ସୟଦ ମୋଦୀ

ଉଇକିପିଡ଼ିଆ‌ରୁ

ସୟଦ ମୋଦୀ ( ୧୯୬୨ -୧୯୮୮ ) ଜଣେ ଭାରତୀୟ ପ୍ରାକ୍ତନ ବେଡମିଣ୍ଟନ ଖେଳାଳି , ଯିଏ ୧୯୮୦ରୁ ୧୯୮୭ ମଧ୍ୟରେ  ୮ ଥର ଭାରତୀୟ ଜାତୀୟ ଚମ୍ପିୟାନ ହୋଇଥିଲେ  । ସେ ଅନ୍ତର୍ଜାତିକ ଖେଳରେ ୧୯୮୨ କମନୱେଲଥ ଖେଳରେ ଶିଂଗଲ ଚମ୍ପିୟାନ ହେଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିଲେ । ଏହା ବ୍ୟତୀତ ପୃଥିବୀର ବିଭିନ୍ନ ବଡ଼ ପ୍ରତିଯୋଗିତାରେ ମଧ୍ୟ ପଦକ ହାସଲ କରିଥିଲେ । ୧୯୮୮ ମସିହାରେ ସେ ମାତ୍ର ୨୬ ବର୍ଷ ବୟସ ହେଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଭାରତ ଏକ ପ୍ରତିଭାବାନ ଖେଳାଳିଙ୍କୁ ଅସମୟରେ ହରେଇଥିଲା । 

ଶିକ୍ଷା ଓ ପ୍ରାକ ଜୀବନୀ [ସମ୍ପାଦନା]

ସୟଦ ମୋଦୀଙ୍କ ପ୍ରକୃତ ନାମ ସୟଦ ମେହେଦି ଥିଲା , ପରେ ସେ ମୋଦୀ ଭାବରେ ପରିଚିତ ହେଲେ ।ସେ ସ୍କୁଲରେ ନାମ ଲେଖିବା ସମୟରେ ତାଙ୍କ ନାମ ଭୁଲରେ ମୋଦୀ ଲେଖାଯାଇଥିଲା । ସେଇ ମୋଦୀ ହିଁ ସବୁଦିନ ପାଇଁ ରହିଗଲା ।  ସେ ଉତ୍ତର ପ୍ରଦେଶର ଚଉରୀ ଚଉରି ପାଖରେ ଏକ ମଫସଲ ଗ୍ରାମରେ ଜନ୍ମ ହେଇଥିଲେ । ଛ ଭାଇ ଓ ଦୁଇ ଭଉଣୀଙ୍କ ସବୁଠୁ ସାନ ସୟଦ ପିଲା ଦିନରୁ ହିଁ  ତାଙ୍କର ବେଡମିଣ୍ଟନ ଖେଳିବାର ପ୍ରତିଭା ପ୍ରଦର୍ଶନ କରିଥିଲେ । ପାଠ ପଢାରେ ସାଧାରଣ ଥିବା ମୋଦୀ କିନ୍ତୁ ଖେଳରେ ଅସାଧାରଣ ପ୍ରତିଭା ଦେଖାଉଥିଲେ ଓ ତାଙ୍କର ସୁନ୍ଦର ଚେହେରା , ଭଦ୍ର ବ୍ୟବହାର ପାଇଁ ଖୁବ ଲୋକପ୍ରିୟ ହେଇଥିଲେ । ତାଙ୍କର ସ୍କୁଲ ବେଡମିଣ୍ଟନ କୋଚ ସେହି ସମୟରୁ ହିଁ ମୋଦୀ ଜଣେ ବିଖ୍ୟାତ ଖେଳାଳି ହେଇପାରିବେ ବୋଲି ଭବିଷ୍ୟ ବାଣୀ କରିଥିଲେ । 

ଉପଲବ୍ଧି ସମୂହ [ସମ୍ପାଦନା]

