ସାରିକା ସବ୍ରିନ
ସାରିକା ସବ୍ରିନ | |
---|---|
সারিকা সাবরিন | |
ଜନ୍ମ | ସାରିକା ସବ୍ରିନ ୨୩ ସେପ୍ଟେମ୍ବର ୧୯୯୨ ଚିତ୍ତଗଙ୍ଗ, ବଙ୍ଗଳାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୮- ଏବେଯାଏଁ |
ଉଚ୍ଚତା | 5 ft 5 in (165 cm) |
ବୈବାହିକ-ସାଥୀ | ମହିମ କରିମ (୨୦୧୪–୨୦୧୬) [୧] |
ପିତାମାତା(s) | ଶଫିଏର ରହମାନ (ବାପା) ରୋଜି ରହମାନ (ମାଆ) |
ପୁରସ୍କାର | ବଚସାସ ପୁରସ୍କାର |
ସାରିକା ସବ୍ରିନ (ଜନ୍ମ: ୨୩ ସେପ୍ଟେମ୍ବର ୧୯୯୨) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ ।[୨] ସାରିକା ୨୦୦୮ରେ ବଙ୍ଗଳା ଦୁରଦର୍ଶନ ଧାରାବାହିକ ଚମେଲିଆ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ୨୦୧୨ରେ ସେ ଅମର ଅମି ନାମକ ଏକ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସାରିକା ବଙ୍ଗଳାଦେଶର ଚିତ୍ତଗୋଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୩ ସେପ୍ଟେମ୍ବର ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଶାହିଏର ରହମାନ ଜଣେ ବ୍ୟାଙ୍କ କର୍ମଚାରୀ । ସେ ଏକ ବ୍ୟାଙ୍କରେ କାର୍ଯ୍ୟକାରୀ ଉପ-ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମାଆ ରୋଜି ରହମାନ ଜଣେ ଶିକ୍ଷିକା । ସେ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଧକ୍ଷା ଭାବରେ କାର୍ଯ୍ୟରତ । ସାରିକାଙ୍କର ଜଣେ ଭାଇ ଅଛନ୍ତି । ସେ ମେଡିକାଲ ପାଇଁ ପଢ଼ୁଥିଲେ । ଛୋଟବେଳେ ସାରିକା ଜଣେ ବିମାନ ଚାଳକ ହେବାର ସ୍ୱପ୍ନ ରଖିଥିଲେ, ମାତ୍ର ତାଙ୍କ ସାଙ୍ଗମାନେ ତାଙ୍କୁ ମଡେଲିଂକୁ ପେଷା ଭାବରେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ । ସେ ବିଦ୍ୟାଳୟରେ ପଢ଼ୁଥିବା ବେଳେ ପ୍ରଥମ ଥର ପାଇଁ ରାମ୍ପରେ ଚାଲିଥିଲେ । ମାତ୍ର ଏହାକୁ ସେତେବେଳେ ତାଙ୍କ ପିତାମାତା ନାପନସଦ କରିଥିଲେ । ଏହାପରେ ସେ ପାଠ ପଢ଼ା ପାଇଁ ଢାକାକୁ ଚାଲିଯାଇଥିଲେ ।[୩]
ଅଭିନୟ ଜୀବନ
[ସମ୍ପାଦନା]ସାରିକା ତାଙ୍କର ଅଭିନୟ ଜୀବନ ଏକ ଦୂରଦର୍ଶନ ଧାରାବାହିକରୁ ଆରମ୍ଭ କରିଥିଲେ । ଚାମେଲିଆ ନାମକ ଏକ ଧାରାବାହିକରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ଅଶୁତୋଶ ସୁଜୋନ । ଏହାପରେ ସେ ରୁମାଲି ନାମକ ଏକ ଧାରାବାହିକରେ ଅଭିନୟ କରିଥିଲେ । ହୁମାୟୁନ ଅହମଦ ଏହି ଧାରାବାହିକଟିର କାହାଣୀ ରଚନା କରିଥିଲେ । ଅରୁଣ ଚୌଧୁରୀ ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ସେ ବଙ୍ଗଳାଲିଙ୍କ ଟେଲି କମୁନିକେସନର ମୁଖ୍ୟ ବିଜ୍ଞାପନ ପ୍ରଚାରିକ ଭାବରେ ନିଯୁକ୍ତି କରିଥିଲେ ।[୫]
