ହସ୍ତ ଶୁଚିରକ୍ଷାକାରୀ

ଉଇକିପିଡ଼ିଆ‌ରୁ
ହସ୍ତ ଶୁଚିରକ୍ଷାକାରୀ
A typical hand sanitizer gel
Clinical data
Synonymshand sanitiser, hand antiseptic,[୧] hand disinfectant

ହସ୍ତ ଶୁଚିରକ୍ଷାକାରୀ ବା ହ୍ୟାଣ୍ଡ ସାନିଟାଇଜର (ଇଂରାଜୀ ଭାଷାରେ Hand sanitizer) ଏକ ଆଲକ‌ହଲ ଥିବା ପଦାର୍ଥ ଯାହା ଚିକିତ୍ସା କ୍ଷେତ୍ରର ବ୍ୟକ୍ତିମାନଙ୍କର ହାତଧୁଆ (hand washing) ନିମନ୍ତେ ସାବୁନ ଓ ପାଣି ଅପେକ୍ଷା ଅଧିକ ପସନ୍ଦ‌ଯୋଗ୍ୟ ।[୨] ଅଣୁଜୀବ (microorganisms) ମାରିବା ନିମନ୍ତେ ଏହା ଅଧିକ ପ୍ରଭାବଶାଳୀ ଓ ସାବୁନପାଣି ଅପେକ୍ଷା ଅଧିକ ସ‌ହନୀୟ । [୩] ମଳତ୍ୟାଗ ବା ପାଇଖାନା (toilet) ବ୍ୟବ‌ହାର ପରେ ଦୁଷିତ ହେବା ସମ୍ଭାବନା ଥିଲେ ହାତଧୁଆଯାଇପାରେ ।[୪] ଆଲକ‌ହଲ ନଥିବା ପଦାର୍ଥ ସାଧାରଣ କ୍ଷେତ୍ରରେ ବ୍ୟବ‌ହାର କରିବାକୁ ସୁପାରିସ କରାଯାଏନାହିଁ ।[୨] ଚିକିତ୍ସା କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ରରେ ହାତ ଧୁଆ ଅପେକ୍ଷା ହ୍ୟାଣ୍ଡ ସାନିଟାଇଜର ବ୍ୟବ‌ହାର ଫଳପ୍ରଦ ହେଉଥିବାର ପ୍ରମାଣ ମିଳୁନାହିଁ ।[୫][୬] ଏହା ତରଳ ପଦାର୍ଥ, ଜେଲ ଓ ଫୋମ ଆକାରରେ ମିଳେ ।[୩]

ଆଲକ‌ହଲ-ବେସ ସଂସ୍କରଣରେ ଆଇସୋପ୍ରୋପାଇଲ ଆଲକ‌ହଲ (isopropyl alcohol), ଇଥାନଲ (ethanol) ବା ପ୍ରୋପାନଲ (n-propanol) ମିଶ୍ରଣ ଥାଏ । ୬୦%ରୁ ୯୫% ଆଲକ‌ହଲ ଥିବା ପଦାର୍ଥ ସର୍ବାପେକ୍ଷା ପ୍ରଭାବଶାଳୀ ।[୩] ଏହା ଜ୍ୱଳନକ୍ଷମ (flammable) ହୋଇଥିବାରୁ ଯତ୍ନଶୀଳ ହେବା ଆବଶ୍ୟକ ।[୨] ଆଲକ‌‌ହଲ ବେସ୍ ଥିବା ପଦାର୍ଥ ଅନେକ ପ୍ରକାରର ଅଣୁଜୀବ (microorganisms)ବିରୁଦ୍ଧରେ କାମ କରେ କିନ୍ତୁ ସ୍ପୋର ବିରୁଦ୍ଧରେ ନୁହେଁ ।[୩] କେତେକ ସଂସ୍କରଣରେ ଚର୍ମ ନଶୁଖିବା ନିମନ୍ତେ ଗ୍ଲିସେରଲ (glycerol) ଦିଆଯାଇଥାଏ ।[୩] ଆଲକ‌ହଲ ନଥିବା ସଂସ୍କରଣରେ ବେଞ୍ଜାଲକୋନିଅମ କ୍ଲୋରାଇଡ (benzalkonium chloride) ବା ଟ୍ରାଇକ୍ଲୋସାନ (triclosan) ଥାଇପାରେ ।[୭][୮]

