭ୍ କପି". Archived from the original on 2018-08-20. Retrieved 2018-08-16. {{cite web}}: Cite has empty unknown parameter: |1= (help)
  7. http://www.odiasahitya.com/members/memberprofile/?member=prafulla+kumara+tripathi
  8. "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.

ଅଧିକ ତଥ୍ୟ[ସମ୍ପାଦନା]