ଆଉପୀ କରିମ୍

ଉଇକିପିଡ଼ିଆ‌ରୁ
ଆଉପୀ କରିମ୍
ଜନ୍ମ
ସ୍ୟେଦା ତୁହିନ୍ ଅର କରିମ୍

୧ ମଇ ୧୯୭୯
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଶିକ୍ଷିକା, ଅଭିନେତ୍ରୀ, ମଡେଲ
ବୈବାହିକ-ସାଥୀs
ଅସିର ଅହମଦ
(m. ୨୦୦୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ମସୁଦ ହାସନ ଉଜ୍ଜଳ
(m. ୨୦୧୧; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ଏନାମୁନ କରିମ୍ ନିର୍ଝର
(m. ୨୦୧୬)
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଆଉପୀ କରିମ୍ (ଜନ୍ମ: ୧ ମଇ ୧୯୭୯) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ତାଙ୍କର ପ୍ରକୃତ ନାମ ହେଉଛି ସ୍ୟେଦା ତୁହିନ୍ ଅର କରିମ୍ । ସେ ଅଭିନୟ ସ‌ହ ମଡେଲିଂ ଏବଂ ନୃତ କରନ୍ତି ।[୧] ଏତଦ ବ୍ୟତୀତ ସେ ଏକ ବିଦ୍ୟାଳୟରେ ଶିକ୍ଷିକା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଆଉପୀ ବଙ୍ଗଳାଦେଶର ଆମେରିକାନ୍ ଇଣ୍ଟରନ୍ୟାସନାଲ୍ ୟୁନିଭର୍‌ସିଟିରେ ବାସ୍ତୁବିତ୍ ଶିକ୍ଷିକା ରୂପରେ ସେ ଏବେ ଶିକ୍ଷାଦାନ କରୁଛନ୍ତି ।[୨] ୧୯୯୯ ମସିହାରେ ଆଉପୀ ଲକ୍ସ ପ୍ୟାସିଓନେଟିକ୍ ପ୍ରତିଯୋଗୀତାରେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ । ଆଉପୀ ବଙ୍ଗଳାଦେଶର ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି । ସେ ମଞ୍ଚ ଅଭିନୟ ସ‌ହ ବିଜ୍ଞାପନରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି ।

ଜନ୍ମ ଏବଂ ଶିକ୍ଷା[ସମ୍ପାଦନା]

ଆଉପୀ ୧ ମଇ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ବଙ୍ଗଳାଦେଶ ବାୟୁ ସେନା ଶାହୀନ ମହାବିଦ୍ୟାଳୟରୁ ଶେଷ କରିଥିଲେ ।[୩] ଏହାପରେ ସେ ତାଙ୍କର ମହାବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ବାସ୍ତୁବିଜ୍ଞାନରେ ସ୍ନାତକ କରିଥିଲେ । ୨୦୦୫ ମସିହାରେ ବଙ୍ଗଳାଦେଶ ୟୁନିଭରସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ବୈଷୟିକ ମହାବିଦ୍ୟାଳୟରୁ ସେ ତାଙ୍କର ସ୍ନାତକ ହାସଲ କରିଥିଲେ ।[୨] ଏହାପରେ ସେ ବାସ୍ତବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ସେ ଜର୍ମାନରେ ତାଙ୍କର ସ୍ନାତକୋତ୍ତର ଶେଷ କରିଥିଲେ । ଜର୍ମାନର ଅନହଲଟ୍ ୟୁନିଭରସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ସ୍ନାତକ ହାସଲ କରିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

୧୯୯୯ ଲକ୍ସ ପ୍ୟସିଓନେଟିକ୍ କାର୍ଯ୍ୟକ୍ରମରେ ମିସ୍ ଫଟୋଜିଏନିକ୍ ପୁରସ୍କାର ପାଇବା ପରେ ଆଉପୀ ୨୦୦୪ରେ ବାଚେଲର ନାମକ ଏକ ଚଳଚ୍ଚିତ୍ରରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୪] ଏହାପରେ ସେ ତାଙ୍କର ପାଠପଢ଼ାରେ ମନ ନିବେଶ କରିଥିଲେ ଏବଂ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ ଜାରି ରଖିଥିଲେ । ୨୦୦୩ ଏବଂ ୨୦୦୫ରେ ଆଉପୀ ଦର୍ଶକଙ୍କର ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୫][୬] ୨୦୦୭ରେ ସେ ସମୀକ୍ଷକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଆଉପୀ ୨୦୧୧ରେ ଜର୍ମାନରେ ତାଙ୍କର ପାଠପଢ଼ା ଶେଷ କରିବା ପରେ ମସୁଦ ହାସନ ଉଜ୍ଜଳଙ୍କୁ ବିବାହ କରିବା ପରେ ବଙ୍ଗଳାଦେଶରେ ସବୁଦିନ ପାଇଁ ରହିବାକୁ ସ୍ଥିର କଲେ ଏବଂ ଏକ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେତେବେଳେ ସେ ରେଦନ ରାଣୀଙ୍କ ନିର୍ଦ୍ଦେଶିତ ଧାରାବାହିକ ହାଉସ‌ଫୁଲ୍‌ରେ ଅଭିନୟ କରୁଥିଲେ । ୨୦୧୩ରେ ମସୁଦଙ୍କ ସ‌ହ ତାଙ୍କର ବିବାହ ବିଚ୍ଛେଦ ହେବା ପରେ ସେ ତାଙ୍କର ଅଭିନୟର ସମୟ ସ୍ୱଳ୍ପ କରିଦେଇଥିଲେ । ଏହାପରେ ସେ କେତେକ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ସେ କେତେକ ରିଆଲିଟି ସୋ'ରେ ମଧ୍ୟ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।[୭] ଆଉପୀ ଜଣେ ପ୍ରଶିକ୍ଷିତ କଥକ ନର୍ତ୍ତକୀ । ସେ ଅନେକ କଥକ ନୃତ୍ୟ ପରିବେଷଣ କରିଛନ୍ତି ।[୮]

