ଶାବନୁର୍

ଉଇକିପିଡ଼ିଆ‌ରୁ
ଶାବନୁର୍
কাজী শারমিন নাহিদ নূপুর
ଶାବନୁର୍‌ଙ୍କର ମଡେଲିଂ ଫଟୋ
Born
କାଜି ଶର୍ମିନ୍ ନହିଦ୍ ନୁପୁର

(1975-12-17) ୧୭ ଡିସେମ୍ବର ୧୯୭୫ (ବୟସ ୪୮)[୧]
ଜେସର୍, ଖୁଲ୍‌ନା, ବଙ୍ଗଳାଦେଶ
Nationalityବଙ୍ଗଳଦେଶୀ
Other namesନୂପୁର[୨]
Occupationଅଭିନତ୍ରୀ
Years active୧୯୯୪–ଏବେଯାଏଁ
Spouseଅନୀକ ମହମଦ[୩] (୨୦୦୬-ଏବେଯାଏଁ)
Childrenଆଇଜାନ୍ ନେହାନ୍
Awardsଜାତୀୟ ଚଳଚ୍ଚିତ୍ର ପୁରସ୍କାର[୪][୪]

କାଜି ଶର୍ମିନ୍ ନହିଦ୍ ନୁପୁର (ଜନ୍ମ: ୧୭ ଡିସେମ୍ବର ୧୯୭୫), ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । ସେ ଶାବନୁର୍ ଭାବରେ ପରିଚିତା ।[୫] ୧୯୯୩ ମସିହାରେ ସେ ଚଳଚ୍ଚିତ୍ର ଜଗତରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ନିର୍ମାତା ନିର୍ମାତା ଏଥେସାମ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଚାନ୍ଦିନୀ ରାତେ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ।[୬][୭] ତାଙ୍କର ପ୍ରଥମ ସଫଳତମ ଚଳଚ୍ଚିତ୍ର ଥିଲା ୧୯୯୪ରେ ମୁକ୍ତିଲାଭ କରିଥିବା ଦୁନିଆର ବାଦ୍‌ଶାହା । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ଅମିନ୍ ଖାନ୍ ଏବଂ ସଲମାନ ଶାଃ ଅଭିନୟ କରିଥିଲେ । ୧୯୯୬ରେ ସଲମାନଙ୍କ ମୃତ୍ୟୁ ହେବା ଆଗରୁ ଶାବନୁର୍ ତାଙ୍କ ସ‌ହ ପ୍ରାୟତଃ ସବୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ସଲମାନଙ୍କ ସ‌ହ ସେହି ସମୟରେ ୧୪ଟି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଯାହାକି ବଙ୍ଗଳାଦେଶୀ ଚଳଚ୍ଚିତ୍ର ଜଗତରେ ସବୁଠାରୁ ଅଧିକ ସଫଳ ପାଇଥିବା ଚଳଚ୍ଚିତ୍ର ମଧ୍ୟରେ ଗଣାଯାଏ । ସଲମାନଙ୍କ ସ‌ହ ସେହି ଦୁଇ ବର୍ଷରେ ତାଙ୍କର ୧୪ଟି ଚଳଚ୍ଚିତ୍ର ଏକ ବଡ଼ ଇତିହାସ ରଚିଯାଇଥିଲା ସେହି ସମୟରେ । ଅମିନ ଖାନ୍, ଓମାର ସନେ ଭଳି ଅଭିନେତାଙ୍କ ସ‌ହ ତାଙ୍କର ଅନେକ ଚଳଚ୍ଚିତ୍ର ସଫଳ ହୋଇଥିଲା । ସଲମାନଙ୍କର ମୃତ୍ୟୁପରେ ସେ ରିଆଜ୍ ଏବଂ ଶକିଲ ଭଳି ଅଭିନେତାଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ । ସେ ମନ୍ନାଙ୍କ ସ‌ହ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୦୫ରେ ଶାବନୁର୍‌ଙ୍କ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହି ପୁରସ୍କାର ତାଙ୍କୁ ଦୁଇ ନୟନର ଆଲୋ ପାଇଁ ମିଳିଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶାବନୁର୍ ୧୭ ଡିସେମ୍ବର ୧୯୭୫ରେ ବଙ୍ଗଳାଦେଶର ଜେସର୍ ଜିଲ୍ଲାର ନବରାୟଣ‌ଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ‌ବେଳେ ତାଙ୍କ ପରିବାର ତାଙ୍କ ନାମ ରଖିଥିଲେ କାଜି ଶର୍ମିନ୍ ନହିଦ୍ ନୁପୁର । ଏହାପରେ ଧିରେ ଧିରେ ତାଙ୍କ ନାମ ପରିବର୍ତ୍ତନ ହୋଇ ଶାବନୁର୍ ରଖାଯାଇଥିଲା । ସେ ଅଭିନୟ ଜଗତରେ ଏହି ନାମରେ ପରିଚିତା । ଶାବନୁର୍ ଅର୍ଥ ରାତ୍ରି ଆଲୋକ । ଶାବନୁର୍‌ଙ୍କ ପିତାଙ୍କର ନାମ ଶାହାଜାହାନ ଚୌଧୁରୀ । ସେ ତାଙ୍କ ପରିବାରର ସବୁ ଭାଇ ଭଉଣୀଙ୍କ ମଧ୍ୟରେ ବଡ଼ । ତାଙ୍କର ଗୋଟିଏ ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି ।[୨]

କଥାଚିତ୍ର ଜୀବନ[ସମ୍ପାଦନା]

