ତାରେ ଜମିନ୍ ପର୍

ଉଇକିପିଡ଼ିଆ‌ରୁ
ତାରେ ଜମିନ୍ ପର୍
Like Stars on Earth
ନିର୍ଦ୍ଦେଶକଅମିର ଖାଁ
ପ୍ରଯୋଜକଅମିର ଖାଁ
ସଂଳାପଅମୋଲ ଗୁପ୍ତେ
କଳାକାରଦର୍ଶୀଲ ସଫରାୟ
ଅମିର ଖାଁ
ତିସ୍କା ଚୋପ୍ରା
ବିପିନ ଶର୍ମା
ସଙ୍ଗୀତଶଙ୍କର-ଏହସାନ-ଲୋଏ
ଚିତ୍ରଗ୍ରହଣସତ୍ୟଜିତ
ସମ୍ପାଦକଦୀପା ଭାଟିଆ
ବିତରକଭାରତ:
ଅମିର ଖାଁ ପ୍ରଡକ୍ସ,
ଆନ୍ତର୍ଜାତୀୟ:
ୱଲ୍ଟ ଡିଜ୍‌ନି ପିକ୍ଚର୍‌ସ୍
ମୁକ୍ତିଲାଭ ତାରିଖ
୨୧ ଡିସେମ୍ବର ୨୦୦୭
କଥାଚିତ୍ରର ସମୟ
୧୬୪ ମିନିଟ୍[୧]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚ୧୨ କୋଟି[୨]
ମୋଟ ଆୟ୮୯ କୋଟି[୩]

ତାରେ ଜମିନ୍ ପର୍ (ଆନ୍ତର୍ଜାତୀୟ ନାମ: ଲାଇକ୍ ଷ୍ଟାର୍‌ସ୍ ଓନ ଆର୍ଥ), ୨୦୦୭ରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ କଥାଚିତ୍ର । ଅମୋଲ ଗୁପ୍ତେ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୪] ଅମିର ଖାଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ମହାଦେବନ୍, ଏହସାନ ନୂରାନି, ଲୋଏ ମେଣ୍ଡୋନ୍ସା, ଯାହଙ୍କୁ ଶଙ୍କର-ଏହସାନ-ଲୋଏ ଭାବରେ ଦର୍ଶାଯାଇଛି ।

ଏହି କଥାଚିତ୍ରଟିର ଏକ ମାନସିକ ଦୁର୍ବଳ ପିଲା ଉପରେ ତିଆରି କରାଯାଇଛି । ଦର୍ଶୀଲ ସଫରାୟ, ଅମିର ଖାଁ, ତିସ୍କା ଚୋପ୍ରା, ବିପିନ ଶର୍ମା, ସଚ୍ଚେତ ଇଞ୍ଜିନିୟର୍, ଗିରିଜା ଓଏକ୍, ଏମ୍.କେ. ରାଇନା, ଲଳିତା ଲାଜ୍‌ମି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

  • ଦର୍ଶୀଲ ସଫରାୟ
  • ଅମିର ଖାଁ[୬]
  • ତିସ୍କା ଚୋପ୍ରା
  • ବିପିନ ଶର୍ମା
  • ସଚ୍ଚେତ ଇଞ୍ଜିନିୟର୍
  • ଗିରିଜା ଓଏକ୍
  • ଏମ୍.କେ. ରାଇନା
  • ଲଳିତା ଲାଜ୍‌ମି

କାହାଣୀ[ସମ୍ପାଦନା]

