କବୋରୀ ସରୱର

ଉଇକିପିଡ଼ିଆ‌ରୁ
କବୋରୀ ସରୱରକୁ
কবরী
ଜନ୍ମ
ମୀନା ପାଲ୍

(1950-07-09) ୯ ଜୁଲାଇ ୧୯୫୦ (ବୟସ ୭୩)
ଚିତ୍ତଗୋଙ୍ଗ, ପୂର୍ବ ବଙ୍ଗଳା (ଏବେ ବଙ୍ଗଳାଦେଶ)
ଜାତୀୟତାବଙ୍ଗଳାଦେଶୀ
ଅନ୍ୟ ନାମସରାହ୍ ବେଗମ କୋବୋରୀ
ବୃତ୍ତି(ସମୂହ)ଅଭିନେତ୍ରୀ, ରାଜନୀତିଜ୍ଞ ଏବଂ ସମାଜ ସେବୀ; ମାନବାଧିକାର ସୁରକ୍ଷାକର୍ମୀ
ସକ୍ରିୟ ବର୍ଷ୧୯୬୪–ଏବେଯାଏଁ
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ବଚସାସ ପୁରସ୍କାର

କବୋରୀ ସରୱର (ଜନ୍ମନାମ: ମୀନ ପାଲ୍,[୧] ଜନ୍ମ: ୯ ଜୁଲାଇ ୧୯୫୦) ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ।[୨] ବଙ୍ଗଳା ଚଳଚ୍ଚିତ୍ର ସରେଙ୍ଗ ବୋଉ ("ଅଧିନାୟକର ପତ୍ନୀ") ପାଇଁ ସେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୨୦୦୮ରେ ସେ ଆୱାମି ଲିଗ୍‌ରୁ ବଙ୍ଗଳାଦେଶ ସଂସଦକୁ ନିର୍ବାଚିତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କବୋରୀ ସରୱର ୯ ଜୁଲାଇ ୧୯୫୦ରେ ପୂର୍ବ ବଙ୍ଗଳାର ଚିତ୍ତଗୋଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଚିତ୍ତଗୋଙ୍ଗର ସାର୍ ଆଶୁତୋଷ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ ।[୩]

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

ଅଳ୍ପ ବୟସରେ ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ । ୧୯୬୪ ମସିହାରେ କବୋରୀ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ସୁତୋରଙ୍ଗ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁବାଷ ଦତ୍ତ । ସୁବାଷ ପାଖାପାଖି ୪୦ ବର୍ଷ ପରେ ୨୦୦୪ରେ କବୋରୀ ସର‌ୱରଙ୍କ ନିର୍ଦ୍ଦେଶନାରେ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଥିଲା ଆଇନା ।

କବୋରୀ ସର‌ୱର ଫାରୁକୀଙ୍କ ସ‌ହ ସୁଜୋନ ଶୋଖି ଏବଂ ସରେଙ୍ଗ ବୋହୂ ଭଳି କିଛି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସରେଙ୍ଗ ବୋହୂ ପାଇଁ ସେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୧୯୭୦ରେ ସେ ବୁଲବୁଲ ଅହମଦଙ୍କ ସ‌ହ ଦେବଦାସ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ରାତ୍ୱିକ ଘାତକଙ୍କ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଥିଲା ତିତଷ ଏକତି ନ‌ଦୀର ନାମ । ସେ ଏକ ଉର୍ଦ୍ଦୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଏଲ । ରହମାନ‌ଙ୍କ ସ‌ହ ସେ ଏହି ଚଲଚ୍ଚିତ୍ରଟିରେ ଅଭିନୟ କରିଥିଲେ । ଜାହିର ରାଇହନଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ହେଉଛି ବାହାନା ।

କବୋରୀ ସର‌ୱର ରଜାକ, ଅଲାମଗିର, ସୋହେଲ ରାଣା, ଉଜ୍ଜ୍ୱଳ, ୱସିମ, ଖାନ ଆତୁଅର ରହମାନ, ଗୋଲାମ ମୁସ୍ତଫା, ଅନବର ହୁସେନ ଏବଂ ଏ.ଟି.ଏମ୍. ଶମସୁଜାମ୍‌ ଭଳି ଅଭିନେତାଙ୍କ ସ‌ହ ଅଭିନୟ କରିଥିଲେ ।

ଏହାପରେ କବୋରୀ ସର‌ୱର ଚଳଚ୍ଚିତ୍ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୨୦୦୬ରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନ୍ୟ ମୁକ୍ତିଲାଭ କରିଥିଲା ।[୫]

ରଜନୀତି ଜୀବନ[ସମ୍ପାଦନା]