ଶାବନୁର୍‌ଙ୍କର ପ୍ରଥମ ଚଳଚ୍ଚିତ୍ର ୧୯୯୩ରେ ମୁକ୍ତିଲାଭ କରିଥିଲା । ନିର୍ଦ୍ଦେଶକ ଏଥେସାମ୍‌ଙ୍କର ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ ଚାନ୍ଦିନୀ ରାତେ ଜରିଆରେ ସେ ତାଙ୍କର ଅଭିନୟ ଜୀବର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ନାୟକ ଭାବରେ ଅଭିନୟ କରିଥିଲେ ସବିର୍ । ଏହି ଚଳଚ୍ଚିତ୍ରଟି ସେତେ ଭଲ ବ୍ୟବସାୟ କରିନଥିଲା । ଏହାପରେ ସେ ସଲମାନ ଶାଃଙ୍କ ସ‌ହ ୧୪ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ସବୁଯାକ ଚଳଚ୍ଚିତ୍ର ସେତେବେଳେ ବ‌ହୁତ ସଫଳତା ପାଇଥିଲା । ସଲମାନଙ୍କ ସ‌ହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତୁମି ଆମାର୍ ୧୯୯୪ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜ‌ହିରୁଲ୍ ହକ୍ । ସଲମାନ‌ଙ୍କ ସ‌ହ ଶାବନୁର୍‌ଙ୍କର ଲଗାତାର ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ୬ ସେପ୍ଟେମର ୧୯୯୬ରେ ସଲମାନ ଆତ୍ମହତ୍ୟା କରିଥିଲେ । ତାଙ୍କର ମୃତ୍ୟୁ ପରେ ମଧ୍ୟ ସଲାମାନଙ୍କ ସ‌ହ ଅଭିନୀତ କଥାଚିତ୍ରଗୁଡ଼ିକ ମୁକ୍ତିଲାଭ କରିଥିଲା । ସେ ସଲମାନଙ୍କ ସ‌ହ ଚଳଚ୍ଚିତ୍ର କରୁଥିବା ବେଳେ ମାତ୍ର ଗୋଟିଏ ଚଳଚ୍ଚିତ୍ରରେ ଓମାର ସନ୍ନିଙ୍କ ସ‌ହ ଅଭିନୟ କରିଥିଲେ । ସଲମାନଙ୍କର ମୃତ୍ୟୁ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ ଦୁଇଟିରେ ଅମୀନ ଖାନ୍ ଏବଂ ଫେରଦୋସ୍ ଅହମଦ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶାବନୁର୍‌ଙ୍କର ୬ ଡିସେମ୍ବର ୨୦୧୧ରେ ଅନୀକ ମହମଦଙ୍କ ସ‌ହ ନିର୍ବନ୍ଧ ହୋଇଥିଲା । ଏହାପରେ ସେ ୨୮ ଡିସେମ୍ବର ୨୦୧୨ରେ ତାଙ୍କୁ ବିବାହ କରିଥିଲେ ।[୮][୯] ଅନୀକ ଜନେ ବ୍ୟବସାୟୀ ଏବଂ ଉଦ୍ୟୋଗପତି ।[୮] ଏହାପରେ ସେ ଅଷ୍ଟେଲିଆର ବାସ କରିଥିଲେ । ୨୯ ଡିସେମ୍ବର ୨୦୧୩ରେ ତାଙ୍କର ଗୋଟିଏ ପୁଅ ହୋଇଥିଲା । ତାଙ୍କର ପୁଅର ନାମ ରଖାଯାଇଥିଲା ଆଇଜାନ୍ ନେହାନ୍[୨][୧୦] ସେ ଢାକାରେ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।

ଆଧାର[ସମ୍ପାଦନା]

  1. নতুন বছরে নতুন শাবনূর. Banglanews24.com (in Bengali). 17 December 2014. Retrieved 2015-07-03. {{cite news}}: Invalid |script-title=: missing prefix (help)
  2. ୨.୦ ୨.୧ ୨.୨ জয়ন্ত সাহা (December 30, 2013). সন্তান নিয়ে মার্চে ফিরছেন শাবনূর. bdnews.com. Retrieved 2015-07-03. {{cite news}}: Invalid |script-title=: missing prefix (help)
  3. "Shabnur finally introduces her husband". Archived from the original on 2017-12-10. Retrieved 2017-11-30.
  4. ୪.୦ ୪.୧ "The Queen of Dhaliwood returns". The Daily Star. 5 June 2012. Archived from the original on 2015-07-04. Retrieved 2015-07-03.
  5. শাবনূরের আজ জন্মদিন. 17 December 2014. Retrieved 2015-07-03. {{cite news}}: Invalid |script-title=: missing prefix (help)
  6. "Shabnur: Leading lady of Dhaka tinseltown". The Daily Star. 23 December 2006. Archived from the original on 2015-02-05. Retrieved 2015-07-03.
  7. "Film actress Shabnur and Purnima quitting film industry". Archived from the original on 2017-02-19. Retrieved 2017-11-30.
  8. ୮.୦ ୮.୧ শাবনূরের বিয়ের তারিখ নিয়ে বিভ্রান্তি. Prothom Alo. December 6, 2013. Archived from the original on 2014-01-19. Retrieved 2015-07-03. {{cite news}}: Invalid |script-title=: missing prefix (help)
  9. ছেলে সন্তানের মা হচ্ছেন শাবনূর!. Ittefaq. November 30, 2013. {{cite news}}: Invalid |script-title=: missing prefix (help)
  10. "Shabnur returns home". Archived from the original on 2017-12-10. Retrieved 2017-11-30.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ Shabnur