ସୟଦ ପ୍ରକୃତରେ 14 ବର୍ଷ ବୟସରେ ଜାତୀୟ ଜୁନିୟର ବେଡମିଣ୍ଟନ ଚମ୍ପିୟାନ ହେଇ ନିଜ ପରିବାରକୁ ଗର୍ବିତ କରେଇଥିଲେ । ତତ୍ ପରେ ସୟଦ ଜାତୀୟ ବେଡମିଣ୍ଟନ ତାଲିମ ଶିବିରରେ ଜାତୀୟ କୋଚ ଦିପୁ ଘୋଷଙ୍କଠାରୁ ପ୍ରଶିକ୍ଷଣ ପ୍ରାପ୍ତ ହେଲେ । 1980ରେ ମୋଦୀ ମାତ୍ର 18 ବର୍ଷ ବୟସରେ ଭାରତୀୟ ଜାତୀୟ ବେଡମିଣ୍ଟନ ଚମ୍ପିୟାନ ହେବାର ଗୌରବ ଲାଭ କଲେ ।ଏହି କ୍ରମରେ ସେ ଦେଶର ସର୍ବ କନିଷ୍ଠ ଜାତୀୟ ଚମ୍ପିୟାନ ।  ଏହି ସଫଳତା ପରେ ସେ ଭାରତୀୟ ରେଳ ବିଭାଗରେ ବିକାଶ ଅଧିକାରୀ ହିସାବରେ କର୍ମନିଯୁକ୍ତି ପାଇଲେ । 

ଏହା ପରଠୁ ସୟଦ ଲଗାତାର 8 ବର୍ଷ ପାଇଁ ସେ ଜାତୀୟ ଚମ୍ପିୟାନ ହେବାର ବିରଳ  କୃତି ଅର୍ଜନ କଲେ ।ଭାରତ ସରକାର ତାଙ୍କୁ ୧୯୮୧ରେ ଖେଳ ପାଇଁ ଦିଆଯାଉଥିବା ସେ ସମୟର ସର୍ବୋଛ ସମ୍ମାନଜନକ ଅର୍ଜୁନ ପୁରସ୍କାର ଦେଇଥିଲେ । ୧୯୮୨ ଏସୀୟ କ୍ରୀଡ଼ାରେ ସେ କାଂଷ୍ୟ ପଦକ ପାଇଥିଲେ ମଧ୍ୟ ସେହି ବର୍ଷ କମନୱେଲଥ ଖେଳରେ ବେଡମିଣ୍ଟନରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୮୨ରୁ ୧୯୮୭ ମଧ୍ୟରେ ସେ ଅଷ୍ଟ୍ରେଲିଆ , ଇଂଲଣ୍ଡ ସମେତ ବିଭିନ୍ନ ଜାଗାରେ ବହୁତ ଟୁର୍ଣାମେଣ୍ଟରେ ବିଜୟୀ ହେଇଥିଲେ । 

 ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ସୟଦ ତାଙ୍କ ବେଜିଂ ଗସ୍ତ ସମୟରେ ଯାଇଥିବା ଭାରତୀୟ ଦଳର ମହିଳା ସହଖେଳାଳି ଅମିତା କୁଲକର୍ଣୀଙ୍କ ସହ ପରିଚିତ ହେଇଥିଲେ । ଅମିତା ସମ୍ଭ୍ରାନ୍ତ ହିନ୍ଦୁ ପରିବାରର ଝିଅ ଥିଲେ ଓ ସୟଦ ସାଧାରଣ ମୁସୁଲିମ ଗ୍ରାମୀଣ ପରିବାରର ପୁଅ ଥିଲେ । ତଥାପି ସେମାନଙ୍କ ଭିତରେ ପ୍ରେମ ଗଢ଼ି ଉଠିଥିଲା ଓ ଉଭୟ ପରିବାରର ଆପତ୍ତି ସତ୍ତ୍ୱେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ । କିନ୍ତୁ ଏହି ବିବାହ ସଫଳ ହେଇ ନଥିଲା ଓ ଅମିତା ଜଣେ  ସମ୍ଭ୍ରାନ୍ତ ରାଜ ବଂଶୀୟ ବ୍ୟକ୍ତି ସଞ୍ଜୟ ସିଂହଙ୍କ ସହ ପ୍ରେମରେ ପଡିଲେ ।ସେହି ୧୯୮୭ରୁ ସୟଦ ତାଙ୍କର ମାନସିକ ଅବସ୍ଥା ଯୋଗୁଁ ଆଉ ବେଡମିଣ୍ଟନରେ ଭଲ  ପ୍ରଦର୍ଶନ ଦେଇ ପାରିଲେ ନାହି ।  

