କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩

ଉଇକିପିଡ଼ିଆ‌ରୁ
'କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩
କର୍ମଜୀବୀ ମହିଳାମାନଙ୍କୁ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନରୁ ରକ୍ଷାକରିବା ପାଇଁ ଭାରତ ସରକାରଙ୍କଦ୍ୱାରା ୨୦୧୩ ମସିହାରେ.ଲାଗୁ କରାଯାଇଥିବା ଏକ ଅଧିନିୟମ
ଆଧାରAct No 14 of 2013
Territorial extentWhole of India
ନିୟମାକାରକParliament of India
Date enactedSep 03, 2012 & Mar 11, 2013 (Lok Sabha)
Feb 26, 2013 (Rajya Sabha)
Date assented to22 April 2013
Date commenced୯ ଡିସେମ୍ବର ୨୦୧୩
ପରିଚାଳିକା ଇତିହାସ
ବିଲSexual Harassment of Women at Workplace (Prevention, Prohibition and Redressal) Bill, 2012
ବିଲ ଟୀକାBill No 144-C of 2010
Bill published on୭ ଡିସେମ୍ବର ୨୦୧୦
Committee reportStanding Committee Report
Status: In force

ମହିଳାମାନଙ୍କୁ ବିଶେଷ ଭାବେ କର୍ମଜୀବୀ ମହିଳାମାନଙ୍କୁ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନରୁ ରକ୍ଷାକରିବା ପାଇଁ ଭାରତ ସରକାରଙ୍କଦ୍ୱାରା ୨୦୧୩ ମସିହାରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩ ଅଧିନିୟମିତ କରାଯାଇଛି ।[୧][୨]

ପୃଷ୍ଠଭୂମି[ସମ୍ପାଦନା]

ଉଚ୍ଚତମ ନ୍ୟାୟାଳୟ ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର ନାମକ ଜନହିତ ମାମଲାରେ କର୍ମଜୀବୀ ମହିଳାମାନଙ୍କର ସାମ୍ବିଧାନିକ ଅଧିକାର ସୂରକ୍ଷା ନିଶ୍ଚିତ କରିବା ନିମିତ୍ତ ଏକ ଦିଶା ନିର୍ଦ୍ଦେଶ ଜାରି କରିଥିଲେ । ତେବେ ନ୍ୟାୟାଳୟଙ୍କ ଏହିସବୁ ମାର୍ଗ ଦର୍ଶକ ନିୟମ ପାଳନ ନିଶ୍ଚିତ କରିବା ପାଇଁ ଉକ୍ତ ଅଧିନିୟମ କାର୍ଯ୍ୟକାରୀ କରିଥିଲେ ।

