ଅନ୍ତରଙ୍ଗ ସମ୍ପର୍କ

ଉଇକିପିଡ଼ିଆ‌ରୁ

ଅନ୍ତରଙ୍ଗ ସମ୍ପର୍କ ହେଉଛି ବ୍ୟକ୍ତିମାନଙ୍କ ଭିତରର ସମ୍ପର୍କ ଯେଉଁଥିରେ ଭୌତିକ ତଥା ଆବେଗପ୍ରବଣ ଘନିଷ୍ଠତା ଥାାଏ । ଭୌତିକ ଘନିଷ୍ଠତାରେ ବନ୍ଧୁତା, ପ୍ରେମ ସମ୍ପର୍କ କିମ୍ବା ଯୌନ ସମ୍ପର୍କ ଚରିତ୍ର ବର୍ଣ୍ଣନା ରହିଛି । ତେବେ ଅନ୍ତରଙ୍ଗ ସମ୍ପର୍କ ଶବ୍ଦ ସାଧାରଣତଃ ଯୌନ ସମ୍ପର୍କକୁ ସୂଚିତ କରିଥାଏ। [୧]

ଘନିଷ୍ଠତା[ସମ୍ପାଦନା]

ମଣିଷଙ୍କର ସାଧାରଣ ଇଚ୍ଛାଥାଏ କାହାର ହେବା ପାଇଁ, ଭଲ ପାଇବା ପାଇଁ । ଏ ସମ୍ପର୍କ ସମ୍ପୃକ୍ତ କରିଥାଏ ଜଣେ ବା ଅଧିକ ଲୋକଙ୍କ ସହ ଭଲ ପାଇବା, ପ୍ରେମ ସମ୍ପର୍କ, ଯୌନ ଅାକର୍ଷଣ, ଯୌନ ସମ୍ପର୍କ, ଅାବେଗ ପ୍ରବଣତା ତଥା ବ୍ୟକ୍ତିଗତ ସମର୍ଥନ ।ମଣିଷ ଜୀବନରେ ପ୍ରକୃତ ଘନିଷ୍ଠତା ସଂଳାପ, ସ୍ୱଚ୍ଛତା, ପାର୍ଥିବ ତଥା ପର¸ରତାରେ ଥାଏ । ହେଲେ ତାହା ବେଳେବେଳେ ବଦଳିଯାଏ । ଏହାକୁ ଘନିଷ୍ଠ ଏବଂ ସୁଦୃଢ଼ କରିବା ପାଇଁ ଅାବେଗପ୍ରବଣତା ଓ ବ୍ୟକ୍ତଗତ ସମର୍ଥନ ନିହାତି ଅାବଶ୍ୟକ । ଯୁବପିଢ଼ିଙ୍କ ପାଖରୁ ଅନ୍ତରଙ୍ଗ ସମ୍ପର୍କର ମାନସିକ ଫଳାଫଳ ଅଧିକ ଦେଖିବାକୁ ମିଳୁଛି । ସେମାନଙ୍କୁ ଅନ୍ତରଙ୍ଗ ସମ୍ପର୍କ ଗଠନ କରିବା କିମ୍ବା ବଜାୟ ରଖିବାକୁ କଷ୍ଟ ହେଉଥିବା ଜଣାପଡିଛି । ଯୁବପିଡ଼ିଙ୍କର ନିଜ ଅଂଶୀଦାରଠାରୁ ସୀମାବନ୍ଧ ଅନୁଭବଦ୍ୱାରା ନିଜ ଭିତରେ ପ୍ରତିକୂଳ ବ୍ୟାଘାତ ସମ୍ପର୍କ ହେବ ଭୟ ସୃଷ୍ଟି ହେଉଛି । ଅଧ୍ୟୟନରୁ ଜଣା ପଡ଼ିଛି ଯେ ଅନ୍ତରଙ୍ଗ ସମ୍ପର୍କରେ ଭୟ ମାନସିକ ଓ ଦୈହିକ ଅାରାମର ମାନସିକ ଅଶାନ୍ତି ଦେଇଥାଏ କିନ୍ତୁ ଏହାଦ୍ୱାରା ସେମାନେ ଏକା ତଥା ଉଦ୍‍ବେଗ ପ୍ରବଣ ହେଇଥାନ୍ତି ଯାହା ଏକ ଭଲ ଗୁଣ ।.[୨]

ପ୍ରକାର[ସମ୍ପାଦନା]

ବୁଦ୍ଧିଜୀବୀମାନେ ଅନ୍ତରଙ୍ଗ ବା ଘନିଷ୍ଠତା ଚାରି ପ୍ରକାର ଥିବା କହିଛନ୍ତି । ତାହା ହେଲେ ଭୌତିକ, ଭାବପ୍ରବଣ, ବୋଧଶକ୍ତି ଓ ଅନୁଭୂତି ସଂପୃକ୍ତ । ଭୌତିକ ଘନିଷ୍ଠତା ଯୌନ ସମ୍ପର୍କକୁ ସୂଚିତ କରୁଛି । ଭାବପ୍ରବଣ ଘନିଷ୍ଠତା ସମ୍ପର୍କରେ ଥିବା ବିଶ୍ୱାସ ସ ବ୍ୟକ୍ତିଗତ ବନ୍ଧନରୁ ସୃଷ୍ଟି ହୋଇଥାଏ । ବୋଧଶକ୍ତି ସଂକ୍ରାନ୍ତ ଘନିଷ୍ଠତା ସେତେସେଳେ ହେଇଥାଏ ଯେତେବେଳେ ସେମାନେ ଉଭୟଙ୍କ ଭିତରେ ଥିବା ସମାନତାକୁ ଉପଭୋଗ କରିଥାନ୍ତି । ଶେଷରେ ଅନୁଭୂତି ଘନିଷ୍ଠତା ସମ୍ପର୍କରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପାର¸ରିକ ବନ୍ଧୁତା ରଖି ସମସ୍ତ କାର୍ଯ୍ୟରେ ସହଯୋଗ କରିଥାନ୍ତି ।