ଆଣ୍ଟିସେପ୍ଟିକ ଭାବରେ ଆଲକ‌ହଲ ସନ ୧୩୬୩ରୁ ବ୍ୟବ‌ହାର ହୋଇଆସୁଛି କିନ୍ତୁ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଏହାର ବ୍ୟବ‌ହାରର ପ୍ରମାଣ ମିଳିଥିଲା ।[୯] ସନ ୧୯୮୦ରୁ ୟୁରୋପରେ ଏହା ସାଧାରଣ ଭାବରେ ବ୍ୟବ‌ହୃତ ହେଉଛି ।[୧୦] ଏହାର ଆଲକ‌ହଲ ବେସ୍‌ର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବୋତଲର ହୋଲସେଲ କ୍ରୟ ମୂଲ୍ୟ ୧.୪୦ରୁ ୩.୭୦ ଆମେରିକୀୟ ଡଲାର ।[୧୨][୪]

ଆଧାର[ସମ୍ପାଦନା]

  1. "Tentative Final Monograph for Health-Care Antiseptic Drug Products; Proposed Rule" (PDF). 74 (56). United States Federal Food and Drug Administration. March 2009: 12613–12617. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ Bolon, MK (September 2016). "Hand Hygiene: An Update". Infectious disease clinics of North America. 30 (3): 591–607. doi:10.1016/j.idc.2016.04.007. PMID 27515139.
  3. ୩.୦ ୩.୧ ୩.୨ ୩.୩ ୩.୪ Boyce, JM; Pittet, D; Healthcare Infection Control Practices Advisory, Committee.; HICPAC/SHEA/APIC/IDSA Hand Hygiene Task, Force. (25 October 2002). "Guideline for Hand Hygiene in Health-Care Settings. Recommendations of the Healthcare Infection Control Practices Advisory Committee and the HICPAC/SHEA/APIC/IDSA Hand Hygiene Task Force. Society for Healthcare Epidemiology of America/Association for Professionals in Infection Control/Infectious Diseases Society of America". MMWR. Recommendations and reports : Morbidity and mortality weekly report. Recommendations and reports. 51 (RR-16): 1–45, quiz CE1-4. PMID 12418624.
  4. ୪.୦ ୪.୧ The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. p. 323. ISBN 9789240694941. Retrieved 8 December 2016.
  5. de Witt Huberts, J; Greenland, K; Schmidt, WP; Curtis, V (1 July 2016). "Exploring the potential of antimicrobial hand hygiene products in reducing the infectious burden in low-income countries: An integrative review". American journal of infection control. 44 (7): 764–71. doi:10.1016/j.ajic.2016.01.045. PMID 27061254.
  6. Meadows, E; Le Saux, N (1 November 2004). "A systematic review of the effectiveness of antimicrobial rinse-free hand sanitizers for prevention of illness-related absenteeism in elementary school children". BMC Public Health. 4: 50. doi:10.1186/1471-2458-4-50. PMC 534108. PMID 15518593.{{cite journal}}: CS1 maint: unflagged free DOI (link)
  7. Long, Bruce W.; Rollins, Jeannean Hall; Smith, Barbara J. (2015). Merrill's Atlas of Radiographic Positioning and Procedures (in ଇଂରାଜୀ) (13 ed.). Elsevier Health Sciences. p. 16. ISBN 9780323319652.
  8. Baki, Gabriella; Alexander, Kenneth S. (2015). Introduction to Cosmetic Formulation and Technology (in ଇଂରାଜୀ). John Wiley & Sons. p. 173. ISBN 9781118763780.
  9. Block, Seymour Stanton (2001). Disinfection, Sterilization, and Preservation (in ଇଂରାଜୀ). Lippincott Williams & Wilkins. p. 14. ISBN 9780683307405.
  10. Miller, Chris H.; Palenik, Charles John (2016). Infection Control and Management of Hazardous Materials for the Dental Team (in ଇଂରାଜୀ) (5 ed.). Elsevier Health Sciences. p. 269. ISBN 9780323476577.
  11. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  12. "Alcohol, isopropyl". International Drug Price Indicator Guide. Retrieved 8 December 2016.[permanent dead link]