ଅଧିନିୟମର ସ୍ୱତନ୍ତ୍ରତା ହେଉଛି ଯୌନ ଉତ୍ପୀଡନର ପରିବର୍ତ୍ତିତ ଏବଂ ନୂତନ ବ୍ୟାଖ୍ୟା । ଉଚ୍ଚତମ ନ୍ୟାୟାଳୟ ବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାର ମାମଲାରେ ଯୌନ ଉତ୍ପୀଡନର ଯେଉଁ ପରିବର୍ତ୍ତିତ ବ୍ୟାଖ୍ୟା ଉଲ୍ଲେଖ କରିଥିଲେ, ସେହି ରାୟ ଆଧାରରେ ଏହି ଅଧିନିୟମରେ ଯୌନ ଉତ୍ପୀଡନର ବ୍ୟାଖ୍ୟା କରାଯାଇଛି । ଭାରତୀୟ ସମ୍ବିଧାନର ଧାରା ୧୯(୧) ଅନୁସାରେ ଏହା ଭାରତର ପ୍ରତ୍ୟେକେ ନାଗରିକଙ୍କୁ ନିଜ ନିଜର ବୃତ୍ତି ନିର୍ବାଚନ କରିବାର ସ୍ୱାଧୀନତା ରହିଛି । ଏହି ପରିପ୍ରେକ୍ଷୀରେ ଲିଙ୍ଗଗତ ବୈଷମ୍ୟ ଆଧାରରେ ଯଦି କର୍ମ କ୍ଷେତ୍ରରେ ମହିଳାଙ୍କ ପ୍ରତି ଭେଦଭାବ ପୂର୍ଣ୍ଣ ବ୍ୟବହାର କରାଗଲା ବା ଯୌନ ଉତ୍ପୀଡନ ମାଧ୍ୟମରେ ନ୍ୟାଯ୍ୟ ବୃତ୍ତି ଚୟନ ତଥା ସଂପାଦନରେ ବ୍ୟାଘାତ ସୃଷ୍ଟି କରନ୍ତି ତେବେ ଉଚ୍ଚତମ ନ୍ୟାୟାଳୟଙ୍କ ମତରେ ଏହା ସେମାନଙ୍କର ସାମ୍ବିଧନିକ ଅଧିକାର ହନନ ବୋଲି ଧରାଯିବ । ଅତଏବ ଉପରୋକ୍ତ ଜନହିତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଲେ କି ଆଇନଗତ ଭାବେ ଏ ସଂକ୍ରାନ୍ତରେ କୌଣସି ଅଧିନିୟମ ପାରିତ ହେବା ପର୍ଯ୍ୟନ୍ତ ସରକାରଙ୍କ କର୍ତ୍ତବ୍ୟ ହେଉଛି ସମସ୍ତ ସରକାରୀ ତଥା ବେସରକାରୀ କର୍ମ ସଂସ୍ଥାନରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନର ପ୍ରତିକାର ଦିଗରେ ବିହିତ ପଦକ୍ଷେପ ନେବେ । ଏଥି ନିମିତ୍ତ ଉଚ୍ଚତମ ନ୍ୟାୟାଳୟ ଉପରୋକ୍ତ ରାୟରେ ଏକ ନିର୍ଦ୍ଦେଶାବଳୀ ଜାରୀ କଲେ । ଉକ୍ତ ନିର୍ଦ୍ଦେଶାବଳୀ ବିଶାଖା ନିର୍ଦ୍ଦେଶାବଳୀ ନାମରେ ଖ୍ୟାତ । ତେବେ ଉଚ୍ଚତମ ନ୍ୟାୟାଳୟଙ୍କ ଏହିସବୁ ଦିଶାନିର୍ଦ୍ଦେଶ ସଠିକ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଅନ୍ୟ ଏକ ମାମଲରେ(Apparel Export Promotion Council v. A.K Chopra) ଉଚ୍ଚତମ ନ୍ୟାୟାଳୟ ବିଶାଖା ନିର୍ଦ୍ଦେଶାବଳୀର କଡାକଡି ପାଳନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ହେବା ସହ ଉଲ୍ଲଙ୍ଘନକାରୀଙ୍କ ପାଇଁ ଦଣ୍ଡର ଚେତାବନୀ ଦେଲେ ।[୩] ଫଳରେ ପରବର୍ତ୍ତୀ ସମୟରେ ସରକାର କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ (ନିଷେଧ, ନିବାରଣ ତଥା ପ୍ରତିକାର) ଅଧିନିୟମ, ୨୦୧୩ ଅଧିନିୟମ ପାରିତ କରି ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶାନାମାର ପାଳନ ସୁନିଶ୍ଚିତ କରିଥିଲେ ।

ସ୍ୱତନ୍ତ୍ର ପ୍ରାବଧାନ[ସମ୍ପାଦନା]

ଉକ୍ତ ଅଧିନିୟମରେ ବିଶାଖା ନିର୍ଦ୍ଦେଶାବଳୀ ଆଧାରରେ ଅନେକ ବିଶେଷ ପ୍ରାବଧାନ ରହିଛି । ତନ୍ମଧ୍ୟରୁ କିଛି ପ୍ରାବଧାନ ହେଉଛି:

  • ପ୍ରତ୍ୟେକ ସରକାରୀ ତଥା ବେସରକାରୀ କର୍ମ ସଂସ୍ଥାନର ମୁଖ୍ୟ ବା ନିଯୁକ୍ତିଦାତା ଉକ୍ତ ସଂସ୍ଥାରେ, ଯେଉଁଠି କର୍ମଚାରୀଙ୍କ ସଂଖ୍ୟା ୧୦ କିମ୍ବା ତଦୁର୍ଦ୍ଧ,ଏକ ଆନ୍ତଃ-ଅଭିଯୋଗ କମିଟି (Internal Complaints Committee) ଗଠନ କରିବେ ଏବଂ ଯେଉଁଠି କର୍ମଚାରୀ ସଂଖ୍ୟା ୧୦ରୁ କମ୍ ସେଭଳି କ୍ଷେତ୍ରରେ ଏକ ସ୍ଥାନୀୟ-ଅଭିଯୋଗ କମିଟି (Local Complaints Committee) ଗଠନ କରିବେ । କମିଟିର ମୁଖ୍ୟ ଜଣେ ବରିଷ୍ଠ ମହିଳା ଅଫିସର ହୋଇଥିବେ ଏବଂ କମିଟିର ଅନ୍ତତଃ ଅର୍ଦ୍ଧେକ ସଭ୍ୟ ମହିଳା ହୋଇଥିବେ ।
  • କମିଟିର ଅନୁସନ୍ଧାନ ପ୍ରକ୍ରୀୟାରେ ଏକ ଦେୱାନୀ ଅଦାଲତର ସାକ୍ଷ୍ୟ ଗ୍ରହଣ ସମ୍ବନ୍ଧୀୟ ସମସ୍ତ କ୍ଷମତା ରହିବ ।
  • କମିଟିର ଅନୁସନ୍ଧାନ ପ୍ରକ୍ରୀୟା ତଥା ଦଲିଲ ଗୋପନୀୟ ରହିବ ।
  • ଅଭିଯୋଗ ପାଇବାର ୯୦ ଦିନ ମଧ୍ୟରେ କମିଟି ଏହାର ଯାଞ୍ଚ ସଂପୂର୍ଣ୍ନ କରିବେ ଏବଂ ଏକ ରିପୋର୍ଟ ସଂସ୍ଥାର ମୁଖ୍ୟଙ୍କୁ ପ୍ରଦାନ କରିବେ । ସଂସ୍ଥାର ମୁଖ୍ୟ, କମିଟିର ସୁପାରିଶ କ୍ରମେ ବିହିତ କାର୍ଯ୍ୟାନୁଷ୍ଠାନ ୬୦ ଦିନ ମଧ୍ୟରେ ଗ୍ରହଣ କରିବେ ।
  • ଅଧିନିୟମ ପ୍ରାବଧାନ ଅନୁସାରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରୀ, ସମସ୍ତ ସରକାରୀ ତଥା ବେସରକାରୀ କର୍ମ ସଂସ୍ଥାନର କର୍ମଚାରୀ ଏପରିକି ଡାକ୍ତରଖାନାର ରୋଗୀ ମଧ୍ୟ ଏହି ଅଧିନିୟମର ଅନ୍ତର୍ଭୁକ୍ତ ହେବେ ।

ଆଧାର[ସମ୍ପାଦନା]

  1. "MINISTRY OF WOMEN AND CH ILD DEVELOPMEN T NOT IFICAT ION" (PDF). www.iitbbs.ac.in. Retrieved 2 August 2018.
  2. Parsai, Gargi (26 February 2013). "Parliament passes Bill to prevent sexual harassment at workplace". The Hindu (in Indian English). Retrieved 2 August 2018.
  3. "HOW TO BE POSH COMPLIANT? - Legal Front". Legal Front. 2 July 2018. Archived from the original on 3 July 2018. Retrieved 2 August 2018.

ଆହୁରି ପଢନ୍ତୁ[ସମ୍ପାଦନା]