ସାରିକା ତାଙ୍କର ପ୍ରଥମ ସୁଯୋଗ ପାଇଥିଲେ ଏକ ଦୂରଦର୍ଶନ ବିଜ୍ଞାପନରୁ । ଅମିତାଭ ରେଜା ଚୌଧୁରୀଙ୍କର ବିଜ୍ଞାପନ କାର୍ଯ୍ୟରେ ସେ ପ୍ରଥମ ସୁଯୋଗ ପାଇଥିଲେ । ଆରୋମେଟିକ ବିଉଟି ସାବୁନରେ ସେ ପ୍ରଥମ କାର୍ଯ୍ୟ କରିଥିଲେ । ଏହି ବିଜ୍ଞାପନଟି ୨୦୦୮ରେ ପ୍ରସାରତି ଆରମ୍ଭ ହେଲା । ଏବଂ ଏହାପରେ ସେ ବଚସାସ ପୁରସ୍କାର ପାଇଥିଲେ । କ୍ରିଟିକ୍ ପସନ୍ଦରେ ସେ ଶ୍ରେଷ୍ଠ ନାରୀ ମଡେଲ ଭାବରେ ଏହି ପୁରସ୍କାର ପାଇଥିଲେ ।[୬] ଏହି ପ୍ରଥମ ସଫଳତା ପରେ ସେ ଆରୋମେଟିକ ଏବଂ ସିଙ୍ଗେରର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ହୋଇଯାଇଥିଲେ । ଏବେ ସେ ୱାଲଟନ ଏବଂ କେୟା ଭଳି ଉଦ୍ୟୋଗର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ଭାବରେ କାର୍ଯ୍ୟ କରୁଥିଲେ । ଏବେ ମଧ୍ୟ ସେ ସବୁବେଳେ ବଙ୍ଗଳାଲିଙ୍କ ଟେଲିକମୁନିକେସନରେ କାର୍ଯ୍ୟ କରୁଛନ୍ତି । ବଙ୍ଗଳାଲିଙ୍କ କମୁନିକେସନରେ ସେ ୧୨ଟି ବିଜ୍ଞାପନରେ କାର୍ଯ୍ୟ କରିସାରିଛନ୍ତି । ଏତଦ ବ୍ୟତୀତ ସେ ପ୍ରାନ, ଅମିନ ଅଳଙ୍କାର, ଏଲାଇଟ୍ ମେହେନ୍ଦି ଏବଂ ୱାଲଟନ୍ ଭଳି ଉଦ୍ୟୋଗର ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଚମେଲିଆ, ରୁମାଲିଆ, ଏପର ଓପାର, ଛାୟା, ପତ୍ର ଛାଇ ନା, ଅକାଶେର ନିଚେ ମନୁଷ, ଏକ ଲିନା ବେଶୀ ବୁଝେ, ଶେଷ ଭଲୋବଶର, ଓଦିରଶୋ ରୋମୋନି, ଗେଣ୍ଡୁ ଚୋର ଭଳି ଧାରାବାହିକରେ ସେ ଅଭିନୟ କରିଥିଲେ ।
ପାରିବାରିକ ଜୀବନ
[ସମ୍ପାଦନା]ସାରିକା ଜଣେ ବ୍ୟବସାୟୀ ମହିମ କରିମଙ୍କୁ ୧୨ ଅଗଷ୍ଟ ୨୦୧୪ରେ ବିବାହ କରିଥିଲେ ।[୭] ସେମାନଙ୍କର ଗୋଟିଏ ଝିଅ ଅଛି ।[୮] ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ।
ଅଭିନୀତ
[ସମ୍ପାଦନା]- ଚମେଲିଆ
- ରୁମାଲିଆ
- ଏପର ଓପାର
- ଛାୟା
- ପତ୍ର ଛାଇ ନା
- ଅକାଶେର ନିଚେ ମନୁଷ
- ଏକ ଲିନା ବେଶୀ ବୁଝେ
- ଶେଷ ଭଲୋବଶର
- ଓଦିରଶୋ ରୋମୋନି
- ଗେଣ୍ଡୁ ଚୋର
ଆଧାର
[ସମ୍ପାଦନା]- ↑ http://www.weeklybd.com/sarika-sabrin-divorce/
- ↑ "Youth will change the nation, hope Nirab, Sarika". Retrieved 23 July 2013.
- ↑ "Sarika Sabrin". biographybd. Retrieved 18 October 2015.
- ↑ "Sarika to be debuted in film soon". Retrieved 23 July 2013.
- ↑ "Sarika's great escape". Priyo News. Retrieved 23 July 2013.
- ↑ "জমজমাট বাচসাস সন্ধ্যা: শ্রেষ্ঠ ছবি চন্দ্রগ্রহণ -শ্রেষ্ঠ অভিনেতা শাকিব -মৌসুমী ও পপি". Daily Samakal. 14 November 2009. Archived from the original on 4 February 2016. Retrieved 19 October 2015.
- ↑ "Sarika vows to return after Eid". Priyo News. 3 September 2014. Retrieved 19 October 2015.
- ↑ Md Mahfuzur Rahman (4 May 2015). "Sarika gives birth to baby girl". Risingbd. Retrieved 19 October 2015.