ପୁରସ୍କାର[ସମ୍ପାଦନା]

  • ୨୦୦୩: ଦର୍ଶକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ
  • ୨୦୦୪: ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ଅଭିନେତ୍ରୀ)
  • ୨୦୦୫: ଦର୍ଶକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ
  • ୨୦୦୭: ସମୀକ୍ଷକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ

ବୈବାହିକ ଜୀବନ[ସମ୍ପାଦନା]

ଆଉପୀ କରିମ୍ ୨୦୦୭ରେ ଅସିର ଅହ‌ମଦଙ୍କୁ ବିବାହ କରିଥିଲେ ।[୯] ଏହାପରେ ୨୦୧୦ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଛାଡ଼ପତ୍ର ପରେ ସେ ୨୦୧୧ ସେପ୍ଟେମ୍ବର ୨ରେ ମସୁଦ ହାସନ ଉଜ୍ଜଳଙ୍କୁ ବିବାହ କରିଥିଲେ । ମସୁଦ୍ ଜଣେ ଦୂରଦର୍ଶନ ଧାରାବାହିକର ପ୍ରଯୋଜକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ୨ୟ ବିବାହ ମଧ୍ୟ ଅଳ୍ପ କେଇ ଦିନରେ ବିଚ୍ଛେଦ ଘଟିଲା । ଫଳରେ ମଇ ୨୦୧୩ରେ ଉଭୟଙ୍କ ଉଭୟଙ୍କୁ ଛାଡ଼ପତ୍ର ଦେଲେ ।[୧୦] ଏହାପରେ ଆଉପୀ ପୁଣିଥରେ ୨୦୧୬ରେ ବିବାହ କରିଥିଲେ । ୩ୟ ଥର ଆଉପୀ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ବାସ୍ତୁବିଦ୍ ଏନାମୁନ କରିମ୍ ନିର୍ଝରଙ୍କୁ ବିବାହ କରିଥିଲେ ।[୧୧]

ଆଧାର[ସମ୍ପାଦନା]

  1. Rafi Hossain (April 18, 2015). "One woman many roles: Aupee Karim". The Daily Star.
  2. ୨.୦ ୨.୧ ୨.୨ "School of Architecture". aiub.edu. Retrieved May 11, 2015.
  3. "Aupee Karim at DS Cafe". The Daily Star. June 4, 2010. Archived from the original on May 18, 2015. Retrieved November 28, 2017.
  4. "National Film Awards for the last fours years announced". The Daily Star. 2008-09-01. Archived from the original on 2016-01-29. Retrieved October 4, 2015.
  5. "Meril-Prothom Alo Award handed over". The Daily Star. May 22, 2004. Archived from the original on March 4, 2016. Retrieved November 28, 2017.
  6. "Meril-Prothom Alo awards for 2005 given". The Daily Star. May 13, 2006. Archived from the original on October 1, 2016. Retrieved November 28, 2017.
  7. "A busy year for TV artistes". The Daily Star. December 26, 2014.
  8. "Aupee's big day at Shilpakala Academy". The Daily Star. March 19, 2010. Archived from the original on May 18, 2015. Retrieved November 28, 2017.
  9. "Aupi Karim ties the knot". The Daily Star. October 30, 2007. Archived from the original on May 18, 2015. Retrieved November 28, 2017.
  10. "Heart to heart with Aupee Karim and Masud Hasan Ujjol". The Daily Star. October 30, 2011. Archived from the original on May 18, 2015. Retrieved May 11, 2015.
  11. "Aupee Karim ties the knot". The Daily Star. 21 July 2016. Retrieved 21 July 2016.

ବାହାର ଆଧାର[ସମ୍ପାଦନା]