ହରଣ (ଗଣିତ)

ଉଇକିପିଡ଼ିଆ‌ରୁ


ଭାରତୀୟ ସଂଖ୍ୟା ପ୍ରଣାଳୀରେ ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ହରଣ ଅନ୍ୟତମ । ଅନ୍ୟ ତିନୋଟି ହେଲେ; ମିଶାଣ, ଫେଡାଣଗୁଣନ । ପ୍ରକାରାନ୍ତରେ, ହରଣ ପ୍ରକ୍ରିୟାରେ ମୂଳ ସଂଖ୍ୟାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ବାରମ୍ବାର ଫେଡାଣ କରାଯାଏ । ଗାଣିତିକ ସଂକେତରେ ଏହି ପ୍ରକ୍ରିୟା ÷ ଚିହ୍ନଦ୍ୱାରା (କଂପ୍ୟୁଟର ପଦ୍ଧତିରେ / ଦ୍ୱାରା) ପ୍ରକାଶିତ । ଉଦାହରଣ ସ୍ୱରୂପ, ୧୨ ÷ ୩ = ୪ (ଏଠାରେ ୧୨ରୁ ୩କୁ ବାରମ୍ବାର ଫେଡିଦିଆଗଲା ।[୧] ଦୁଇଟି ରାଶି ମଧ୍ୟରେ ହରଣ କଲାବେଳେ ପ୍ରଥମେ ଭାଜ୍ୟ ଏବଂ ପରେ ଭାଜକକୁ ଲେଖାଯାଏ । ଯେପରିକି, ୧୨ ÷ ୩= ୪ ରେ, ୧୨ ହେଉଛି ଭାଜ୍ୟ, ୩ ହେଉଛି ଭାଜକ ଏବଂ ୪ ହେଉଛି ଭାଗଫଳ

ହରଣର ଧର୍ମ ସମୂହ[ସମ୍ପାଦନା]

ହରଣ ପ୍ରକ୍ରିୟାରେ ୧ ହେଉଛି ଏହିଭଳି ଏକ ରାଶି ଯାହାଦ୍ୱାରା ହରଣ କରିବାପରେ ମୂଳ ସଂଖ୍ୟାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ ।

ହରଣ ପ୍ରକ୍ରିୟାର ଆଉ କିଛି ଗାଣିତିକ ଧର୍ମ ହେଉଛି:

  • ହରଣ ହେଉଛି ଗୁଣନର ବୀପରିତ ଗାଣିତିକ ପ୍ରକ୍ରିୟା । ଉଦାହରଣ ସ୍ୱରୂପ, ୩ × ୪ = ୧୨ ହେବାସ୍ଥଳେ ୧୨÷୪ = ୩ ହେବ

ହରଣର ବଣ୍ଟନ ନିୟମ[ସମ୍ପାଦନା]

ଯୋଗ ଉପରେ ହରଣ ପ୍ରକ୍ରିୟାକୁ ଦୁଇଗୋଟି ହରଣର ଯୋଗ ପ୍ରକ୍ରିୟା ଭାବେ ବାଣ୍ଟିଦିଆଯାଇପାରେ । ଏହା ଯୋଗ ଉପରେ ହରଣର ବଣ୍ଟନ ନିୟମ

  • ଉଦାହରଣ : (୪+୫) ÷ ୩ = ୪÷୩ + ୫÷୩

ଆଧାର[ସମ୍ପାଦନା]

  1. ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF). National Institute of Open Schooling. p. 15.

ବାହାର ଲିଙ୍କ[ସମ୍ପାଦନା]