ଇଶାନ୍ ନନ୍ଦକିଶୋର ଅବସ୍ତି, ଗୋଟିଏ ଆଠ ବର୍ଷର ବାଳକ, ଯିଏକି ସ୍କୁଲ ଯିବାକୁ ପସନ୍ଦ କରେନି, ବାରମ୍ବାର ପରୀକ୍ଷାରେ ଫେଲ୍ ହୁଏ । ସବୁ ଶ୍ରେଣୀରେ ତାକୁ ଶିକ୍ଷକମାନେ ଶ୍ରେଣୀଗୃହ ବାହାରେ ଛିଡ଼ା କରିଦିଅନ୍ତି ଏବଂ ସେ ପାଖଆଖର ପିଲାମାନଙ୍କ ସ‌ହିତ ବ‌ହୁତ ସମୟରେ ଝଗଡ଼ା କରେ, ଫଳରେ ତାଙ୍କ ଘରେ ତାକୁ ନେଇ ସବୁବେଳେ ଅସାନ୍ତି ସୃଷ୍ଟି ହୁଏ । କିନ୍ତୁ ସେ ନିଜ ଦୁନିଆରେ ସବୁବେଳେ ମଜ୍ଜିଥାଏ । ସେ ନିଜେ ସ୍ୱପ୍ନ ଦେଖେ, ନିଜେ ବିଭିନ୍ନ ରଙ୍ଗରେ ସୁନ୍ଦର ଚିତ୍ର ତିଆରି କରେ ଆଉ ଏହି ଦୁନିଆକୁ ସେ ଗୋଟିଏ ରଙ୍ଗୀନ ନ‌ଜରରେ ଦେଖେ ।

ଇଶାନର ବାପା ନନ୍ଦକିଶୋର ଅବସ୍ତି ଜଣେ ଚାକିରୀଆ, ସେ ଅନେକ ସମୟରେ ଘର ବାହାରେ ରହନ୍ତି ଏବଂ ତା'ର ମାଆ ଜଣେ ଗୃହିଣୀ, ଯିଏକି ସବୁବେଳେ ତା'ର ପୁଅର ପାଠପଢ଼ାରେ ଅସୁବିଧାକୁ ନେଇ ଚିନ୍ତିତ ଥାଆନ୍ତି । ଇଶାନର ଭାଇ ୟୋହନ୍ କିନ୍ତୁ ଭଲ ପଢ଼େ, ସେ ଖେଳରେ ବି ଭଲ ଥାଏ ।

ଥରେ ଇଶାନର ବାପା ତା'ର ପରୀକ୍ଷା ଫଳ ଦେଖିବାପରେ ତାକୁ ଛାତ୍ରାବାସରେ ରହି ପାଠ ପଢ଼ିବାକୁ ପଠେଇଦେବାକୁ ନିଷ୍ପତ୍ତି ନେଲେ, କିନ୍ତୁ ଇଶାନ ତା' ମାଆ ଆଉ ଭାଇକୁ ଛାଡ଼ିକି ଯିବାକୁ ଚାହୁଁନଥିଲା । ମାତ୍ର ତା'ର ବାପାଙ୍କର ଜିଦ୍ ଆଗରେ ତା'ର ଅନିଚ୍ଛା ଶକ୍ତି ହାର ମାନିଲା ଏବଂ ତାକୁ ଛାତ୍ରବାସକୁ ଯିବାକୁ ପଡ଼ିଲା । ସେଠାର ଇଶାନ‌କୁ ଗୋଟିଏ ଶାରୀରୀକ ଅକ୍ଷମ ଥିବା ପିଲା ରାଜନ୍ ଦାମୋଦରନ୍‌ର ସଙ୍ଗତି ମିଳିଲା । କିନ୍ତୁ ନୂଆ ସ୍କୁଲରେ ବି ଇଶାନର କିଛି ପରିବର୍ତ୍ତନ ହୋଇପାରିଲାନାହିଁ, ଶ୍ରେଣୀରେ ଅଧିକାଂଶ ସମୟରେ ଶିକ୍ଷକମାନେ ତାକୁ ଦଣ୍ଡ ଦେଉଥିଲେ ।