ଶୟଦ ମୋଦୀଙ୍କ ହତ୍ୟା [ସମ୍ପାଦନା]

ଏହା ପରେ ପତି ପତ୍ନୀଙ୍କ ମଧ୍ୟରେ ବିବାଦ ସର୍ବଦା ଲାଗି ରହିଲା । ୧୯୮୮ରେ ସନ୍ଦେହଜନକ ପରିସ୍ଥିତିରେ ସୟଦଙ୍କୁ ଆତତାୟୀମାନେ ଗୁଳି କରି ମାରିଦେଇଥିଲେ । ଭାରତ ଜଣେ ଚମ୍ପିୟାନ ଖେଳାଳିଙ୍କୁ ଅସମୟରେ ହରେଇଲା ।  

ପରବର୍ତ୍ତୀ ଘଟଣାବଳୀ [ସମ୍ପାଦନା]

ସ୍ମାରକୀ [ସମ୍ପାଦନା]

ସୟଦ ମୋଦୀଙ୍କ ପ୍ରତିଭାକୁ ସମ୍ମାନ ଦେଇ ପ୍ରତିବର୍ଷ ଲକ୍ଷ୍ନୋଠାରେ ' ସୟଦ ମୋଦୀ ଅନ୍ତର୍ଜାତିକ ବେଡମିଣ୍ଟନ ଚେଲେଞ୍ଜ' ନାମରେ ପ୍ରତିଯୋଗିତା ହୁଏ । ଏହି ଟୁର୍ଣାମେଣ୍ଟ ୨୦୦୯ ରେ' ଗ୍ରାଣ୍ଡ ପ୍ରିକ୍ସ'ର ମାନ୍ୟତା ପାଇଲା ଓ ଭାରତ ସରକାରଙ୍କ ବେଡମିଣ୍ଟନ ଏସୋସିଏସନଦ୍ୱାରା ପରିଚାଳିତ ହେଇ ଆସୁଛି । ଭାରତୀୟ ରେଳ ବିଭାଗ ମଧ୍ୟ ତାଙ୍କ ସମ୍ମାନରେ ଗୋରଖପୁରଠାରେ ସୟଦ ମୋଦୀ ରେଳବାଇ ଷ୍ଟାଡିଅମ ପ୍ରତିଷ୍ଠା କରିଛନ୍ତି ।  

ଚଳଚ୍ଚିତ୍ର [ସମ୍ପାଦନା]

ଅନୁଭବି ନିର୍ମାତା , ନିର୍ଦ୍ଦେଶକ ସ୍ୱର୍ଗତ ଦେବ ଆନନ୍ଦ ସୟଦ ମୋଦୀଙ୍କ ଜୀବନୀକୁ ଆଧାର କରି 'Sou Karod 'ନାମକ ଫିଲ୍ମ ୧୯୯୧ରେ ନିର୍ମାଣ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ରମନ କପୁର ରହିଥିବା ବେଳେ ନାସିରୁଧ୍ହୀନ ସହ ରାଜନେତା ଭୂମିକା କରିଥିଲେ । ଚିତ୍ରଟି କିନ୍ତୁ ବ୍ୟବସାୟିକ ଦ୍ରୁଷ୍ଟିରୁ ଅସଫଳ ହେଇଥିଲା । 

References[ସମ୍ପାଦନା]