ଅଳକା ଲାମ୍ବା

ଉଇକିପିଡ଼ିଆ‌ରୁ
ଅଳକା ଲାମ୍ବା
Lamba in July 2012
ଦିଲ୍ଲୀ ବିଧାନ ସଭା ସଭ୍ୟ
Assumed office
ଫେବୃଆରୀ ୨୦୧୫
ପୂର୍ବ ଅଧିକାରୀପର୍ଲାଦ ସିଂହ ସାହାନୀ
ନିର୍ବାଚନ ମଣ୍ଡଳୀଚାନ୍ଦନୀ ଚୌକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-09-21) ୨୧ ସେପ୍ଟେମ୍ବର ୧୯୭୫ (ବୟସ ୪୮)
ନୂଆ ଦିଲ୍ଲୀ
ଜୀବନ ସାଥୀଲୋକେଶ କପୁର (ଛାଡ଼ପତ୍ର)
ବୃତ୍ତିରାଜନୀତିଜ୍ଞ

ଅଳକା ଲାମ୍ବା(ଜନ୍ମ ୨୧ ସେପ୍ଟେମ୍ବର ୧୯୭୫) ଆମ୍ ଆଦମି ପାର୍ଟିର (ଆପ୍) ଜଣେ ଭାରତୀୟ ରାଜନୀତିଜ୍ଞ ଅଟନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘର ପୂର୍ବ ସଭାପତି, ଛାତ୍ର ସଂଘର ପୂର୍ବ ରାଷ୍ଟ୍ରଅଧ୍ୟକ୍ଷ, ଦିଲ୍ଲୀ ପ୍ରଦେଶ କଂଗ୍ରେସର ପୂର୍ବ ମହାସଚିବ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବ ସଚିବ ଅଟନ୍ତି । ଲାମ୍ବା ଏକ ଅଲଗା ସରକାରୀ ସଂଗଠନ "ଗୋ ଇଣ୍ଡିଆ ଫାଉଣ୍ଡେସନ"ର ମଧ୍ୟ ଅଧ୍ୟକ୍ଷ ଥିଲେ ।[୧][୨] ୨୦ ବର୍ଷ କଂଗ୍ରେସରେ ରହିବା ପରେ ସେ ୨୩ ଡିସେମ୍ବର ୨୦୧୩ରେ ଆମ ଆଦମି ପାର୍ଟିରେ ପ୍ରବେଶ କଲେ।[୩] ଫେବୃଆରୀ ୨୦୧୫ରେ ସେ ଚାନ୍ଦନି ଚୌକରୁ ଦିଲ୍ଲୀ ବିଧାନ ସଭା ପାଇଁ ନିର୍ବାଚିତ ହେଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଳକା ଲାମ୍ବାଙ୍କ ଜନ୍ମ ୨୧ ସେପ୍ଟେମ୍ବର ୧୯୭୫ରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ଅମରନାଥ ଲାମ୍ବା ଏବଂ ମାତାଙ୍କର ନାମ ରାଜକୁମାରୀ ଲାମ୍ବା ଅଟେ । ସେ ସରକାରୀ ସିନିୟର ସେକେଣ୍ଡାରୀ ବିଦ୍ୟାଳୟ ନଂ ୧,ଦିଲ୍ଲୀରେ ପଢୁଥିଲେ। ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଦୟାଲ ସିଂ କଲେଜ୍ , ସେଣ୍ଟ ଷ୍ଟିଫେନ କଲେଜରୁ ଏମ ଏସ୍ ସି ଏବଂ ଏମ ଏଡ୍ କରିଛନ୍ତି।

ଆଧାର[ସମ୍ପାଦନା]

  1. "Indian national overseas congress pays tribute to Alka Lamba senior leader, India congress committee". triblocal.com. 9 November 2011. Archived from the original on 4 October 2013. Retrieved 30 September 2013.
  2. Alka Lamba: Youth on her side Archived 2011-04-11 at the Wayback Machine.. The Times of India. 19 November 2003. Retrieved 20 April 2013.
  3. http://www.ndtv.com/article/india/alka-lamba-former-student-leader-quits-congress-to-join-aap-463479

ଅଧିକ ତଥ୍ୟ[ସମ୍ପାଦନା]