ଏମିତି ଚାଲିଥିବାବେଳେ ଥରେ ତାଙ୍କ ସ୍କୁଲକୁ ଠିକାରେ କିଛିଦିନ ପଢ଼ାଇବା ପରେ ଜଣେ ନୂଆ ଶିକ୍ଷକ, ରାମ ଶଙ୍କର ନିକୁମ୍ଭ ପିଲାଙ୍କୁ ଚିତ୍ରାଙ୍କନ ଶିଖାଇବାକୁ ଆସିଲେ । ସେ ପ୍ରଥମ ଦିନରୁ ପିଲାଙ୍କୁ ହସାଇ ଚିତ୍ର କରିବାକୁ କ‌ହିଲେ, ମାତ୍ର ଇଶାନ କିଛି ବି ଚିତ୍ର କଲାନି । ଏହାପରେ ସେ ପ୍ରାୟ ସବୁବେଳେ ଇଶାନ ଉପରେ ନ‌ଜର ରଖିବାକୁ ଲାଗିଲେ ଏବଂ ରାଜନ୍‌ଠାରୁ ଇଶାନ ବିଷୟରେ ସବୁ ଜାଣିଲେ । ସେ ଇଶାନ୍‌ର ଖାତା ଦେଖିଲେ ଏବଂ ତା' ଭିତରେ ଥିବା ଅସୁବିଧା ବିଷୟରେ ଜାଣିପାରି ତା' ଘରକୁ ଗଲେ, ମାତ୍ର ତା' ବାପା ତାଙ୍କୁ ଗାଳି କରିବା ସ‌ହ ସବୁ ଦୋଷ ଇଶାନ ଉପରେ ଲଦିଦେଲେ ।

ମାତ୍ର ନିକୁମ୍ଭ ହାର୍ ନ ମାନି, ସେ ନିଜେ ଇଶାନ୍‌କୁ ଶିଖାଇବାକୁ ଚେଷ୍ଟା କଲେ, ତାର ବୁଦ୍ଧିକୁ ସଠିକ୍ ଜାଗାରେ କାମରେ ଲଗାଇବାକୁ ଚେଷ୍ଟା କଲେ । ତାକୁ ଥିବା ବେମାରକୁ କେମିତି କାବୁରେ ଅଣାଯାଇପାରିବ, ସେ କିପରି ନିଜର ମସ୍ତିଷ୍କ‌କୁ ନିଜ ଅଧିନରେ ରଖିବ, ସେ ବିଷୟରେ ତାକୁ କିଛି ପ୍ରଶିକ୍ଷଣ ଦେଲେ । ଧୀରେ ଧୀରେ ଇଶାନ ସବୁକିଛି ଶିଖିବାରେ ଲାଗିଲା । ଏହାପରେ ଥରେ ନିକୁମ୍ଭ ସାର୍ ସବୁ ଛାତ୍ର/ଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରିତଯୋଗୀତା କଲେ, ଯେଉଁଥିରେ ଇଶାନ ନିକୁମ୍ଭ ସାର୍‌କୁ ହରାଇ ପ୍ରଥମ ହେଲା ଏବଂ ତା'ର ଚିତ୍ର ସ୍କୁଲ ପତ୍ରିକାର ମୁଖବନ୍ଧ ଭାବରେ ଛପାଗଲା । ପରବର୍ତ୍ତୀ ସମୟରେ ଇଶାନ ମଧ୍ୟ ସାଧରଣ ପିଲାଙ୍କ ପରି ଭଲ ଭାବରେ ପଢ଼ିବାରେ ଲାଗିଲା ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ମହାଦେବନ୍, ଏହସାନ ନୂରାନି, ଲୋଏ ମେଣ୍ଡୋନ୍ସା ।[୭] ପ୍ରସନ୍ନା ଜୋସୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୭] ଶଙ୍କର ମହେଦବନ୍, ଡୋମିନିକ୍, ଭିଭିଏନ୍ନେ, ରମଣ ମହାଦେବନ୍, ଶାନ୍, ଅମିର ଖାଁ, ବିଶାଲ୍, ବଗ୍‌ସ୍ ଭାର୍ଗବ, ଶଙ୍କର ସଚ୍ଚଦେବ, ରାଜ ଗୋପାଳ ଅୟର୍, ରବି ଖନ‌ୱିକର୍, ଲୋଏ ମେଣ୍ଡୋନ୍ସା, ଅମୋଲେ ଗୁପ୍ତେ, କିରଣ ରାଓ, ରାମ୍ ମାଧବାନୀ, ହଜି ସ୍ପ୍ରିଙ୍ଗ୍‌ର୍, ଅଦନାନ୍ ସାମି, ଅରିଏଲ୍ କୋଡ୍ରୋ, ଅନାୟା ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]