ଭୌତିକ ତଥା ଭାବପ୍ରବଣତା[ସମ୍ପାଦନା]

ଯୌନ ତଥା ଅାବେଗପ୍ରବଣତାର ଅନ୍ତରଙ୍ଗ ସମ୍ପର୍କ ପାଇଁ ପ୍ରେମ ହେଉଛି ଏକ ବିଶେଷ ଗୁଣ । ପ୍ରେମର ତିନୋଟି ପ୍ରକାର ଅଛି । କାମାସକ୍ତ ପ୍ରେମ ଯାହା ଯୌନ ସମ୍ପର୍କକୁ ବୁଝାଇଥାଏ । ସାଥୀଙ୍କ ପ୍ରେମ ବା ପାର¸ରିକ ସମ୍ବନ୍ଧ ଯାହା ଉଭୟଙ୍କ ପାଇଁ ପାର¸ରିକ ସମ୍ପର୍କ, ପାରସ୍ପରିକ ସାବଧାନତା, ବନ୍ଧନ, ସ୍ୱଳ୍ପ ଅାସକ୍ତ ଭାବ ଥାଏ । ଶେଷରେ ଉତ୍ସର୍ଗୀକୃତ ପ୍ରେମ ଯାହା ଭଗବାନକୁ ଉତ୍ସର୍ଗ କରିଥାଏ । ଏମାନଙ୍କ ପାଇଁ ମଣିଷ ସେବା ହିଁ ଅସଲ ପ୍ରେମ ।

ପ୍ରୟୋଗିକ ଗବେଷଣା[ସମ୍ପାଦନା]

୧୮୯୮ ମସିହାରେ ମୁନ୍ରୋ ସାତରୁ ଷୋହଳ ବର୍ଷ ବୟସର ୨୩୩୬ ପିଲାଙ୍କୁ ନେଇ ଏକ ଗବେଷଣା କରିଥିଲେ । ପିଲାମାନଙ୍କୁ ପଚରାଯିବାରୁ ସେମାନେ କହିଥିଲେ ଯେ ସେମାନଙ୍କୁ ତାଙ୍କ ବୟସର, ସମାନ ଉଚ୍ଚତାର, ସମାନ ଲିଙ୍ଗର ତଥା କୌଣସି ଝଗଡ଼ାରେ ସମ୍ପୃକ୍ତ ନ ରହୁଥିବା ଏବଂ ମଣିଷ ତଥା ପଶୁଙ୍କୁ ଭଲ ପାଉଥିବା ସାଙ୍ଗଟିଏ ପାଇବା ପାଇଁ ପସନ୍ଦ କରନ୍ତି । ମୁନ୍ରୋଙ୍କ ଏହି ଗବେଷଣା ସମ୍ପର୍କ ବିଜ୍ଞାନରେ ସୃଷ୍ଟି ହୋଇଥିବା ଅନୁମାନ କରାଯାଇଛି ।

ଏବେ ଅନ୍ତରଙ୍ଗ ସମ୍ପର୍କ ଉପରେ ହେଉଥିବା ଗବେଷଣା ବିଭିନ୍ନ ଗୋଷ୍ଠୀ, ବର୍ଗ, ଶ୍ରେଣୀର ଲୋକମାନଙ୍କୁ ନେଇ କରାଯାଉଛି । ଏଥିରେ ପରିବାର, ସାଙ୍ଗସାଥୀ, ପ୍ରେମ ସମ୍ପର୍କ ଇତ୍ୟାଦି ବିଭିନ୍ନ ବିଷୟରେ ଅାଲୋଚନା କରାଯାଉଛି । ଗବେଷଣାରୁ ଜଣାପଡ଼ିଛି ଯେ ବିବାହିତ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କରେ ଭେଦ ଦେଖିବାକୁ ମିଳୁଛି ।

ପୂରାତନ ଦାର୍ଶନିକ[ସମ୍ପାଦନା]

ଅନ୍ତରଙ୍ଗ ସମ୍ପର୍କ ବିଷୟରେ ୨,୩୦୦ ବର୍ଷ ପୂର୍ବେ ଅାରିଷ୍ଟୋଟାଲ୍‍ କହିଥିଲେ, ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର ସେତେବେଳେ ହେଇଥାଏ ଯେତେବେଳେ ସେ ନିଜେ ବନ୍ଧୁତାପୂର୍ଣ୍ଣ ହେଇଥାଏ ତଥା ଅନ୍ୟ ଜଣ ମଧ୍ୟ ତା ପ୍ରତି ବନ୍ଧୁତାପୂର୍ଣ୍ଣ ହୋଇଥାଏ । ସେ ଅାହୁରି କହିଥିଲେ ଯେ ପରସ୍ପରଙ୍କ ପ୍ରତି ଭଲ ପାଇବା ତଥା ନିଜର ଭଲ ଗୁଣ ହିଁ ଅନ୍ତରଙ୍ଗ ସମ୍ପର୍କକୁ ସୁଦୃଢ଼ କରିଥାଏ ।

ଆଧାର[ସମ୍ପାଦନା]

  1. Miller, Rowland & Perlman, Daniel (2008). Intimate Relationships (5th ed.). McGraw-Hill. ISBN 978-0-07-337018-7
  2. Dalton, M. (1959) Men Who Manage, New York: Wiley.