ବଙ୍ଗଳାଦେଶର ସ୍ୱାଧୀନତା ଯୁଦ୍ଧ ସମୟରେ ସେ ଭାରତରୁ ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୨] ଏହି ଯୁଦ୍ଧ ସମୟରେ ସେ ଜଣେ ପ୍ରଥମ ମହିଳା କର୍ମୀ ଥିଲେ, ଯିଏକି ଭାରତୀୟ ଆକାଶବାଣୀରୁ ନିୟମିତ ପ୍ରସାରଣ କରୁଥିଲେ । ଏହା ପରଠାରୁ ପ୍ରାୟ ସବୁ ବେଳେ ସେ ରାଜନୀତିରେ ସକ୍ରିୟ ରହିଛନ୍ତି । ସେ ଜଣେ ସାଂସଦ ଭାବରେ ଏବେ ସଂସଦରେ କାର୍ଯ୍ୟ କରୁଛନ୍ତି । ନାରାୟଣ‌ଗଞ୍ଜ ଜିଲାର ଚାରି ନମ୍ବର ଆସନରୁ ସେ ବଙ୍ଗଳାଦେଶ ସଂସଦକୁ ନିର୍ବାଚିତ ହୋଇଥିଲେ ।

ନିଜସ୍ୱ ଜୀବନ[ସମ୍ପାଦନା]

କବୋରୀ ସରୱର ଚିତ୍ତ ଚୌଧୁରୀଙ୍କୁ ବିବାହ କରିଥିଲେ । ଏହାପରେ ସେ ୧୯୭୮ରେ ଚିତ୍ତ ଚୌଧୁରୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହାପରେ ସେ ଶାଫିଉଦ୍ଦିନ ସର‌ୱରଙ୍କୁ ବିବାହ କରିଥିଲେ । ରାଜନୈତିକ କାରଣ ପାଇଁ ଶାଫିଉଦ୍ଦିନ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ।[୬] She has five sons.[୨] ଏହାପରେ ସେ ଆଲିଆସ ବାବୁ ସର‌ୱରଙ୍କୁ ବିବାହ କରିଥିଲେ ।

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

  • ସୁତୋରଙ୍ଗ
  • ଜଳଛବି
  • ଅରବିନ୍ଦ
  • ବସୋରୀ
  • ଜେ ଆଗୁନେ ପୁରୀ
  • ଦୀପ ନେଭେ ନାଇ
  • ଦର୍ପ ଚୂର୍ଣ୍ଣ
  • ଲାଲୋନ ଫକୀର
  • ଟିଟାସ ଏକ୍‌ତି ନ‌ଦୀର୍ ନାମ୍
  • ସୁଜୋନ ଶୋଖି
  • ନୀଲ୍ ଆକାଶର୍ ନିଚେ
  • ମୋୟନମୋତି
  • ଆଗନ୍ତୁକ
  • ଆକାବାକା
  • କୋତୋ ଯେ ମିନତୀ
  • ଅଧିକାର
  • ସ୍ମିତିତୁକୁ ଥକ
  • ସୋରେଙ୍ଗ ବୋହୂ
  • ରଙ୍ଗବାଜ
  • ବେଇମାନ
  • ଆବାକ୍ ପୃଥିବୀ
  • କଞ୍ଚ କଟ ହୀରା
  • ଉ‌ପ‌ହାର
  • ଅମଦେର ସନ୍ତୋନ
  • ସାତ୍ ଭାଇ ଚମ୍ପା
  • ମୋତିମହଲ
  • ପାରୁଲେର ସଂସାର
  • ଅରୁଣ ବରୁଣ
  • କୀରଣମାଳା
  • ହୀରାମୋନ
  • ସାଗର ଭାଷା
  • ଦେବଦାସ
  • ବିନିମୟ
  • ମସୁଦ ରାଣା
  • ଆମର ଜନ୍ମ‌ଭୂମି

ଆଧାର[ସମ୍ପାଦନା]

  1. Afsar Ahmed (6 May 2005). "Tit Bits – The celebrity name game". The Daily Star. Archived from the original on 4 March 2016. Retrieved 28 December 2015.
  2. ୨.୦ ୨.୧ ୨.୨ "Political career spells divorce for Bangladeshi actress". asiaone news. 23 November 2008. Archived from the original on 22 December 2015. Retrieved 16 January 2013.
  3. মিষ্টি মেয়ের ৫০ বছর. BD Times 71 (in Bengali). Archived from the original on 16 October 2015. Retrieved 31 October 2015. {{cite news}}: Invalid |script-title=: missing prefix (help)
  4. অভিনেত্রী কবরীর ৫০ বছর (in Bengali). Prothom Alo. 4 June 2014. Archived from the original on 5 July 2014. Retrieved 11 November 2017. {{cite news}}: Invalid |script-title=: missing prefix (help)
  5. "Heroine searching for heroine". Prothom Alo. 27 February 2015. Archived from the original on 27 February 2015. Retrieved 11 November 2017.
  6. "Actress Kabori divorced". The Daily Star. 20 November 2008. Archived from the original on 4 March 2016. Retrieved 15 September 2015.