ଗୀତ[ସମ୍ପାଦନା]

କ୍ରମଗୀତକଣ୍ଠଶିଳ୍ପୀସମୟ
1."ତାରେ ଜମିନ୍ ପର୍"ଶଙ୍କର ମହେଦବନ୍, ଡୋମିନିକ୍, ଭିଭିଏନ୍ନେ୭:୦୮
2."ଖୋଲୋ ଖୋଲୋ"ରମଣ ମହାଦେବନ୍୫:୦୧
3."ବୁମ୍ ବୁମ୍ ବୋଲେ"ଶାନ୍, ଅମିର ଖାଁ୫:୩୨
4."ଜାମେ ରହୋ"ବିଶାଲ୍୨:୫୯
5."ମାଆ"ଶଙ୍କର ମହାଦେବନ୫:୧୪
6."ଭେଜା କୁମ୍"ଶଙ୍କର ମହାଦେବନ୍, ବଗ୍‌ସ୍ ଭାର୍ଗବ, ଶଙ୍କର ସଚ୍ଚଦେବ, ରାଜ ଗୋପାଳ ଅୟର୍, ରବି ଖନ‌ୱିକର୍, ଲୋଏ ମେଣ୍ଡୋନ୍ସା, ଅମୋଲେ ଗୁପ୍ତେ, କିରଣ ରାଓ, ଅମିର ଖାଁ, ରାମ୍ ମାଧବାନୀ, ହଜି ସ୍ପ୍ରିଙ୍ଗ୍‌ର୍୨:୦୭
7."ମେରା ଜାହାନ୍"ଅଦନାନ୍ ସାମି, ଅରିଏଲ୍ କୋଡ୍ରୋ, ଅନାୟା ୱାଡ଼େକର୬:୩୨

ଆଧାର[ସମ୍ପାଦନା]

  1. "TAARE ZAMEEN PAR (PG) - British Board of Film Classification". 17 December 2007. Archived from the original on 29 October 2013. Retrieved 23 October 2012.
  2. Lahiri, Samhita Chakraborty (7 March 2010). "Screen syndrome". Kolkata Telegraph. Calcutta, India. Archived from the original on 29 July 2010. Retrieved 7 March 2010.
  3. "Top Lifetime Grossers Worldwide (IND Rs)". Boxofficeindia.com. Archived from the original on 21 October 2013.
  4. "Director's Note: Official website for Taare Zameen Par". Archived from the original on 10 April 2008. Retrieved 11 April 2008.
  5. Singh, Harneet (21 May 2007). ""Yes, I have directed Taare Zameen Par" – Aamir Khan". Bollywood Hungama. Archived from the original on 28 July 2010. Retrieved 11 April 2008.
  6. "In 2002, Taare Zameen Par was still called and registered as High Jump". Bollywood Hungama. 28 January 2008. Archived from the original on 21 May 2008. Retrieved 27 July 2010.
  7. ୭.୦ ୭.୧ "Archived copy". Archived from the original on 24 December 2008. Retrieved 2009-01-04.{{cite web}}: CS1 maint: archived copy as title (link)
  8. Verma, Sukanya (5 November 2007). "Taare Zameen Par: Songs of innocence". Rediff.com. Archived from the original on 24 December 2010. Retrieved 24 December 2010.

ବାହାର ଆଧାର[ସମ୍ପାଦନା]