ରାଉତରାପୁର

ଉଇକିପିଡ଼ିଆ‌ରୁ

ରାଉତରାପୁର କଟକ ସଦର ତହସିଲ ଅନ୍ନଗତ ୪୨ ମୌଜା ଦ୍ୱୀପାଞ୍ଚଳର କାଠଯୋଡି ନଦୀର ତଟରେ ଅବସ୍ଥିତ । ଏହା କଟକ ସହରଠାରୁ ମାତ୍ର ୮ କିଲୋମିଚର ଦୁର, କଟକ ଜିଲ୍ଲାର ସଦର ମହକୁମା ଏବଂ କଟକ ସଦର ବ୍ଲକଠାରୁ ଯଥାକ୍ରମେ ୧୫ ଏବଂ ୧୨ କିଲୋମିଟର ଦୁରତା ଅବଲମ୍ବନ କରେ । ଏହାର ଡାକ ଠିକଣା ଅଟେ, ଗ୍ରାମ - ରାଉତରାପୁର, ପୋ - କଳପଡା, ଥାନା - କଟକ ସଦର, ଜିଲ୍ଲା - କଟକ, ପିନ୍ - ୭୫୪୧୧୨ା ଗ୍ରାମଟିର ମୋଟ ଜନସଂଖ୍ୟା ୧୮୩୨ (୨୦୧୧ ଜନଗଣନା ଅନୁସାରେ) ଏବଂ ଘର ସଂଖ୍ୟା ୩୭୯ । ‍‌ଏହି ଗ୍ରାମରେ ଅନେକ ପ୍ରସିଦ୍ଧ ବ୍ୟକ୍ତି ଜନ୍ମଲାଭ କରି ଅନେକ ପ୍ରତିଷ୍ଠା ଲାଭ କରିଅଛନ୍ତି ା ତନ୍ମଧ୍ୟରୁ ବିଶିଷ୍ଟ ଓଡ଼ିଆ ଗୟକ ସିକନ୍ଦର ଆଲମ ଅନ୍ୟତମ ।